ବିଧବା ମହିଳାଙ୍କ ଘରେ ପହଞ୍ଚିଲେ ଅଧିକାରୀ

ବିଧବା ମହିଳାଙ୍କ ଘରେ ପହଞ୍ଚିଲେ ଅଧିକାରୀ
ବୈପାରିଗୁଡ଼: ମୌଳିକ ସୁବିଧାରୁ ବଞ୍ଚିତ ଥିବା ନେଇ ଖବର ବାଜିବା ପରେ ବିଧବା ମହିଳାଙ୍କ ଘରେ ପହଞ୍ଚିଲେ ପ୍ରଶାସନିକ ଅଧିକାରୀ। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅଧୁନସୁ ଜି.ମଝିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝଡ଼ିଆ ଗୁଡ଼ା ଗ୍ରାମର ବିଧବା ମହିଳା ତଳନ୍ତି କନ୍ଧପାନଙ୍କ ପରିବାର ମୌଳିକ ଅଧିକାର ତଥା ରାସନ ଚାଉଳ କାର୍ଡ, ବିଧବା ଭତ୍ତା, ମଙ୍ଗଳପରିବାର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଗୃହ ପାରିବାରୁ ବଞ୍ଚିତ ଥିବା ନେଇ ଗତ ୧୩ ତାରିଖ ଦିନ ଖବର ପ୍ରସାରଣ ହୋଇଥିଲା। ଖବର ପ୍ରସାରଣ ପରେ ଜି. ମାଝି ଗୁଡ଼ା ଗ୍ରାମ ପଞ୍ଚାୟତର ପଞ୍ଚାୟତ ପିଇଓ ଡମ୍ବରୁଧର ପୂଜାରୀ ଏବଂ ନାୟକ ସରପଞ୍ଚ ଛେଲିଆ ଗୋଲରୀ ତଳନ୍ତି କନ୍ଧପାନଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ତଳନ୍ତି କନ୍ଧପାନ ତିନୋଟି ଝିଅ ଓ ଶାଶୂଙ୍କ ଧରି
ଆନ୍ଧ୍ରପ୍ରଦେଶର ବିଜୟବେଢ଼ା ଦାଦନ ଖଟିବାକୁ ଯାଇଥିବା ସୂଚନା ପାଇଥିଲେ।
ଆନ୍ଧ୍ରପ୍ରଦେଶର ବିଜୟବେଢ଼ା ଦାଦନ ଖଟିବାକୁ ଯାଇଥିବା ଖବର ପାଇ ପିଇଓ ତଳନ୍ତି କନ୍ଧପାନଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ନିଜ ଗ୍ରାମରେ ଫେରି ଆସିବାକୁ କହିଥିଲେ। ଘରକୁ ଫେରି ପ୍ରମାଣ ପତ୍ର ଦେଲେ ରାସନ କାର୍ଡ, ବିଧବା ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇ ଦିଆଯିବ ବୋଲି କହିବାରୁ ତଳନ୍ତି କନ୍ଧପାନ ଖୁସି ହୋଇ ତିନୋଟି ଝିଅକୁ ଧରି ଘରକୁ ଫେରିବା ସହ ପ୍ରଶାସନିକ ଅଧିକାରୀଙ୍କୁ
ନିଜର ଡକ୍ୟୁମେଣ୍ଟ ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି। ତେବେ ଚାଖଣ୍ଡେ ପେଟ ପାଇଁ ଆନ୍ଧ୍ର ପ୍ରଦେଶରେ ଦାଦନ ଖଟିବାକୁ ଯାଇଥିବା ବିଧବା ମହିଳା ପରିବାରଙ୍କୁ ଡକାଇଛି ପ୍ରଶାସନ। ଏପଟେ ଦାଦନ ଖଟି ଚଳି ଆସୁଥୁବା ବିଧବା ମହିଳାଙ୍କ ପରିବାର ମୌଳିକ ସୁବିଧା ପାଇବା ଆଶା ନେଇ ଅନେଇ ବସିଛନ୍ତି। ସେପଟେ ପ୍ରଶାସନ ବିଧବା ମହିଳା ତଳନ୍ତି କନ୍ଧାପାନଙ୍କ ପରିବାରଙ୍କୁ କେବେ ମୌଳିକ ଅଧୁକାର ଯୋଗାଇଦେବ ତାହା ଦେଖୁବାକୁ ବାକି ରହିଲା।



