District
କୁଆପଥର ମାଡ଼ରେ ପରିବା ଫସଲ ନଷ୍ଟ

କୁଆପଥର ମାଡ଼ରେ ପରିବା ଫସଲ ନଷ୍ଟ
ସୁନାବେଡା / ସେମିଳିଗୁଡ଼ା, ୧୭/୩
ଚାଷ ଜମିରେ ଜମା ହୋଇଥୁବା କୁଆପଥର।
କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ୍ ଅନ୍ତର୍ଗତ କୁମ୍ଭୀଗୁଡ଼ା, ଆଲିଗାଁ ଓ ପାଗୁଗୁଡ଼ା ଅଞ୍ଚଳରେ ସୋମବାର ବର୍ଷା ସହ କୁଆପଥର ମାଡ଼ ହୋଇଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ଏହି ୩ ଅଞ୍ଚଳରେ ଚାଷ ହୋଇଥିବା ବିଭିନ୍ନ ପନିପରିବା ନଷ୍ଟ ହୋଇଛି। ପାକଝୋଲା ପଞ୍ଚାୟତ ପୂର୍ବତନ ସରପଞ୍ଚଙ୍କ କହିବା ମୁତାବକ ଘଡଘଡି ସହ ବର୍ଷା ଓ କୁଆପଥର ମାଡ଼ ଯୋଗୁ ଏକର ଏକର ଜମିରେ ପ୍ରାୟ ଫୁଟେ ଉଚ୍ଚର କୁଆପଥର ଜମା ହୋଇଥିଲା। ଏହି ଗାଁଗୁଡ଼ିକର ଚାଷୀ ବର୍ତ୍ତମାନ ଚିନ୍ତାରେ ରହିଛନ୍ତି। ଚାଷୀମାନେ ଧାର କରି ଚାଷ କରିଥିବା ଥିବା ବେଳେ ପନିପରିବା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ଗୋବିନ୍ଦ ତ୍ରିପାଠୀ



