District

ଅପହରଣ କରିବାକୁ ଆସିଥିଲେ ଯୁବକ, ଧରିଲେ ଗ୍ରାମବାସୀ ନିର୍ଧୂମ ପିଟିଲେ, ପୋଲିସ ଜିମା ଦେଲେ

ଅପହରଣ କରିବାକୁ ଆସିଥିଲେ ଯୁବକ, ଧରିଲେ ଗ୍ରାମବାସୀ ନିର୍ଧୂମ ପିଟିଲେ, ପୋଲିସ ଜିମା ଦେଲେ

ନବବରଙ୍ଗପୁର, ୧୬।୩

ଅପହରଣ କରିବାକୁ ଗାଁକୁ ଆସିଥିଲେ କେତେଜଣ ଯୁବକ। ହେଲେ ଗ୍ରାମବାସୀଙ୍କ ହାବୁଡ଼େ ପଡି ଗଲେ ଜଣେ ଯୁବକ। ନିର୍ଧୂମ ମାଡ଼ମାରି ଗ୍ରାମବାସୀ ଯୁବକଙ୍କୁ ଧରିଥିଲେ। ପୋଲିସ ପହଞ୍ଚି ଯୁବକ ଜଣଙ୍କୁ ଉଦ୍ଧାର କରିଛି। ଅଭିଯୁକ୍ତ ଯୁବକ ହେଲେ ନବରଙ୍ଗପୁର ସହର ଦଶହରାପଦା ଅଞ୍ଚଳର ସିଧୁ ହରିଜନ। ନବରଙ୍ଗପୁର ଥାନା ଦେଓଳା ଗାଁରେ ଏହି ଘଟଣା ଘଟିଛି। ଏ ନେଇ ଟାଉନ ଥାନା ନାରେ ଏକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରାଯାଇଥିବା ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା କହିଛନ୍ତି । ସିଧୁ ହରିଜନଙ୍କୁ ପୋଲିସ ଅଟକରଖ୍ ପଚରାଉଚରା କରୁଥିବା ସେ କହିଛନ୍ତି।

ସୂଚନାନୁଯାୟୀ, ଦେଓଳା ଗାଁର ଈଶ୍ବର ମାଳି ଓ ଦେବଗୌଡ଼ ଶନିବାର ରାତି ପ୍ରାୟ ସାଢେ ଢେ ୧୦ଟାରେ ଖାଇସାରିବା ପରେ କୋଡିଙ୍ଗା -ଦେଓଳା ମୁଖ୍ୟରାସ୍ତା କରିବାକୁ ଚାହାନ୍ତିଥିରେ । ଏହି ସମୟରେ ଏକ ଚାରି ଚକିଆରେ ସିଧୁଙ୍କ ସହ ୬ଜଣ ଯୁବକ ଆସି ହଠାତ୍ ରାସ୍ତାରେ ଗାଡି ଅଟକାଇ ଈଶ୍ବରଙ୍କର ମୋବାଇଲ ଛଡାଇନେଇଥିଲେ। ସାଙ୍ଗରେ ଥିବା ଦେବ ମୋବାଇଲ ଦେବାକୁ ମନା କରିଥିଲେ । ଈଶ୍ବର ଓ ଦେବଙ୍କୁ ସନ୍ଧୁ

ଓ ତାଙ୍କ ସହଯୋଗୀମାନେ ଆସିଥିବା ଚାରି ଚକିଆ ଗାଡ଼ିରେ ଜବରଦସ୍ତି ବସାଇ ନେଇ ଯାଉଥିଲେ। ଦେବ କୌଶଳ କ୍ରମେ ଖସି ଆସିଥିଲେ। କିଛି ସମୟ ପରେ ଅଭିଯୁକ୍ତ ସିଧୁକୁ ଜାବୁଡି ଧରି ଈଶ୍ଵର ଚଳନ୍ତା ଗାଡିରୁ ଡେଇଁ ପଡ଼ିଥିଲେ। ଏହି ସମୟରେ ଗାଁ ମୁଣ୍ଡରେ ଶତାଧିକ ଲୋକ ଜମା ହୋଇଯାଇଥିଲେ । ଗାଁ ଲୋକଙ୍କ ହାତରେ ସିଧୁ ଧରାପଡିଥିଲେ। ଅନ୍ୟ ୬ରୁ ୭ଜଣ ଯୁବକ ଗାଡ଼ି ଧରି ସେଠାରୁ ଚମ୍ପଟ ମାରିଥିଲେ। କିନ୍ତୁ ସିଧୁଙ୍କୁ ଗାଁ ଲୋକ ଧରି ହାତଗୋଡ ବାନ୍ଧି କାବୁ କରିନେଇଥିଲେ। ପୋଲିସ୍ ସିଧୁଙ୍କୁ ଗ୍ରାମନିବାସୀଙ୍କ ଠାରୁ ଉଦ୍ଧାର କରିଥିଲେ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button