District

ଜଳଖିଆ ଦୋକାନରୁ ୫ ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ

ଜଳଖିଆ ଦୋକାନରୁ ୫ ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ

ଯୋଗାଣ ବିଭାଗ ପକ୍ଷରୁ ଜଳଖିଆ ଦୋକାନରେ ଚଢ଼ାଉ କରାଯାଉଛି।

ନବରଙ୍ଗପୁର, ୧୮ ।୩

ନବରଙ୍ଗପୁର ସହରର ଏକ ଜଳଖିଆ ଦୋକାନ ଉପରେ ଯୋଗାଣ ବିଭାଗର ସ୍ପାଡ୍ ଚଢ଼ାଉକରି ୫ଟି ଘରୋଇ ଗ୍ୟାସ୍‌ ସିଲିଣ୍ଡର ଜବତ କରିଛି। ଜିଲ୍ଲାପାଳ ଡ. ମହେଶ୍ଵର ସ୍ବାଇଁ ଓ ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲା ଯୋଗାଣ ଅବକାରୀ ଗାୟତ୍ରୀ ପଟ୍ଟନାୟକଙ୍କ ଛକ ନିକଟ

ଏକ ଜଳ ଜଳଖିଆ ଦୋକାନରୁ ୫ଟି ଘରୋଇ ଗ୍ୟାସ୍ ଜବତ କରାଯାଇଛି। ଜିଲ୍ଲା ଯୋଗାଣ ବିଭାଗର ସ୍ବାଡ୍ ପକ୍ଷରୁ ଦିନକ ପୂର୍ବରୁ ସହରର ପ୍ରତ୍ୟେକ ଜଳଖିଆ ଓ ହୋଟେଲଗୁଡିକରେ ଘରୋଇ ଗ୍ୟାସ୍ ବ୍ୟବହାରକୁନେଇ ତାଗିଦ କରାଯାଇଥିଲା। ତଥାପି ଜଳଖିଆ ଦୋକାନଗୁଡିକରେ ବେଆଇନ ଭାବେ ଘରୋଇ ଗ୍ୟାସ୍ ବ୍ୟବହାର କରୁଥିବା ଯୋଗୁ ଚଢାଉ କରାଯାଇଥିବା ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଗାୟତ୍ରୀ ପଟ୍ଟନାୟକ କହିଛନ୍ତି।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button