District

ଅନ୍ତେ।ଦୟ ଗୃହ ଯୋଜନା ବାଟବଣା, ୪୧୮ଗୃହ ଅଧପନ୍ତରିଆ

ଅନ୍ତେ।ଦୟ ଗୃହ ଯୋଜନା ବାଟବଣା, ୪୧୮ଗୃହ ଅଧପନ୍ତରିଆ

ଝରିଗାଁ ,୨୧/୩

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଥିବା ପରିବାରଙ୍କ ପାଇଁ ଅନ୍ତୋଦୟ ଗୃ ହ ଯୋଜନା ମାଧ୍ୟମରେ ନବରଙ୍ଗପୁର ଜିଲ୍ଲା ଝରି ଗାଁ ବ୍ଲକ ରେ ୫୪୩ ହିତାଧିକାରୀଙ୍କୁ କାର୍ଯ୍ୟଦେଶ ପ୍ରଦାନ କରାଯାଇଛି । ବ୍ଲକର ବଡଟେମରା ପଞ୍ଚାୟତରେ ୧୫, ବକଡାବେଡା ୩୫, ବଣୁଆଗୁଡା ୩୯, ବେଳଗାଁ ୧୩, ଭାଲୁକୋନାଡୀ ୨୭, ଭିକ୍ଷା ୨୪, ଚଚା ୨୨, ଚକଲାପଦର ୨୩, ଚାଟିଗୁଡା ୨୦, ଚିତାବେଡା ୨୭, ଧାମନା ଗୁଡା ୧୮, ଧୋଦ୍ରା ୨୦, ଡଙ୍ଗରୀଗୁଡା ୨୫, ଏକମ୍ବା ୧୧, ଗୁରୁ ସିଙ୍ଗା ୨୦, ଇଛାପୁର ୩୯, ଝରିଗାଁ ୩୪, ଟକା ନାକୋଟ ୩୩, କୁଟ୍ରିଛାପର ୧୭, ପାଳିଆ ୧୧, ଫୁପୁଗାଁ ୧୨, ରତାଖଣ୍ଡିଗୁଡା ୨୨, ତେଲନଦୀ ୩୫ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ନେଇ ବ୍ଲକ ବିଭାଗୀୟ ପାଖରୁ ସୂଚନା ମିଳିଛି । ସେଥତ୍ମଧ୍ୟରେ ବର୍ତ୍ତମାନ ୧୨୫ ହିତାକାରୀଙ୍କ ଘର ନିର୍ମାଣ ସରି ଥିବାବେଳେ ୪୧୮ ହିତାଧିକାରୀଙ୍କ ଗୃହ

ଅଧପନ୍ତରିଆ ଅବସ୍ଥାରେ ରହିଛି । ବ୍ଲକ ପ୍ରଶାସନର ଅବହେଳା କାରଣରୁ ଗୃହ ନିର୍ମାଣର ଆଗେଇ ପାରୁନଥିବା ଅଭିଯୋଗ ହେଉଛି । ପ୍ରକାଶ ଥାଉ କି’ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆର୍ଥକବର୍ଷ ୨୫–୨୬ରୁ ବର୍ତ୍ତମାନ ବର୍ଷ ପର୍ଯ୍ୟନ୍ତ ୪୬୬୭ଗୃହ ମଧ୍ୟରୁ ୩୩୯୫ ଅଧାପନ୍ତରିଆ ରହିଛି । ଆଉ ଏବେ ଅନ୍ତୋଦୟ ଗୃହ ଯୋଜନାରେ ୪୧୮ ଗୃହ ଅସମ୍ପୂର୍ଣ୍ଣ ରହିଥିବା ଏନେଇ ବ୍ଲକ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠେ । ଅନେକ ଜାଗାରେ ଗୃହ ନିର୍ମାଣ କରି ଦେବା ଆଳରେ ଠିକାଦାର ମାନେ ହିତାଧିକାରୀଙ୍କ ଠାରୁ ସବୁ ଟଙ୍କା ନେଇ ଘର ଅଧପନ୍ତିଆ କରି ଛାଡ଼ି ଦେଉଥ‌ିବା ଅଭିଯୋଗ ହେଉଛି । ଠିକାଦାର ମାନଙ୍କୁ ପଞ୍ଚାୟତ କର୍ତ୍ତୃପକ୍ଷ ନିୟୋଜିତ କରୁଥିବା ସାଧାରଣରେ ଆଲୋଚନା ହେବାରେ ଲାଗିଛି। ତେଣୁ ଜିଲ୍ଲା ପ୍ରଶାସନ ଏହି ବିଷୟରେ ଗୁରୁତ୍ୱ ଦେବା ପଦକ୍ଷେପ ନେବାକୁ ଦାବି ହୋଇଛି ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button