District

ମିଳୁନି ପେଟ୍ରୋଲ ଓ ଗ୍ୟାସ୍, ଉପଭୋକ୍ତା ହନ୍ତସନ୍ତ

ମିଳୁନି ପେଟ୍ରୋଲ ଓ ଗ୍ୟାସ୍, ଉପଭୋକ୍ତା ହନ୍ତସନ୍ତ

ନବରଙ୍ଗପୁର, ୧୬/୩

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ,ରନ୍ଧନ ଗ୍ୟାସ୍ ଓ ପେଟ୍ରୋଲ୍ ଅଭାବ ଦେଖିବାକୁ ମିଳିଛି। ପେଟ୍ରୋଲ୍ ପାଇଁ ତେଲ ଟାଙ୍କି ଓ ରନ୍ଧନ ଗ୍ୟାସ୍‌ ପାଇଁ ବିଭିନ୍ନ ଗ୍ୟାସ୍ ଏଜେନସି ସମ୍ମୁଖରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ପ୍ରତିଦିନ

ଜିଲ୍ଲା ପାଇଁ ପ୍ରାୟ ୨ ହଜାର ସିଲିଣ୍ଡର ଆବଶ୍ୟକ ଥିବା ବେଳେ ଏବେ ମାତ୍ର ଦୁଇଦିନ ପାଇଁ ମହଜୁଦ ରହିଛି। କିନ୍ତୁ ଦଲାଲମାନେ ଏଜେନ୍ସିରୁ ଗ୍ୟାସ୍ ସିଲିଣ୍ଡର ନେଇ ଚଢ଼ାଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଜିଲ୍ଲାରେ ୨ଲକ୍ଷ ୨୯ହଜାର ୨୨୫ ଗ୍ୟାସ୍‌ ହିତାଧିକାରୀ ରହିଛନ୍ତି। ବର୍ତ୍ତମାନ ଏଚପିସିଏଲ୍ ନିକଟରେ ୧୭୫୦, ବିପିସିଏଲରେ ୨୧୩ ଓ ଆଇଓସିଏଲରେ ୧୯୫୫

ଏଭଳି ୩୯୧୮ ଘରୋଇ ଗ୍ୟାସ୍ ସିଲିଣ୍ଡର ଓ ୩୦୦ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଗଛିତ ରହିଛି । ଜିଲ୍ଲାରେ ଗ୍ୟାସ୍‌ ଆମଦାନୀକୁ ନେଇ ଆଜି ପର୍ଯ୍ୟନ୍ତ ସଙ୍କଟ ଦେଖାଯାଇନି। ସେହିପରି ଜିଲ୍ଲାରେ ଥିବା ୫୦ଟି ପେଟ୍ରୋଲ୍ ପମ୍ପ ମଧ୍ୟରୁ କିଛି ପମ୍ପରେ ତେଲ ଅଭାବରୁ ବନ୍ଦ ରହି ରହିଛି। ବର୍ତ୍ତମାନ ଜିଲ୍ଲାରେ ୭ଲକ୍ଷ ୯ହଜାର ୮୪୫ଲିଟର ଡିଡେଲ ଓ ୪ଲକ୍ଷ ୯୧ହଜାର ୭୬୪ଲିଟର ପେଟ୍ରୋଲ ଗଚ୍ଛିତ ରହିଛି ବୋଲି ସିଏସଓ ଦେବାଶିଷ ମହାନ୍ତି କହିଛନ୍ତି। ଘରୋଇ ଗ୍ୟାସ୍ କୌଣସି ହୋଟେଲ କିମ୍ବା ଜଳଖିଆ ଦୋକାନକୁ ଯୋଗାଣ କରାଯିବ ନାହିଁ। ଗ୍ୟାସ୍‌ ବୁକିଂ ଫାଷ୍ଟ-ଇନ୍-ଫାଷ୍ଟ ଆଉଟ୍ ଅନୁଯାୟୀ ସିଲିଣ୍ଡର ଯୋଗାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏଚପିସିସି ସେକ୍ସ ଅଫିସର ଅନୁରାଗ କୁମାର । ଏଲ୍‌ପିଜି ଓ ପେଟ୍ରୋଲ ପମ୍ପ ମାଲିକଙ୍କୁ ନିୟମିତ କାରବାର ଓ ଗଚ୍ଛିତ ପରିମାଣର ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଜିଲ୍ଲାରେ ରନ୍ଧନ ଗ୍ୟାସ୍, ପେଟ୍ରୋଲ, ଡିଜେଲର ଅଭାବ ନାହିଁ| ଯଦି କଳାବଜାରୀ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା‌ଯିବ ବୋଲି ଜିଲ୍ଲାପାଳ ଡ.ମହେଶ୍ଵର ସ୍ବାଇଁ କହିଛନ୍ତି।

ତେବେ ନବରଙ୍ଗପୁରର ଚାଉଁରିଆଗୁଡ଼ା ସ୍ଥିତ ପେଟ୍ରୋଲ ଟାଙ୍କି ତେଲ ଅଭାବରୁ ବନ୍ଦ ରହିଛି।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button