ଅଭାବୀ ବିକ୍ରିର ଶିକାର ମହୁଲ ଗୋଟାଳି ; ମିଳୁନି ଉଚିତ ପ୍ରାପ୍ୟ, ଦଲାଲ ମାଲାମାଲ୍

କଲ୍ୟାଣସିଂପୁର, ରାୟଗଡା
ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ଼ ଘେରା, ଆଦିବାସୀ ଅଧ୍ଯୁଷିତ ଅଞ୍ଚଳ, ଏଠାକାର ଲୋକମାନେ ପ୍ରାୟ ଜଙ୍ଗଲଜାତ ଦ୍ରବ ଉପରେ ନିର୍ଭର କରି ନିଜର ଆବଶ୍ୟକତା ମେଣ୍ଟାଇଥାନ୍ତି। ଗରିବ ଆଦିବାସୀ ମାନେ ରାତି ପାହିଲେ ଜଙ୍ଗଲରୁ ମହୁଲ, ଲାଖ, ଝୁଣା, ମହୁ, ଶାଳପତ୍ର, ଶାଳକାଠି ଅତ୍ୟାଦି ଦ୍ରବ୍ୟ ସଂଗ୍ରହ କରି ନିକଟରେ ଥିବା ହାଟ ବଜାରରେ ବିକ୍ରିୟ କରି ନିଜର ଜୀବିକା ନିର୍ଭର କରିଥାନ୍ତି। ବର୍ତ୍ତମାନ ଚୈତ୍ରମାସ ଆଗମନ ରୁ ମହୁଲ ଫୁଲର ସଂଗ୍ରହ କରିବାର ସମୟ, ମହୁଲ ଫୁଲ ଆଦିବାସୀଙ୍କ ପେଟ କୁ ଦାନା ଜଗାଇଥାଇ, ମହୁଲ କୁ ଶୁଖାଇ ଏହାକୁ ଖାଦ୍ୟ ସହିତ ବ୍ୟବହାର କରିବା ଏବଂ ଔଷଧଗୁଣ ଥିବାରୁ ବିଭିନ୍ନ ପ୍ରକାର ଔଷଧରେ ବ୍ୟବହୃତ ହୋଇଥାଏ। ବିଶେଷ ଭାବେ ଦେଶୀ ମଦ ତିଆରି ରେ ଆବଶ୍ୟକ ରହିଥିବାରୁ ଏହାର ଚାହିଦା ରହିଛି, ଏହା କିଲୋ ପ୍ରତି ୨୫ ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ଦେଖୁବାକୁ ମିଳିଛି। ମାତ୍ର ଏହି ଅଞ୍ଚଳ କୁ ବାହାର ଦଲାଲ ବେପାରୀ ମାନେ ଆସି କମ ଦାମରେ କିଣି ମଟା ଅଙ୍କର ଫାଇଦା ଉଠାଇ ମାଲାମାଲ ହେଉଛନ୍ତି। ମୁଣ୍ଡ ଝାଳ ତୁଣ୍ଡରେ ମାରି ମହୁଲ ଗୋଟାଳି ଉଚିତ ମୂଲ୍ୟ ପାଇଁ ପାରୁନାହାନ୍ତି। ସରକାର ମହୁଲ ପାଇଁ କୌଣସି ଉଚିତ ମୂଲ୍ୟ ଧର୍ଯ୍ୟ କରି ନଥୁବାରୁ ବଜାରରେ ବ୍ୟବସାୟୀମାନେ ମହୁଲ ସଂଗ୍ରହ କାରୀଙ୍କୁ ଠକି ମାଲା ମାଲ ହେଉଛନ୍ତି। ଏହା ଛଡା ଅନୁମତି ପ୍ରାପ୍ତ ମହୁଲ ବ୍ୟବସାୟୀ ମାନେ ଅନୁମତି ପାଇନଥୁବା ଅଞ୍ଚଳ ରୁ ମହୁଲ କ୍ରୟ ନକରି ଅନ୍ୟ ଅଞ୍ଚଳରୁ ଦଲାଲଙ୍କ ସାହାଯ୍ୟରେ କ୍ରୟ କରୁଛନ୍ତି । କିଛି ଜିଲ୍ଲା ବାହାର ଦଲାଲ ଏହି ଅଞ୍ଚଳ କୁ ଆସି ଗାଁ ଗାଁ ବୁଲି ମହୁଲ କ୍ରୟ କରୁଥିବା ଦେଖୁବାକୁ ମିଳିଛି। ଜିଲ୍ଲା ପ୍ରଶାସନର ବିବାଗୀୟ ଅଧୂକାରୀ ମାନେ ଜାଣି ଶୁଣି ଚୂପ ରହୁଛନ୍ତି। ଯାହାକୁ ଯାହ ନେଇ ମୋଟା ଅଙ୍କର ଅର୍ଥ କାରବାର ହେଉଥିବା ଅଞ୍ଚଳରେ ଅଭିଯୋଗ ହେଉଛି। ସରକାର ମହୁଲ ଧର୍ଯ୍ୟ ନିର୍ଦ୍ଧାରିତ କଲେ ନିକଟରେ ହାଟ ବଜାର ରେ ବିକ୍ରି କଟି କରି ଉପଯୁକ୍ତ ପାରିଶ୍ରମିକ ମୂଲ୍ୟ ପାଇପାରି ଆଦିବାସୀଙ୍କ ଆକ ଅବସ୍ଥା ସୁଧାର ଆସିବ। ଏଥୂପ୍ରତି ବିଭାଗୀୟ ଅଧୂକାରୀ ଜଗାଣ ବିଭାଗ ଦୃଷ୍ଟି ଦେବାକୁ ଅଞ୍ଚଳରେ ଦାବୀ ହେଉଛି।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



