ନବରଙ୍ଗପୁର ରେଳପଥ ପ୍ରକଳ୍ପର ନୂଆ ଅଧ୍ୟାୟ ଆରମ୍ଭ

ନବରଙ୍ଗପୁର ରେଳପଥ ପ୍ରକଳ୍ପର ନୂଆ ଅଧ୍ୟାୟ ଆରମ୍ଭ
ନବରଙ୍ଗପୁର : ଆଜି ସ୍ଥାନୀୟ ତହସିଲଦାର, ନବରଙ୍ଗପୁରଙ୍କ କାର୍ଯ୍ୟଳୟ ଠାରେ ନବରଙ୍ଗପୁର ଜୟପୁର ରେଳପଥ ପ୍ରକଳ୍ପ ସକାଶେ ଭୂମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଲୋକସଭା ବଳଭଦ୍ର ମାଝୀ ମୁଖ୍ୟ ଅତିଥୁ ଭାବେ ଯୋଗ ଦେଇ ଜମି ଅଧିଗ୍ରହଣ ଯୋଗୁଁ ଜମି ହରାଇଥୁବା ୮ ଜଣ ବ୍ୟକ୍ତିଙ୍କୁ ମୋଟ ୨୪ କୋଟି ୫୭ ଲକ୍ଷ ୬୮ ହଜାର ୮୧୩ ଟଙ୍କାର ଅର୍ଥରାଶି ଚେକ୍ ମାଧ୍ୟମରେ ପ୍ରଦାନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ଵାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ୍ ଚନ୍ଦ୍ର ବର୍ମନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ତହସିଲଦାର ଭୁଲେଶ୍ଵର ନାୟକ ସମସ୍ତଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଏହି ପ୍ରକଳ୍ପ ନିମନ୍ତେ ନବରଙ୍ଗପୁର ଏବଂ ନନ୍ଦାହାଣ୍ଡି ତହସିଲର ୬ଟି ମୌଜାର ୬.୩୯୩ ଏକର ଜମି ଅଧିଗ୍ରହଣ କରାଯାଇଛି ଏବଂ ବଳକା ୦.୫୮୮ ଏକର ଜମିର ଅଧିଗ୍ରହଣ ପ୍ରକ୍ରିୟାରେ ଅଛି। ନବରଙ୍ଗପୁର ତହସିଲର କେଶରିଗୁଡ଼ା ମୌଳାରେ ୩୦. ୧୫୫ ଏକର ଜମି ଓଡ଼ିଶା ସରକାରଙ୍କ ପାଖରେ ବିଚାରଧ୍ଵନ
ରେଳପଥ ପ୍ରକଳ୍ପ ସଳାଶେ ହୋଇଥିବା ଜମି ଅଧରହଣ ।
ବାକଟରେ କ୍ଷତିପୂରଣ ଗାଣି ବିତରଣ କାର୍ଯ୍ୟକ୍ରମ
ଅଛି। ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ କ୍ରମେ ଜମି ଅଧିଗ୍ରହଣ କାମ ଆରମ୍ଭହେବ । ମାନ୍ୟବର ସାଂସଦ ନିଜ ବକ୍ତବ୍ୟରେ ୨୦୧୬ରୁ କଳ୍ପନା କରିଥିବା ନବରଙ୍ଗପୁର ରେଳପଥ ଆଜି ଆରମ୍ଭ ହୋଇଥିବା ‘ ଜମି ଅଧିଗ୍ରହଣ କ୍ଷତି ପୂରଣ ରାଶି ବିତରଣ’ କାର୍ଯ୍ୟକ୍ରମକୁ ନିଜ ଜୀବନର ଏକ ସ୍ମରଣୀୟ ଘଟଣା ହୋଇ ରହିବ ଏବଂ
ଏହି ରେଳ ପ୍ରକଳ୍ପ ନବରଙ୍ଗପୁର ଜିଲ୍ଲା ବାସୀଙ୍କ ବହୁଦିନର ଦାବି ଓ ସ୍ଵପ୍ନକୁ ପୂରଣ କରିବ ବୋଲି କହିଥିଲେ। ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଜମି ଅଧିଗ୍ରହଣରେ ନିଜ ପୈତୃକ ଜମି ହରାଇଥିବା ବ୍ୟକ୍ତିଙ୍କୁ ଜିଲ୍ଲାର ପ୍ରଗତିରେ ନିଜର ଯୋଗଦାନକୁ ଜିଲ୍ଲାବାସୀ ସବୁଦିନ ମନେ ରଖୁବେ ବୋଲି କହିବା ସହ ସରକାରଙ୍କ କ୍ଷତିପୂରଣ ଆର୍ଥକ
ସହାୟତାରେ ସନ୍ତୁଷ୍ଟ ନ ହେଲେ ଉଚ୍ଚ କର୍ତ୍ତୃ ପକ୍ଷ ଠାରେ ଆବେଦନ କରିପାରିବେ ବୋଲି କହିଥିଲେ । ପ୍ରସ୍ତାବିତ ଜୁନାଗଡ – ନବରଙ୍ଗପୁର, ନବରଙ୍ଗପୁର – ଜୟପୁର ଏବଂ ମାଲକାନଗିରି – ଭଦ୍ରାଚଳମ ମୋଟ ୪୬୦ କିମି ସ୍ୱାଧୀନ ଭାରତର ଦ୍ଵିତୀୟ ବୃହତ୍ତମ ରେଳପଥ ପ୍ରକଳ୍ପ ଅଟେ ଏବଂ ଏହା ୨୦୨୯ -୩୦ ସୁଦ୍ଧା ସମ୍ପୂର୍ଣ ହେଲେ ନବରଙ୍ଗପୁର ଜିଲ୍ଲାର ଆର୍ଥିକ ଅଭିବୃଦ୍ଧିରେ ବଡ ସହାୟକ ହେବ ବୋଲି ସାଂସଦ କହିଥିଲେ । କାର୍ଯ୍ୟକ୍ରମରେ ଜମି ହରାଇଥିବା ବ୍ୟକ୍ତି, ବରିଷ୍ଠ ଆଇନଜୀବୀ ଝାଡେଶ୍ଵର ଖାଡ଼ଙ୍ଗା, ଜ୍ୟୋତି ରଞ୍ଜନ କଂସ, ଡିଆଇପିଆର୍ ଓ ମନୋଜ ବେହେରା, ବିଡିଓ ସୁନିଲ ଖରାଙ୍କ ସମେତ ଅନେକ ଚାଷୀ, ବୁଦ୍ଧିଜୀବୀ, ସ୍ଥାନୀୟ ଜନ ସାଧାରଣ, ତହସିଲ କାର୍ଯ୍ୟାଳୟ କର୍ମଚାରୀ, ଗଣମାଧ୍ଯମ ପ୍ରତିନିଧୁ ଉପସ୍ଥିତ ଥିଲେ।



