District

ଉପାନ୍ତ ଗାଁରେ ରାସ୍ତା, ପାଣି ଓ ବିଦ୍ୟୁତ୍ ସମସ୍ୟା

ଉପାନ୍ତ ଗାଁରେ ରାସ୍ତା, ପାଣି ଓ ବିଦ୍ୟୁତ୍ ସମସ୍ୟା

ମୁକୁନ୍ଦପୁର, ୧୭/୩: କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ଉପାନ୍ତ ଅଞ୍ଚଳରେ ରହିଥିବା ଗାଁ ଗୁଡ଼ିକରେ ଆଜି ପର୍ଯ୍ୟନ୍ତ ସର୍ବନିମ୍ନ ମୌଳିକ ସୁବିଧା ପହଞ୍ଚିପାରି ନାହିଁ | ମୁକୁନ୍ଦପୁର ପଞ୍ଚାୟତ ଗଠନ ହୋଇ ପାଖାପାଖି ତିନି ଦଶନ୍ଧି ହେବାକୁ ବସିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଆଖିଦୃଶିଆ ଉନ୍ନତି ହୋଇପାରି ନାହିଁ। ବିଶେଷ କରି ଏମ.ଡି କଲୋନି, ପୂଜାରୀଗୁଡ଼ା, କରଞ୍ଜଲି ଗ୍ରାମର ରାସ୍ତାଗୁଡ଼ିକ ପକ୍କା ହୋଇନାହିଁ। ଫଳରେ ବର୍ଷା ଦିନରେ ଏହି ମାଟି ରାସ୍ତା କାଦୁଅ ଜମି ରହୁଥିବାରୁ ଲୋକଙ୍କ ଯାତାୟାତରେ ସମସ୍ୟା ହେଉଛି ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବାରେ ଓ ରୋଗୀମାନଙ୍କୁ ହସ୍ପିଟାଲକୁ ନେବା ସମୟରେ ଅଧିକ ଅସୁବିଧା ଭୋଗିବାକୁ ପଡୁଛି।

ସେହିପରି ପାନୀୟ ଜଳ ସମସ୍ୟା ମଧ୍ୟ ଜଟିଳ ହୋଇପଡ଼ିଛି। କିଛି ଗ୍ରାମରେ ନଳକୂପ ଥିଲେ ମଧ୍ୟ ଅନେକ ନଳକୂପ ଅଚଳ ଅବସ୍ଥାରେ ପଡ଼ି ରହିଛି। ଗ୍ରୀଷ୍ମ ଦିନରେ ଜଳ ସଂକଟ ଦେଖାଦେବା ଆଶଙ୍କା ରହିଛି। ଅନେକ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଲାଗି ନାହିଁ। ତେଣୁ ସନ୍ଧ୍ୟା ପରେ ମହିଳାମାନେ ଯାତାୟାତ ବେଳେ ଭୟ କରୁଛନ୍ତି | ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ନଥିବାରୁ ବର୍ଷା ହେଲେ ରାସ୍ତା ଓ ଘରେ ପାଣି ଜମି ରହୁଛି। ସ୍ଥାନୀୟ

ଲୋକଙ୍କ ଅଭିଯୋଗ ହେଲା, ଉନ୍ନୟନ ଯୋଜନା ଆସିଥିଲେ ମଧ୍ୟ ସେଗୁଡ଼ିକର ସଠିକ୍ ରୂପାୟନ ହୋଇପାରୁ ନାହିଁ । ସ୍ଥାନୀୟ ଅଞ୍ଚଳରେ କାମଧନ୍ଦା ମିଳୁ ନ ଥିବାରୁ ଅନେକ ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ହେଲା, ପଞ୍ଚାୟତରେ ଅନେକ

ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ମୁକୁନ୍ଦ ପୂର

ପଞ୍ଚାୟତର ନିଜସ୍ବ ସମ୍ପତ୍ତା ରହିଥିଲେ ବି ତାହାର ପରିଚାଳନା ହେଉନାହିଁ ବହୁ ପୁରାତନ ଦୁଇଟି ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ପଞ୍ଚାୟତ କମ୍ପ୍ଲେକ୍ସ୍, କଲ୍ୟାଣ ମଣ୍ଡପ ଓ ପାଠାଗାର କଥା ନ କହିବା ଭଲ। ନିର୍ବାଚିତ ଜନ ପ୍ରତିନିଧି, ରାଜନୈତିକ ନେତା ଓ ସରପଞ୍ଚମାନଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଉନ୍ନତି ହୋଇପାରୁ ନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button