ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ବନ୍ଧାପଡ଼ିଛି ଓଡ଼ିଆ ଅସ୍ମିତା

ସୀମାନ୍ତରେ ବନ୍ଧା ଓଡ଼ିଆ ଅସ୍ମିତା
ପାତ୍ରପୁର, ୧୬/୩: ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ବନ୍ଧାପଡ଼ିଛି ଓଡ଼ିଆ ଅସ୍ମିତା। ଓଡ଼ିଆ ଭାଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମୁଥିବା ବେଳେ ସେମାନେ ତେଲୁଗୁ ଭାଷା ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି ଦିନେ ପାତ୍ରପୁର ବ୍ଲକ୍ର ତେଲୁଗୁ ଭାଷାଭାଷୀ ପରିବାର ଓଡ଼ିଆ କହିବା ସହ ଲେଖିପାରୁଥିଲେ ଓ ବୁଝିପାରୁଥିଲେ । ହେଲେ ଏବେ ଚିତ୍ର ବଦଳିଛି। ଏବେ ସେହି ପରିବାରର ପିଲାମାନେ କେବଳ ତେଲୁଗୁକୁ ଏକମାତ୍ର ମାଧ୍ୟମ ଭାବେ ଗ୍ରହଣ କରିଥିବା ବେଳେ ଓଡ଼ିଆ କହିବା ଓ ଲେଖିବା ଭୁଲିଗଲେଣି ଏଣୁ ରାଜ୍ୟ ସରକାର ଓ ପ୍ରଶାସନ ଏଦିଗରେ ତୁରନ୍ତ ଦୃଷ୍ଟି ନଦଲେ ସୀମାନ୍ତରେ ଓଡ଼ିଆ ଭାଷା ଲୋପ ପାଇଯିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ପାତ୍ରପୁର ବ୍ଲକରେ ତେଲୁଗୁ ଭାଷାଭାଷୀଙ୍କ ପାଇଁ ଉତ୍ତମ ଶିକ୍ଷା ବ୍ୟବସ୍ଥା ନଥିବାରୁ ପ୍ରାୟ ୩୫ଟି ସୀମାନ୍ତ ଗ୍ରାମର ପିଲା ଆନ୍ଧ୍ର ବିଦ୍ୟାଳୟ ଉପରେ ନିର୍ଭର କରୁଛନ୍ତି। ପ୍ରତିଦିନ ୩ ହଜାରରୁ ଅଧିକ ପିଲା ଉକ୍ତ ବିଦ୍ୟାଳୟକୁ ଯାଉଥିଲି, କିନ୍ତୁ ସେମାନେ ତେଲୁଗୁ ଲେଖି ପାରୁଥିଲେ ମଧ୍ୟ ଓଡ଼ିଆ ଲେଖିବା ଓ ବୁଝିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି
ଏଣୁ ବର୍ତ୍ତମାନ ପରିସ୍ଥିତିରେ ସରକାର BJP ଯେଉଠି ବନୀତ ପଢ଼ିବା ବାଧ୍ୟତାମୂଳକ କରିବାର ଆବଶ୍ୟକତା ଓ ପୁସ୍ତକ ପ୍ରଦାନ ସହ ପାତ୍ରପୁର ଓ ଚକିଟି ଚୂଳରେ ୨ଟି ୩ ହଜାର ବିଶିଷ୍ଟ ହଷ୍ଟେଲ୍ ନିର୍ମାଣ କରିବା
ବିଦ୍ୟାଥୀଙ୍କୁ ଥଇଥାନ କଯାଇପାରିବା ସଂପ୍ରତି
ସୀମାନ୍ତ ତଥା ତେଲୁଗୁ ଭାଷାଭାଷୀ ଗ୍ରାମ ଜୟନ୍ତୀପୁର ପଞ୍ଚାୟତର ବେବର୍ତ୍ତାସାହି, ବୋରିବାଡ଼, ଚିଡ଼ିପୁଡ଼ି, ଗୁଡ଼ିପଦର, ବଳରାମପୁର, ବି.ନୂଆଗାଁ ପଞ୍ଚାୟତ
ତେଲୁଗୁକୁ ଆପଣାଇଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ ଲେଖୁଛନ୍ତି ଓ କହୁଛନ୍ତି
ସବରବେଇପଟ୍ଟା, ଏ, ସରଧାପୁର, ବି.ସରଧାପୁର, ସମଗାଁ, ଜୟପୁର, ସାମନ୍ତିଆପଲ୍ଲୀ ପଞ୍ଚାୟତର ସେଇ, ଖମ୍ବାରିଗାଁ ପଞ୍ଚାୟତ ଲାଳକମାଗାଁ, ବରଙ୍ଗ ପଞ୍ଚାୟତ ପୀତାମ୍ବରପୁର ଓ ପାର୍ବତୀପୁର ପ୍ରାୟ ୨୦ରୁ ଅଧିକ ତେଲୁଗୁ ବିଦ୍ୟାଳୟକୁ କମ୍ ଉପସ୍ଥାନ ଦେଖାଇ ବନ୍ଦ କରିଦିଆଯାଇଛି।
ସନ୍ତୋଷପୁର ଲଙ୍କା ଓ ଅନ୍ତରସିଙ୍ଗ ଲାଗିଛି! ମୁଜାରେଡ଼ି ବିଦ୍ୟାଳୟରେ ତେଲୁଗୁ
ଶିକ୍ଷାକୁ ବନ୍ଦ କରିଦିଆଯାଇଛି ଯେଉଁଠି ତେଲୁଗୁ ଶିକ୍ଷକଶିକ୍ଷୟିତ୍ରୀଙ୍କ ଆବଶ୍ୟକତା ରହୁଛି ସେଠାରେ ନିଯୁକ୍ତି ନଦେଇ ଓଡ଼ିଆ ବିଦ୍ୟାଳୟ ମାନଙ୍କୁ ବଦଳି କରାଯାଉଛି। ପାତ୍ରପୁର ଆର.କୃଷ୍ଣମୂର୍ତ୍ତିଙ୍କୁ ପାତ୍ରପୁର ଶ୍ରୀକରୁଣାକର ନୋଡ଼ାଲ ଉଚ୍ଚବିଦ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ବେଳେ ନନ୍ଦିନୀ ଦେବୀ ପାତ୍ରପୁର ଏନ୍ୟୁପିସ୍ ଓ ଆର.ଧଳଞ୍ଜୟ ବେଲପଡ଼ା ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ଏଭଳି ତେଲୁଗୁ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ତେଲୁଗୁ ସୀମାନ୍ତରେ ଥିବା ତେଲୁଗୁ ବିଦ୍ୟାଳୟରେ ଅବସ୍ଥାପିତ କରାଯାଇପାରିଲେ ତେଲୁଗୁ ବିଦ୍ୟାର୍ଥୀ ତାହାର ଲାଭପାଇଥା’ରେ ବୋଲି ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ପାଢ଼ୀ ପ୍ରକାଶ କରିଛନ୍ତି । ସ୍ଵେଚ୍ଛାସେବୀ ସରୋଜ ପଣ୍ଡା କହିଛନ୍ତି ପାତ୍ରପୁର ଓ ଚିକିଟି ବ୍ଲକର ସୀମାର ତେଲୁଗୁ ଭାଷାଭାଷୀ ଗ୍ରାମରେ ଦୁଇଟି ତେଲୁଗୁ ଓଡ଼ିଆ ହସ୍ତେଲ୍ ନିର୍ମାଣ କରାଗଲେ ତେଲୁଗୁ ଭାଷା ସହିତ ଓଡ଼ିଆ ଭାଷାର ମଧ୍ୟ ଅଭିବୃଦ୍ଧି ହୋଇପାର’ନ୍ତା ଯଦି ଏବେଠାରୁ ସରକାର ଏହାକୁ ଗୁରୁତ୍ୱ ନଦିଅନ୍ତି ତେବେ ଓଡ଼ିଶାରେ ବସବାସ କରୁଥିବା ତେଲୁଗୁ ପରିବାର ଆନ୍ଧ୍ରମୁହାଁ ହେବାକୁ ବାଧ୍ୟ ହେବେ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



