District

ଅସହାୟଙ୍କୁ ଘରେ ମିଳିଲା ଭତ୍ତା ଖବର ପ୍ରସାରଣ ହେବ ପରେ

ଅସହାୟଙ୍କୁ ଘରେ ମିଳିଲା ଭତ୍ତା ଖବର ପ୍ରସାରଣ ହେବ ପରେ

ନନ୍ଦାହାଣ୍ଡି, : ମେଣ୍ଡ୍ରି ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରସନ୍ନକୁମାର ବିଷୋୟୀ ଅସହାୟ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ହିତାଧିକାରୀଙ୍କ ଘରକୁ ଯାଇ ଭତ୍ତା ଟଙ୍କା ପ୍ରଦାନ କରିଛନ୍ତି। ପିଇଓଙ୍କ ଏଭଳି କାମକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି। ଆଜି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ପ୍ରଦାନ କରାଯାଇଥିଲା। କାର୍ଯ୍ୟାଳୟକୁ ହିର୍ଲାଗୁଡା, ବାଦିଗୁଡା, ମେଣ୍ଡ୍ରି, ପଠାନଗୁଡା, ସିରାଗୁଡା ଓ ବରଗାଁର ଶତାଧିକ ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧା ହିତାଧିକାରୀ ଭତ୍ତା ପାଇଁ ଆସି ପାରି ନଥିଲେ। ଏହାକୁ ଅନୁଭବ କରି ଶ୍ରୀ ବିଷୋୟୀ ନିଜେ ଗାଁକୁ ଯାଇ ହି ତାଧିକାରୀଙ୍କୁ ଭତ୍ତା ଟଙ୍କା ପ୍ରଦାନ କରିଥିଲେ। ମୋଟ ୪୭ଜଣଙ୍କୁ ଭତ୍ତା ବାବଦକୁ ୩୫୦୦ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ଆଗାମୀଦିନରେ ମଧ୍ୟ ଅସହାୟ ହିତାଧିକାରୀଙ୍କୁ ଘରେ ଭତ୍ତା ଟଙ୍କା ପ୍ରଦାନ କରାଯିବ ବୋଲି ଶ୍ରୀ ବିଷୋୟୀ କହିଛନ୍ତି।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button