ପୂର୍ବତନ ନବରଙ୍ଗପୁର ବିଧାୟକଙ୍କୁ ଜିଲ୍ଲା ଭତ୍ରା ସମାଜ ତରଫରୁ ୧୨ବର୍ଷ ପାଇଁ ବାସନ୍ଦ କରାଗଲା

*ପୂର୍ବତନ ନବରଙ୍ଗପୁର ବିଧାୟକଙ୍କୁ ଜିଲ୍ଲା ଭତ୍ରା ସମାଜ ତରଫରୁ ୧୨ବର୍ଷ ପାଇଁ ବାସନ୍ଦ କରାଗଲା*
ନବରଙ୍ଗପୁର :-ନବରଙ୍ଗପୁର ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ଓ ତାଙ୍କ ପରିବାରକୁ ଜିଲ୍ଲା ଭତରା ସମାଜ ତରଫରୁ ବାସନ୍ଦ କରାଯାଇଛି। ପୂର୍ବତନ ବିଧାୟକ ଶ୍ରୀ ପ୍ରଧାନୀ ତାଙ୍କ ଝିଅଙ୍କୁ ଭିନ୍ନ ଜାତିର ପୁଅ ସହିତ ବିବାହ କରିବାକୁ ପ୍ରସ୍ତୁତି କରୁଥିବା ବେଳେ ଏହା ଭତରା ସମାଜ ବିରୁଦ୍ଧ ହୋଇଥିବାରୁ ଶ୍ରୀ ପ୍ରାଧାନୀ ଓ ତାଙ୍କ ପରିବାରକୁ ବାସନ୍ଦ କରାଯାଇଛି। ଏହି ନିଷ୍ପତି ଝରିଗାଁ ବ୍ଲକ ଧାମଣାଗୁଡ଼ା ଦନ୍ତେଶ୍ୱରି ମନ୍ଦିର ପରିସରରେ ଜିଲ୍ଲା ଅଖିଳ ଭାରତୀୟ ଭତରା ବିକାଶ ପରିଷଦର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଆଯାଇଛି। ଏଥି ସହ ଚନ୍ଦାହାଣ୍ଡି ବ୍ଲକ ଅନକା ବେଢା ଗ୍ରାମର କ୍ଷୀରସିନ୍ଧୁ ମର୍କାମଙ୍କୁ ମଧ୍ୟ ଭତରା ସମାଜ ତରଫରୁ ବାସନ୍ଦ କରାଯାଇଛି। ଏହି ବୈଠକରେ
ଜିଲ୍ଲାର ୧୦ ଗୋଟି ବ୍ଲକ ର ଭତରା ସମାଜର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସର୍ବସମ୍ମତି କ୍ରମେ ସଦାଶିବ ପ୍ରଧାନୀ ଓ ତାଙ୍କ ପରିବାରକୁ ଜିଲ୍ଲାର ୧୦ ଗୋଟି ବ୍ଲକର ଭତରା ସମାଜ ତରଫରୁ ୧୨ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା। ଏହି ବାସନ୍ଦ ସମୟରେ ଶ୍ରୀ ପ୍ରଧାନୀ ଙ୍କ ପରିବାର ଲୋକଙ୍କ କୌଣସି ସୁଖ ,ଦୁଃଖ କିମ୍ବା ସାମାଜିକ କାର୍ଯ୍ୟରେ ଜିଲ୍ଲାର ଭତରା ସମାଜର ଲୋକେ ଯୋଗ ଦେବେ ନାହିଁ। ଏହି ବୈଠକ ରେ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ କେନ୍ଦ୍ରୀୟ କମିଟି ସଭାପତି ଜଗଦୀଶ ନାୟକ, ଜିଲ୍ଲା ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ସଭାପତି ଜଗନ୍ନାଥ ମାଝୀ, ଉପସଭାପତି ରାମଧର ମାଝୀ, ପୂର୍ଣ୍ଣ ମାଝୀ, ଅନନ୍ତ ସୋରି, ସମ୍ପାଦକ ପ୍ରତାପ ଚନ୍ଦ୍ର ନାୟକ, ସହ ସମ୍ପାଦକ ମୋତିରାମ ସମରଥ ଓ ନବୀନ ଚନ୍ଦ୍ର ଭତରା, କୋଷାଧ୍ୟକ୍ଷ ଚନ୍ଦ୍ରୁ ପୂଜାରୀ ତଥା ହିରନ୍ ମାଝୀ, ମୋହନ ନାୟକ, ଘନ ମାଝୀ, ଜୟରାମ ଭତରା, ଗୋପୀନାଥ ମାଝୀ ସହ ଜିଲ୍ଲାର ୧୦ ଗୋଟି ବ୍ଲକ ରୁ ଶତାଧିକ ଭତରା ସମାଜ ର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର



