District

ବେଢାସାହିରେ ଗଙ୍ଗାମା’ଙ୍କ ଘଟଯାତ୍ରା ଆରମ୍ଭ

ବେଢାସାହିରେ ଗଙ୍ଗାମା’ଙ୍କ ଘଟଯାତ୍ରା ଆରମ୍ଭ

ଜୟପୁର,୨୨/୩: ସ୍ଥାନୀୟ ବେଢାସାହିରେ ଶନିବାରରୁ ଆରମ୍ଭହୋଇଛି ଗଙ୍ଗାମା’ଙ୍କ ଘଟଯାତ୍ରା। ଆଜି ଅପରାହ୍ନ ରେ ପୂଳକଙ୍କ ସହ ଶ୍ରଦ୍ଧାଳୁମାନେ ଶୋଭାଯାତ୍ରାରେ ଗଙ୍ଗାମା’ଙ୍କ ମୁଖ୍ୟ ପୀଠକୁ ଯାଇଥିଲେ। ସେଠାରେ ପୂଜାର୍ଚ୍ଚନା କରାଯିବା ପରେ ବାହାରିଥିଲା ଘଟ ଶୋଭାଯାତ୍ରା । ବେଢାସାହି ମନ୍ଦିରକୁ ଅଣାଯାଇଥିଲା । ରାସ୍ତାରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରରେ ଘଟ ପହଞ୍ଚିବା ପରେ ନିତିକାତିରେ ପୂଜାର୍ଚ୍ଚନା କରାଯାଇଥିଲା । ଶନିବାରରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ମା’ଙ୍କ ଘଟ ନଗର ପରିକ୍ରମା କରିବ।

ପୂଜା କମିଟି କର୍ମକର୍ରା କହିଛନ୍ତି, ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ହୋମଯଜ୍ଞ ହେବ। ପ୍ରତିଦିନ ସନ୍ଧ୍ୟାରେ ମା’ଙ୍କ ଘଟ ସହରର ବିଭିନ୍ନ ସାହି ପରିକ୍ରମା । କରିବ। ମନ୍ଦିରକୁ ଫେରିବା ପରେ

ପୁଣି ପୂଜାର୍ଚ୍ଚନା କରା‌ଯିବ । ୨୯ ତାରିଖ ଭୋରରେ ଉଦ୍‌ଯାପନ କାର୍ଯ୍ୟକ୍ରମ ଆରମ୍ଭ ହେବ। ବାଜାବାଜଣା ସହ ପୁରୁଣାଗଡ଼ ଗଙ୍ଗାମା’ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଯିବ। ସେଠାରେ ପହଞ୍ଚିବା

ପରେ ପୂଜାର୍ଚ୍ଚନା କରାଯାଇ ଘଟଯାତ୍ରା ଉଦ୍‌ପିତ ହେବ । ଯାତ୍ରାକୁ ଆକର୍ଷଣୀୟ କରିବା ଲାଗି ମନ୍ଦିର ସହ ବେଢାସାହି ଓ ପ୍ରସାଦରାଓପେଟା ମୁଖ୍ୟଲାଇନକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି।
ଗୋବିନ୍ଦ ତ୍ରିପାଠୀ, ଜୟପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button