District

କୋରାପୁଟ ଜିଲ୍ଲାରେ ବ୍ୟାପକ ଭାବେ ବାଉଁଶ ଚାଷକୁ ନେଇ ଦିନିକିଆ କର୍ମଶାଳା

କୋରାପୁଟ ଜିଲ୍ଲାରେ ବ୍ୟାପକ ଭାବେ ବାଉଁଶ ଚାଷକୁ ନେଇ ଦିନିକିଆ କର୍ମଶାଳା

ଜୟପୁର, ୨୧/୩: କୋରାପୁଟ ସ୍ଥିତ କୋର୍ଟ ପରିସରରେ ଜିଲ୍ଲାରେ ବ୍ୟାପକ ଭାବେ ବାଉଁଶ ଚାଷ କରିବା କୁ ନେଇ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସଂଗଠନ ଓ ଚାଷୀ ମାନେ ଯୋଗ ଦେଇଥିଲେ । ବାଉଁଶ ଚାଷ ପାଇଁ କୋରାପୁଟ ଜିଲ୍ଲା ର ଜଳବାୟୁ ଅତି ଉପଯୋଗୀ ରହିଛି। ଜିଲ୍ଲାରେ କିଛି ମାତ୍ରା ରେ ବାଉଁଶ ଚାଷ କରାଯାଉଛି।

ସେଇ ବାଉଁଶ ରେ କିଛି ଆବଶ୍ୟକ ଜିନିଷ ତିଆରି କରି ବଢ଼ାର ରେ ବିକ୍ରି କରି ଦିପଇସା ମଧ୍ୟ ରୋଜଗାର କରି ପାରୁଛନ୍ତି । ଜିଲ୍ଲାରେ ଅଧିକ ରୁ ଅଧ‌ିକ ବାଉଁଶ ଚାଷ କରାଯିବା ସହିତ ଜିଲ୍ଲାରେ ବାଉଁଶ କାରଖାନା ପ୍ରତିଷ୍ଠା ନେଇ ଆଲୋଚନା କରାଯାଇଥିଲା। ବାଉଁଶ ଚାଷ ପାଇଁ ସରକାର ଙ୍କ ତରଫରୁ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦିଆଯାଇଛି। ଜିଲ୍ଲାରେ ଅଧିକ ରୁ ଅଧିକ ପରିମାଣ ରେ ବାଉଁଶ ଚାଷ କରିବା ପାଇଁ ଚାଷୀ ମାନେ ଆଗ୍ରହ ପ୍ରକାଶ କରୁଥିବା ଦେଖିବା ପାଇଁ ମିଳିଛି। ଏହି କାର୍ଯ୍ୟକ୍ରମ ରେ ସ୍ପ୍ରେଡ ଅନୁଷ୍ଠାନର ସଂପାଦକ ବିଦ୍ୟୁତ ମହାନ୍ତି ଙ୍କ ସମେତ ଚାଷୀ ଓ ବିଭିନ୍ନ ସଂଗଠନ ଯୋଗ ଦେଇଥିଲେ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button