District

ଦୀର୍ଘ ସମୟ ଅପେକ୍ଷା ପରେ ଗର୍ଭବତୀଙ୍କୁ ନିଆଗଲା ସ୍ବାସ୍ଥ୍ୟକେନ୍ଦ୍ର

ଦୀର୍ଘ ସମୟ ଅପେକ୍ଷା ପରେ ଗର୍ଭବତୀଙ୍କୁ ନିଆଗଲା ସ୍ବାସ୍ଥ୍ୟକେନ୍ଦ୍ର

ନନ୍ଦପୁର /ପାଡ଼ୁଆ, ୧/୭୩

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ଓ, ପଞ୍ଚାୟତ ଆନ୍ଧ୍ର ସୀମାନ୍ତ ସାରିଆପାଲି କା ଗାଁର ଆସନ୍ନ ପ୍ରସବା ଲିମ୍ବେ ମାରି(୪୦)ଙ୍କୁ ଆମ୍ବୁଲାନ୍ସ ସ୍ବାସ୍ଥ୍ୟକେନ୍ଦ୍ର ନେବା ପୂର୍ବରୁ ରାସ୍ତାରେ ଅଚଳ ହୋଇ ଅଟକି ରହିଥ‌ିବା ଦେଖିବାକୁ ମିଳିଛି। ମହିଳା ଜଣଙ୍କ ପ୍ରସବ ଯନ୍ତ୍ରଣାରେ ଥିବା ଅପେକ୍ଷା କରିଥିବା ଜଣାପଡ଼ିଛି

ସୂଚନାନୁଯାୟୀ, ସୋମବାର ଲିମ୍ବେଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ ଡକାଯାଇଥିଲା। କିନ୍ତୁ ଗାଡ଼ି ସାରିଆପାଲି ଗ୍ରାମକୁ ପହଞ୍ଚିବା ପୂର୍ବରୁ ୧ କି.ମି. ଦୂରରେ ଅଚଳ ହୋଇ ରାସ୍ତାରେ ଅଟକି ରହିଥିଲା। ଆସନ୍ନ ପ୍ରସବା ଘରେ କଷ୍ଟ ପାଉଥିବା ଦେଖିବାକୁ ମିଳିଛି। ଅଚଳ ଆମ୍ବୁଲାନ୍ସ ବଦଳରେ ଅନ୍ୟ ଆମ୍ବୁଲାନ୍ସ ପଠାଇବାକୁ ଅନୁରୋଧ କରାଯାଇ ଥିଲ।।

ରାସ୍ତାରେ ଅଚଳ ହେଲା ଆମ୍ବୁଲାନ୍ସ

୧୦୮ ନମ୍ବରରେ ଫୋନ କରିବାରୁ ଭୁବନେଶ୍ବରରୁ ପରିଚାଳକ ଓ ଡ୍ରାଇଭର ଆଉ ଗାଡ଼ି ନ ଥିବା କହିଥିଲେ। ଅନ୍ୟ ଅଞ୍ଚଳରୁ ଗାଡ଼ି ପାଇଁ ପଚାରିବାରୁ କୌଣସି ୧୦୮ ଗାଡ଼ି ୫୦ କି.ମି.ରୁ ଅଧ‌ିକ ଦୂର ନ ଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଥିବା କହିଥିଲେ। ଏହା ପରେ ଲିମ୍ବେଙ୍କ ସ୍ବାମୀ ସୁକୁ ମାରି ଓ ଆଶା କର୍ମୀ ଗୌରମନି ପାଙ୍ଗୀ ଚିନ୍ତା ପ୍ରକଟ କରିବା ସହ ଏ ନେଇ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଅମିତ୍‌କୁମାର ସାହୁ, ନନ୍ଦପୁର ବିଡିଓ ଦୁର୍ଗା ପ୍ରସାଦ ଦୋରା, ଜିଲା ସ୍ବାସ୍ଥ୍ୟ ଅଧିକାରୀ (ସିଡିଏମଓ) ଓ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଜଣାଇଥିଲେ।

ରାସ୍ତାରେ ଅଚଳ ୧୦୮ ଆମ୍ବୁଲାନ୍ସ ଖର।ପ

ହେବାରୁ ଗ୍ରାମବାସୀ ପାଡୁଆ ଅଞ୍ଚଳରୁ ଏକ କମାଣ୍ଡର ଜିପକୁ ଡକାଇ ସେଥ୍‌ରେ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଆଣିବା ବ୍ୟବସ୍ଥା

କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ସାହୁ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ୟ ଏକ ଆମ୍ବୁଲାନ୍ସକୁ ୫୦ କି.ମି. ଦୂର ସାରିଆପାଲି ଗ୍ରାମକୁ ପଠାଇଥିଲେ। କୁଲାରସିଂ ନିକଟରେ ଜିପରୁ ଗର୍ଭବତୀଙ୍କୁ ଆମ୍ବୁଲାନ୍ସକୁ ସ୍ଥାନାନ୍ତର କରି ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଲିମ୍ବେ ଏକ ସୁସ୍ଥ କନ୍ୟା ଶିଶୁଙ୍କୁ ଜନ୍ମ ଦେଇଥିଲେ । ପ୍ରସବ ପରେ ଉଭୟ ମା’ ଝିଅ ସୁସ୍ଥ ଥିବା ସ୍ବାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ସାହୁ ସୂଚନା ଦେଇଛନ୍ତି । ରାସ୍ତାରେ ୧୦୮ ଆମ୍ବୁଲାନ୍ସ ଖରାପ ହେବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲା, ରାଜ୍ୟ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଏଭଳି ଘଟଣାରୁ ବର୍ହିବାକୁ ଦୁର୍ଗମ ଅଞ୍ଚଳରେ ଖରାପ ଆମ୍ବୁଲାନ୍ସ ବଦଳରେ ନୂତନ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button