District

ଡିଏଏଚ୍ ଅକ୍ସିଜେନ୍ ପ୍ଲାଣ୍ଟ୍ ଅଚଳ

ଡିଏଏଚ୍ ଅକ୍ସିଜେନ୍ ପ୍ଲାଣ୍ଟ୍ ଅଚଳ

ଜୟପୁର,୨୧/୩: ଜିଲ୍ଲା ହସ୍ପିଟାଲ ଅକ୍ସିଜେନ୍ ପ୍ଲାଣ୍ଟ ବା ପ୍ଲେସର ସୁଇଙ୍ଗ୍ ଆଲ୍‌ ଜରିପସନ୍ (ପିଏ) ଅଚଳ । ୫ ମାସ ହେଲାଣି ପରିସରରେ ଥିବା ୨ ୟୁନିଟ୍‌ରେ ତାଲା ପଡ଼ିଛି । ପୃଲ୍‌ରୁ ଅମ୍ଳଜାନ ଉତ୍ପାଦନ ବନ୍ଦ ରହିଛି । ଲିକ୍ଷିତ ମେଡିକାଲ୍ ଅକ୍ତିଜେନ୍(ଏଲ୍ ଏମ୍ଓ) ପ୍ଲାଣ୍ଟରୁ କେବଳ ଏମ୍‌ ସିଏଚ୍ କୋଠାକୁ ଅମ୍ଳଜନ ଯୋଗାଇ ଦିଆଯାଉଛି। ଡାକ୍ତରଖାନା କର୍ତ୍ତୃପକ୍ଷ

୫ ମାସ ହେଲା ଉତ୍ପାଦନ ବନ୍ଦ, କାରଖାନାରେ ତାଲା

ଏଲ୍‌ଏମ୍ଓ, ଘରୋଇ ସିଲିଣ୍ଡର ଭରସା

ବାରମ୍ବାର ଚିଠି ଲେଖୁଥିଲେ ବି ମରାମତି ଦିଗରେ ଠୋସ୍ ପଦକ୍ଷେପ ନିଆଯାଇନି । ଯଦ୍ୱାରା ଡାକ୍ତରଖାନାକୁ ଅର୍ଥିକ ଭାର ବୋହିବାକୁ ପଡ଼ୁଛି । ଉଭୟ ପୃଷ୍ଟ୍ କେବେ କାର୍ଯ୍ୟକ୍ଷମ ହେବ, କାହା ପାଖରେ ସ୍ପଷ୍ଟ ଉତ୍ତର ନାହିଁ ।

ଡିଏଚ୍ଏଚ୍ ପରିସରରେ ରାଜ୍ୟ ସରକାର ନିର୍ମାଣ କରିଥିବା ପ୍ଲାଣ୍ଟ କ୍ଷମତା ହେଉଛି ୫୦୦ ଲିଟର ଏଇପିଏସ (ଲିଟର ପର ସେକେଣ୍ଡ)। କେନ୍ଦ୍ର ସରକାରଙ୍କ ଦ୍ଵାରା କରାଯାଇଥିବା ୟୁନିଟ୍‌ର କ୍ଷମତା ହେଉଛି ୧୦୦୦ ଲିଟର ଏଲପିଏସ୍। ୫ ମାସ ତଳେ ଆଗପଛ ହୋଇ ଉଭୟ ୟୁନିଟ୍ ଖରାପ ହୋଇଯାଇଥିଲା । ଏଇଏମ୍ଓ ଥିବାରୁ ଏମସିଏଚ୍ କୋଠା ସଙ୍କଟରୁ ବତ୍ତି ଯାଇଛି । ନୂଆ ୭ ମହଲା

ଗୋଠାର ରୋଗୀଙ୍କୁ ଛୋଟ ସିଲିଣ୍ଡର ଓ ଅକ୍ସିଜେନ୍ କନସନ୍ଥେଟର୍‌ ଯୋଗାଇ ଦିଅଯାଉଛି। ଆମ୍ବୁଲାନ୍ସକୁ ବି ସିଲିଣ୍ଡର ଯୋଗାଇ ଦିଆଯାଉଛି । ଅବଶ୍ୟ ଅମ୍ଳଜାନ ଅଭାବଜନିତ ସମସ୍ୟା ରୋଗୀ ଭୋଗ ନାହାନ୍ତି । ନିଜ ପ୍ଲାଣ୍ଟ ଖରାପ ଥିବାରୁ ଡ।କ୍ତରଖାନା କର୍ତ୍ତୃପକ୍ଷଙ୍କୁ ଘରୋଇ କମ୍ପାନିରୁ ଅକ୍ସିଜେନ୍ କିଣିବାକୁ ପଡୁଛି। ଏହା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚିକ୍ଷା ବଢାଇ ଦେଇଛି। ମାସିକ ପ୍ରାୟ ୫୦ ଛୋଟ ଓ ୧୦ ଜୁମୋ ସିଲିଣ୍ଡର ପାଇଁ ଅମ୍ଳଜାନ କିଣିବାକୁ ପଡ଼ୁଛି । ଏକ ଘରୋଇ କମ୍ପାନି ଅକ୍ସିଜେନ୍ ସିଲିଣ୍ଡର ଭର୍ଜି ବାବଦରେ ମାସକୁ ୧୦ରୁ ୧୫ ହଜାର ଟଙ୍କା ନେଉଛି। ଅକ୍ଟିଜେନ୍ ପ୍ଲାଣ୍ଟ ପରିଚାଳନା ଓ ମରାମତି ଲାଗି ଏକ ଘରୋଇ ସଂସ୍ଥାକୁ ଦାୟିତ୍ଵ ଦିଆଯାଇଥିଲା । କୁଆଡ଼େ ବକେୟା ଦେୟ

ପୈଠ କରାଯାଇନଥିବାରୁ ମରାମତି ଦିଗରେ ଆଗ୍ରହ ଦେଖାଉନି ରକ୍ତ ଅନୁଷ୍ଠାନ। ଡାକ୍ତରଖାନାର କର୍ତ୍ତୃପକ୍ଷ ଟିଠି ଲେଖି, ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ କାମ ସାରି ଦେଉଛନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ଦରକାର। ନହେଲେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏହି ୨ କାରଖାନାରେ ସବୁଦିନ ଲାଗି ତାଲା ଝୁଲିବା ଅସମ୍ଭବ ନୁହେଁ। ଏ ସମ୍ପର୍କରେ ଡିଏମ୍ଓ ଡାକ୍ତର ଅକ୍ଷୟ କୁମାର ରଥ କହିଛତି, ପ୍ଲାଣ୍ଟ ଖରାପ ଓ ତୁରନ୍ତ ମରାମତି ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି କରଯାଇଛି। ବିଶେଷଜ୍ଞ ଆସିଲେ ପଦକ୍ଷେପ ନିଆଯିବ।

ସୂଚନାଥାଉକି, କୋରିତ୍ ବେଳେ ଅମ୍ଳଜାନ ଅଭାବକୁ ଆଖିରେ ରଖି କିଏଚଏଚ୍ ପରିସରରେ

ଉଭୟ ପ୍ଲାଣ୍ଟ ବସାଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ୍ କେୟାର ଫଶରୁ ବସାଯାଇଥିବା ପ୍ଲାଣ୍ଡ ଦ୍ଵାରା ପ୍ରାୟ ୨୫୦ ରୋଗୀ ଉପକୃତ ହେଉଥିଲେ । ଡିଆରଡିଓ ପ୍ଲାଣ୍ଟ ସ୍ଥାପନ ଏଜେନ୍ତି ନେଇଥିବା ବେଳେ ଏଏଚ୍ଏଆଇ ଏଥିରେ ସହଯୋଗ କରିଥିଲା। ଦ୍ୱିତୀୟ ପ୍ଳାଣ୍ଟ ବସାଇଥିଲେ ରାଜ୍ୟ ସରକାର । ୨୦୨୨ ମସିହାରେ ଏହାର ଲୋକାର୍ପଣ କରାଯାଇଥିଲା । ଅମ୍ଳଜାନ ଯୋଗାଣରେ ସମସ୍ୟା ନହେବା ଲାଗି ୨୦୨୩ ମସିହାରେ ପରିସରରେ ବସଯାଇଥିଲା ଏଲ୍ ଏମ୍ଓ । ଏହାର କ୍ଷମତା ୬ କିଲୋଲିଟର। ବାହାରୁ ଟ୍ୟାଙ୍କରରେ ଅକ୍ସିଜେନ୍ ଅଣଯାଇ ଏଠାରେ ଗଚ୍ଛିତ ରଖାଯାଉଛି। ପିଏସ୍ଏ ଖରାପ ହେଲେ ପାଇପଲାଇନ୍‌ରେ ଏଠାରୁ ଏମ୍ ସିଏଚ୍ କୋଠାର ରୋଗୀଙ୍କୁ ଅମ୍ଳଜାନ ଯୋଗାଇ ଦିଅଯାଉଛି।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button