District

ପରେଡ ଅଭ୍ୟାସବେଳେ ଛାତ୍ରୀଛାତ୍ରଙ୍କ ଚୋରି ଘଟଣା ମୋବାଇଲ ହୋ ଇଥିଲ।।

ଚୋରି ମୋବାଇଲ ଫେରିପାଇଲେ ଛାତ୍ରୀଛାତ୍ର

ପୋଲିସଙ୍କ ଅକ୍ଳାନ୍ତ ସାହାଯ୍ୟ ଉଦମ୍ୟ ଚୋରି ମୋବାଇଲ ଫେରି ପାଇଥିବା ଛାତ୍ରୀଛାତ୍ର।

ଉମରକୋଟ, ୨୧/୩

ସଧାରଣତନ୍ତ୍ର ଦିବସ ପାଇଁ ପରେଡ୍ ଅଭ୍ୟାସବେଳେ ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟର ମୋଟ ୧୨ ଛାତ୍ରୀଛାତ୍ରଙ୍କ ମୋବାଇଲ ଫୋନ୍ ଚୋରି ହୋଇଥିଲା। ଗୁରୁବାର ଉମରକୋଟ ପୋଲିସ ଚଢ଼େଇଗୁଡା ଗ୍ରାମର ବବୁଲୁ ହରିଜନଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ୯ଟି ମୋବାଇଲ ଫୋନ ଜବତ କରାଯାଇଛି। ଉକ୍ତ ମୋବାଇଲ ସମେତ ୨୪ କ୍ୟାପ, ଗୋଟିଏ ସ୍କୁଟି ଚାବି, ବ୍ଲୁ ଟୁଥ୍ ପୋଲିସ ଛାତ୍ରୀଛାତ୍ରଙ୍କୁ ଫେରସ୍ତ ଦେଇଛି।

ସୂଚନାନୁଯାୟୀ ଜାନୁଆରୀ ୨୪ରେ ଅପରାହ୍ନ ପ୍ରାୟ ୨ଟା ୩୦ରେ ଉମରକୋଟ ଡିଏନ୍‌କେ ଷ୍ଟାଡିୟମରେ ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟର ଏନ୍‌ସିସି ଗ୍ରୁପ ଛାତ୍ରୀଛାତ୍ର ପରେଡ ଅଭ୍ୟାସ ପାଇଁ ଆସିଥିଲେ। ତେବେ ସେମାନେ

ପରେଡ ଅଭ୍ୟାସବେଳେ ଛାତ୍ରୀଛାତ୍ରଙ୍କ ଚୋରି ଘଟଣା ମୋବାଇଲ ହୋ ଇଥିଲ।।

ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

ଏକ ଏୟାର ବ୍ୟାଗରେ ୧୨ ମୋବାଇଲ, ୨୪ ଏନସିସି କ୍ୟାପ, ଗୋଟିଏ ସ୍କୁଟି ଚାବି ଓ ଗୋଟିଏ ବ୍ଲୁ ଟୁଥ ରଖି ତାହାକୁ ସ୍କୁଟିରେ ଟାଙ୍ଗି ଅଭ୍ୟାସ କରିବାକୁ ଯାଇଥିଲେ। ଫେରିବା ପରେ ବ୍ୟାଗ୍‌ଟି ଚୋରି ହୋଇ ଯାଇଥିବା ଦେଖୁ ସନ୍ଧ୍ୟାରେ ଛାତ୍ରୀଛାତ୍ରମାନେ ଉମରକୋଟରେ ଲିଖିତ ଅଭିଯୋଗ କରିଥିଲେ। ଉମରକୋଟ ପୋଲିସ ସମସ୍ତ ଛାତ୍ରୀଛାତ୍ରଙ୍କୁ ଥାନାକୁ ଡକାଇ ସମସ୍ତ ଜବତ ସାମଗ୍ରୀ ଫେରାଇ ଦେଇଛି। ମୋବାଇଲ ପାଇ ଛାତ୍ରୀଛାତ୍ର ଖୁସି ହେବା ସହ ଉମରକୋଟ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button