District

ଆଉଁଳି କେନାଲ ରାସ୍ତା କାର୍ଯ୍ୟ ନିମ୍ନମାନର

ଆଉଁଳି କେନାଲ ରାସ୍ତା କାର୍ଯ୍ୟ ନିମ୍ନମାନର

ଛେଣ୍ଡିପଦା, ୧୮/୩ : ଛେଣ୍ଡିପଦା ବ୍ଲକ୍ କର୍ତ୍ତୃପାଳ ଗାଁରେ ଆଉଁଳି ଜଳସେଚନ ପ୍ରକଳ୍ପର ଭଟ୍ଟପାଳ ମାଇନର କେନାଲ ହୁଡ଼ାରେ ରାସ୍ତା ନିର୍ମାଣ ନିମ୍ନମାନର ଚାଲିଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଗାଁର ୫୦ ଟି ପରିବାରଙ୍କ ନିତିଦିନିଆ ରାସ୍ତାକୁ ଜଳସେଚନ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଛି। ବିଭାଗ ପକ୍ଷରୁ ୭୫୦ ମିଟର ରାସ୍ତା ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ୬୦ ଏମ୍ଏମ୍ ଉଚ୍ଚତାରେ ମେଟାଲ ବିଛାଇବା ପାଇଁ ଆକଳନ ହୋଇଥିବା ବେଳେ ୨୦ ଏମ୍ଏମ୍ ଉଚ୍ଚତାରେ ମେଟାଲ ବିଛାଯାଉଛି ଯଦ୍ବାରା ଖାଲଖମାରେ ଭତ୍ତ ଥିବା ରାସ୍ତା ସମତୁଲ ହେଉନାହିଁ। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ମିଳୁନାହିଁ। ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଏସମ୍ପର୍କରେ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ମାଟି ସମତୁଲ କରିବା ସହିତ ଆକଳନ ଅନୁଯାୟୀ କାର୍ଯ୍ୟ ମାନରେ ବୁଝାମଣା କରାଯିବ ନାହିଁ ବୋଲି କହିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button