୭୦ ଲକ୍ଷ ଟଙ୍କା ଲୁଟ ଘଟଣାରେ ପୁଣି ଦୁଇ ଡକାୟତକୁ ଗିରଫ କଲା ଉମରକୋଟ ପୋଲିସ

୭୦ ଲକ୍ଷ ଟଙ୍କା ଲୁଟ ଘଟଣାରେ ପୁଣି ଦୁଇ ଡକାୟତକୁ ଗିରଫ କଲା ଉମରକୋଟ ପୋଲିସ
ଉମରକୋଟ, ୨୦/୩: ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବ୍ରୁଆରୀ ୨୨.୦୨.୨୬ ମଧ୍ୟ
ରାତ୍ରିରେ ସେ ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ୭୦ ଲକ୍ଷ ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟ ଘଟଣା ପୂର୍ବରୁ ପୋଲିସ ୨୧ ଲକ୍ଷରୁ ଉଦ୍ଧ ଟଙ୍କା, ସହ ସୁନା ରୁପା ଅଳଙ୍କାର, ଡକାୟତି ରେ ବ୍ୟବହୃତ କାର, ସ୍କୁଟି
ଜବତ କରିବା ସହ ଏହି ଡକାୟତି ରେ ରେ ୭ ଜଣ ଅନ୍ତ ଜିଲ୍ଲା ଡକାୟତକୁ ଗିରଫ କରି କରିଥିଲା ଉମରକୋଟ ଥାନା ଅଧିକାରୀ ବିପିନ ଚନ୍ଦ୍ର ବାଘ ଏବଂ କୋନେଷ୍ଟେବଲ ନରେନ୍ଦ୍ର ନାୟକ ଙ୍କ ଉଦ୍ୟମ ରେ ଆଜି ପୁଣି ଦୁଇ ଜଣ ଡକାୟତ ଙ୍କୁ ଗିରଫ କରି ତାଙ୍କ ଠାରୁ ନଗଦ ତିନି ଲକ୍ଷ ଦୁଇ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଜବତ କରିଛି। ପ୍ରେସ ମିଟ ମାଧ୍ଯମରେ ସୂଚନା ଦେଲେ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଦିତ୍ଯ କୁମାର ସେନ। ସୂଚନା ଅନୁଯାୟୀ ଅମୁଲ୍ୟ ଜେନା ଜମି ବିକ୍ରିକରୀ ନଗଦ ଟଙ୍କା ଘରେ ରଖୁଥିବା ଖବର, ଅମୁଲ୍ୟଙ୍କ ଦୁଇ ସମ୍ପର୍କୀୟ ଜାଣି ଡକାୟତ ପାଇଁ ଯୋଜନା ମଧ୍ୟ ରାତ୍ରିରେ ମାନଙ୍କୁ ଖବର ଦେଇ ଡକାୟତ ପ୍ରସ୍ତୁତ କରି ଡକାୟତ କରିଥିଲେ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



