ଗ୍ରାମାଞ୍ଚଳର ସାହାରା ମୁଖ୍ୟମନ୍ତ୍ରୀ ବସ୍ ସେବା

ଗ୍ରାମାଞ୍ଚଳର ସାହାରା ମୁଖ୍ୟମନ୍ତ୍ରୀ ବସ୍ ସେବା
ନବରଙ୍ଗପୁର, ୧୮/୩: ନବରଙ୍ଗପୁର ଜିଲ୍ଲାର ଦୁର୍ଗମ ଗ୍ରାମବାସୀଙ୍କ ଯାତାୟାତ ମୁଖ୍ୟ ସାହା ପାଲଟିଛି ମୁଖ୍ୟମନ୍ତ୍ରୀ ବସ୍ ସେବା । ଏହି ସବୁ ଗାଁକୁ ବେସରକାରୀ ବସ୍ ଯାଉ ନଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ମୁଖ୍ୟମନ୍ତ୍ରୀ ବସ୍ ସେବା ଚାଲିବା ଦ୍ବାରା ପ୍ରତ୍ୟେକ ଦିନ ପ୍ରାୟ ୧୨ହଜାର ଛାତ୍ରଛାତ୍ରୀ, ମହିଳା, ଦିନ ମଜୁରିଆ, ଚାଷୀ, ଗାଁ
୧୦ ନୂଆ ବସ୍ ପାଇଁ ଯାଇଛି ପ୍ରସ୍ତାବ
ବ୍ୟବସାୟୀ ଏହାର ଲାଭ ଉଠାଉଛନ୍ତି । ବିଶେଷ କରି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀମାନେ ମୁକ୍ତ ଯାତ୍ରା ସୁବିଧା ପାଉଥିବାରୁ ଗ୍ରାମାଞ୍ଚଳର ଅନେକ ଶିକ୍ଷାର୍ଥୀ ଏହି ଯୋଜନାରୁ ଉପକୃତ ହେଉଛନ୍ତି
ଜିଲ୍ଲାର ୧୦ ବ୍ଲକ୍ରେ ୩୮ଟି ରୁଟ୍ରେ ବସ୍ ଚାଲୁ ରହିଅଛି। ରାଇଘର ବ୍ଲକରେ ସର୍ବାଧିକ ୭ଟି ବସ୍ ଚାଲୁଛି। ସେହିପରି କୋଷାଗୁମୁଡ଼ା ଓ ଉମରକୋଟ ବ୍ଲକରେ ୫ଟି ଲେଖାଏଁ, ନବରଙ୍ଗପୁର, ପାପଡ଼ାହାଣ୍ଡି ଓ ଝରିଗାଁ ବ୍ଲକରେ ୪ଟି ଲେଖାଏଁ, ଡାବୁଗାଁ
ବ୍ଳକରେ ୩ଟି ଓ ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଡି, ଚନ୍ଦାହାଣ୍ଡି ବ୍ଳକରେ ୨ଟି ଲେଖାଏଁ ଏଭଳି ୩୮ଟି ବସ୍ ଚାଲିଛି ଏହି ବସ୍ ସେବା ଗାଁଠାରୁ ପଞ୍ଚାୟତ, ବ୍ଲକ୍ ଏବଂ ଜିଲ୍ଲା ମୁଖ୍ୟାଳୟକୁ ସଂଯୋଗ କରୁଛି। ପୂର୍ବରୁ ଯେଉଁ ଅଞ୍ଚଳ ଗୁଡ଼ିକୁ ବସ୍ ଯାଉନଥିଲା ସେଠାକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ପହଞ୍ଚି ଲୋକମାନଙ୍କ ଦୈନନ୍ଦିନ ଜୀବନକୁ ସହଜ ଓ ସରଳ କରିଦେବା ସହ ଆର୍ଥିକସ୍ତରରେ ସଶକ୍ତ କରାଇଛି। ମୁଖ୍ୟମନ୍ତ୍ରୀ ବସ୍ ଗୁଡିକ ମୋଦେଗାଁ, ଫଟାକୋଟ, ବେହେଡ଼ା,
ଖଡ଼ଜା, ସିଂସାରୀ, ପଣ୍ଡୁଗୁଡ଼ା, କୁର୍ସୀ, କଝୋରୀ, ଷଣ୍ଡକାମାରୀ, ନାକଟିସେମଡ଼ା, ମାଲଗାଁ, ପରଚିପାରା, ମେରେଇ, ଚିକିଲି, ଅମଳାଭଜା, ଗୁଡ଼ିପଦର, ମଝିଧାନୁଆ, କଣ୍ଡାଗାଁ, ଦେବାଗାଁ, ଭଣ୍ଡାରଘରୁଣି, ଆଟିଗାଁ, ବୋରିଗାଁ, ଦର୍ଗାଗୁଡ଼ା, କୁମୁମି, ଜମାଦାରପଡ଼ା, ଚାଟିଗୁଡା ଓ ଚାନ୍ଦିଲି ଗାଁକୁ ଯାତାୟାତ କରୁଛି। ମୁଖ୍ୟମନ୍ତ୍ରୀ ବସରେ କିଲୋମିଟର ପିଛା ୮୯ପଇସା ଭଡ଼ା ରହିଛି। ମହିଳା, ବରିଷ୍ଠ ନାଗରିକ, ତୃତୀୟ ଲିଙ୍ଗ ଓ ଦିବ୍ୟାଙ୍ଗ ଯାତ୍ରୀମାନଙ୍କ ପାଇଁ ୫୦ ଶତାଂଶ
ଭଡ଼ା ରିହାତି ଦିଆଯାଉଛି। ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଗୁଁ ଗ୍ରାମାଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ ବ୍ୟବସ୍ଥା ମୁଦୃଢ଼ ଦେବା ସହ ଲୋକମାନେ ନିଜ ଉତ୍ପାଦିତ ପନିପରିବା ଓ ଅନ୍ୟାନ୍ୟ ଫସଲ ବିଭିନ୍ନ ବଜାରକୁ ନେଇ ବିକ୍ରି କରିପାରୁଛନ୍ତି। ଅପରପକ୍ଷରେ ଜିଲ୍ଲାରେ ଆହୁରି କିଛି ଦୁର୍ଗମ ଗାଁର ସାଧାରଣ ଜନତାଙ୍କ ଯାତାୟାତ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଅତିରିକ୍ତ ୧୦ଟି ବସ୍ ପ୍ରଦାନ ପାଇଁ ପ୍ରସ୍ତାବ ପଠାଯାଇଛି ବୋଲି କହିଛନ୍ତି ଓଏସଆରଟିସିର ଡିଟିଏମ୍ ସନ୍ତୋଷ କୁମାର ନାୟକ।



