ନବରଙ୍ଗପୁର ଆମିଷ ବଜାର ରୂପ ବଦଳିବ

ନବରଙ୍ଗପୁର ଆମିଷ ବଜାର ରୂପ ବଦଳିବ
ନବରଙ୍ଗପୁର, ୧୬/୩: ସ୍ଥାନୀୟ ସଂଜୟ ଦୈନିକ ବଜାର ପାର୍ଶ୍ଵରେ ଥିବା ଆମିଷ ବଜାରର ହେବ ନବକଳେବର। ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରୀତ
ଆମିଷ ବଜାର ନିର୍ମାଣ ପାଇଁ ରାଜ୍ୟ ସରକାର ୩କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ପୁରୁଣା ସଂଜୟ ଦୈନିକ ବଜାରରେ ଥିବା ପନିପରିବା, ସଉଦା ମାର୍କେଟ୍ ଏଲଆଇସି କାର୍ଯ୍ୟାଳୟ ନିକଟସ୍ଥ ବଜାରକୁ ସ୍ଥାନାନ୍ତର ହୋଇଛି | କିନ୍ତୁ ଆମିଷ ବଜାର ସ୍ଥାନାନ୍ତର ହୋଇ ନଥିଲା। ଆମିଷ ବଜାରର କିଛି ଦୋକାନୀ ଏବେ ସହରର
ବିଭିନ୍ନ ଛକ, ରାସ୍ତା ପାର୍ଶ୍ଵରେ ଦୋକାନ କରି ଆମିଷ ବିକ୍ରି କରୁଛନ୍ତି। ତେଣୁ ସମସ୍ତ ଆମିଷ ବ୍ୟବସାୟୀଜ୍ ଗୋଟିଏ ଛାତ ତଳେ ରଖି ବିକ୍ରି କରିବାକୁ ସୁଯୋଗ ଦେବାକୁ ପୌରପାଳିକାର ପକ୍ଷରୁ ଯୋଜନ। ହୋଇଥିଲା। ପୌର ପରିଷଦ ବୈଠକ ରେ ଅନୁମୋଦନ କରି ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ଓ ଗୃହ ବିଭାଗ ନିକଟକୁ ପ୍ରସ୍ତାବ ପଠାଯାଇଥିଲା ରାଜ୍ୟ ସରକାର ପ୍ରସ୍ତାବକୁ ଅନୁମୋଦନ କରିବା ସହ ୩କୋଟି ଟଙ୍କା ମଞ୍ଜୁର କରିଛନ୍ତି । ୩ ମହଲାର ଆମିଷ ବଜାର ନିର୍ମାଣ ହେବ । ତଳେ ପାକିଂ ସହ ଉପର ଦୁଇ ମହଲାରେ ଆମିଷ ବିକ୍ରି କରାଯିବା ଶୀତତାପ ନିୟନ୍ତ୍ରୀତ ବ୍ୟବସ୍ଥା ସହ ଏକଜିଟ୍ ଫ୍ୟାନ୍, ପାକିଂ, ସ୍ପେରେଜ୍ ବ୍ୟବସ୍ଥା ଓ ବର୍ଜବସ୍ତୁ ପରିଚାଳନାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ପୌରପାଳିକା ନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କଣ୍ଠ ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



