District

୩ ନକଲି ସିବିଆଇ ଅଧିକାରୀ ଗିରଫ

୩ ନକଲି ସିବିଆଇ ଅଧିକାରୀ ଗିରଫ

ବ୍ରହ୍ମପୁର, ୧୭/୩ ନକଲି ସିବିଆଇ ଅଧିକାରୀ କହି ୮୬୨ ଗ୍ରାମ୍‌ର ୩୩ଟି ସୁନା ଅଳଙ୍କାର ଧରି ଛୁ’ ମାରିଥିବା ୩ ଜଣ ଙ୍କୂ ରେଳବାଇ ପୁଲିସ ଗିରଫ କରିଛି। ମାମଲାରେ ସମ୍ପୃକ୍ତ ଆଉ ୫ ଜଣଙ୍କୁ

ପୁଲିସ ଖୋଜୁଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ରୋଡ୍ ଏସ୍‌ଡିଆର୍‌ପିଓ ଜଗନ୍ନାଥ ମଲ୍ଲିକ ଏନେଇ ବିସ୍ତୃତ ତଥ୍ୟ ରଖିଛନ୍ତି। ଶ୍ରୀ ମଲ୍ଲିକଙ୍କ ସୂଚନା ହେଲା, ଗତ ୨୬ ତାରିଖ ରାତି ପ୍ରାୟ ସାଢ଼େ ୯ଟାରେ ବ୍ରହ୍ମପୁର ରେଳଷ୍ଟେସନ୍ ପାର୍କି ନିକଟରୁ ସୁନା ବ୍ୟବସାୟୀ ହସମୁଖ ଜୈନ (୪୩) ପାକିଂରେ ଗାଡ଼ି ରଖି ଷ୍ଟେସନ୍‌କୁ ଆସୁଥିଲା ବେଳେ କିଛିଜଣ ତାଙ୍କୁ କାବୁ କରିନେଇଥିଲେ । ନିଜକୁ ସେମାନେ ସିବିଆଇ ଅଧିକାରୀ କହି ବ୍ୟାଗ୍ ଯାଞ୍ଚ କରିବାକୁ ମାଗିଥିଲେ। ହସମୁଖ ଭୟରେ ବ୍ୟାଗ୍ ଦେବାରୁ ସେମାନେ ସେଠାରୁ ଚମ୍ପଟ ମାରିଥିଲେ। ଏଥିରେ ସୁନା ସହ

ମୋବାଇଲ୍, ଟଙ୍କା ଓ ଅନ୍ୟ ଜରୁରି କାଗଜପତ୍ର ବି ଥିଲା | ଏନେଇ ଅଭିଯୋଗ ପରେ ବ୍ରହ୍ମପୁର ଜିଆରୂପି ଥାନା କେସ୍ ନମ୍ବର ୧୭/୨୬ରେ ଏକ ମାମଲା ରୁଜୁ ହୋଇଥିଲା। ଆର୍‌ପିଏଫ୍ ଆଇଆଇସି ସିଭି

୮୬୨ ଗ୍ରାମ୍ ସୁନା ଝାମ୍ପି ଚମ୍ପଟ ମାରିଥିଲେ ବ୍ରହ୍ମପୁରରୁ ନେଇ ରାଜସ୍ଥାନରେ ବିକିଥା’ନ୍ତେ ୮୦ ଗ୍ରାମ୍ ସୁନା ଜବତ, ଆହୁରି ୫ ଅଛନ୍ତି

ରମଣାଙ୍କ ନେତୃତ୍ବରେ ଜିଆର୍‌ପି ଏସ୍ଥାଇ ବିଶ୍ଵନାଥ ମଲ୍ଲିକ ମାମଲା ତଦନ୍ତ କରୁଥିଲେ ।

ଜିଆରୂପି ଓ ଆର୍‌ପିଏଫ୍‌ର ମିଳିତ ଟିମ୍ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଜିତୁ ଚୌଧୁରୀ ପାଖରେ ପହଞ୍ଚିଥିଲା। ରାଜସ୍ଥାନ ତାକତଗଡ଼ ଥାନା ଅଞ୍ଚଳର ଜିତୁ ହେଉଛି ହସମୁଖଙ୍କ ପାଖରେ କାମ କରୁଥିବା ପୁରୁଣା କର୍ମଚାରୀ । ସେ ହିଁ ହସମୁଖଙ୍କ ଗସ୍ତ ନେଇ ସମସ୍ତ ତଥ୍ୟ ଅନ୍ୟମାନଙ୍କୁ ଦେଇ ସୁନା ଡକାୟତିର ଯୋଜନା ପ୍ରସ୍ତୁତ କରିଥିଲା | ପରେ ସାମୁଦ୍ରିକ ଥାନା ଅଞ୍ଚଳର ନରେନ୍ଦ୍ର କୁମାର ଓରଫ୍ ପ୍ରଜାପତି ଓରଫ୍ ନାରିଓ (୨୪) ଏବଂ

ଚୋରି ସୁନା କିଣୁଥିବା ଜାଶୋଲ ଥାନା ଅଞ୍ଚଳର ପୁନମ ଚାନ୍ଦକୁ କାବୁ କରିଥିଲା। ଖୋର୍ଦ୍ଧାରୋଡ୍‌ର କ୍ରାଇମ୍ ଇନ୍ସପେକ୍ଟର ଅପରେଶ ବେହେରା, ବ୍ରହ୍ମପୁର ଆର୍‌ପିଏଫ୍ ଆଇଆଇସି ସିଭି ରମଣା ଓ ଜିଆର୍‌ପି ଏସ୍ଥାଇ ବିଶ୍ବନାଥ ମଲ୍ଲିକ ସଦଳବଳେ ଏହି ଚଡ଼ଉରେ ସାମିଲ୍ ହୋଇଥିଲେ। ଅନ୍ୟପଟେ, ରାଜସ୍ଥାନର ଯୋଧପୁର, ସାମଦ୍ରି, କାଙ୍କରାଲ, ବାଲୋତ୍ରା, ଜାଶୋଲ ଓ ମାଜିବାଲା ଆଦି ସ୍ଥାନରେ ଛାପା ମାରିଥିଲେ ବି ପୁଲିସ ଆଉ ୫ ଜଣଙ୍କୁ ପାଇପାରିନି ସେମାନେ ହେଲେ ମିଠାଲାଲ୍ (୨୮), ବାଲାକ୍ରମ୍ (୨୯), ଖେତୁରାମ୍ (୨୮), ମହେନ୍ଦ୍ର କୁମାର ପ୍ରଜାପତ (୨୮) ଓ ଦିନେଶ ଓରଫ୍ ଡନ୍ ବୋଲି ଶ୍ରୀ ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ୮୮ ଗ୍ରାମ୍ ସୁନା ଜବତ କରିବାରେ ପୁଲିସ ସଫଳ ହୋଇଛି। ବାକି ସାମଗ୍ରୀ ଫେରାର ଅଭିଯୁକ୍ତ ନିଜ ଭିତରେ ବାଣ୍ଟି ନେଇଥିବା ଅଭିଯୁକ୍ତ ନରେନ୍ଦ୍ର କହିଛି। ଏହି ସୁନା ଚୋରି କରିବା ପରେ ସେମାନେ ଅଲଗା ଅଲଗା ଦଳରେ ରାଜସ୍ଥାନ ପଳାଇଥିଲେ । ଜବତ ସୁନାର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ୮୦ହଜାର ହେବ

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button