District

ଅନୁସୂଚୀତ ଜାତି, ଜନଜାତି ଓ ଓବିସି ବର୍ଗର ହଜାର ହଜାର ଲୋକଙ୍କ ଆନ୍ଦୋଳନ; ଜଗଦେଇ ଦାବିପତ୍ର ପ୍ରଦାନ

ଅନୁସୂଚୀତ ଜାତି, ଜନଜାତି ଓ ଓବିସି ବର୍ଗର ହଜାର ହଜାର ଲୋକଙ୍କ ଆନ୍ଦୋଳନ; ଜଗଦେଇ ଦାବିପତ୍ର ପ୍ରଦାନ

(ଓଡ଼ିଶା ଷ୍ଟେଟ୍ ନ୍ୟୁଜ୍ ରିପୋର୍ଟ ର ଦିଲ୍ଲୀପ ଖରା)କୋରାପୁଟ: ନୂତନ ୟୁଜିସି ନିୟମକୁ ଶୀଘ୍ର କାର୍ଯ୍ୟକାରୀ କରିବା ଦାବିରେ ସୋମବାର କୋରାପୁଟ ଜିଲ୍ଲାରେ ଅନୁସୂଚୀତ ଜାତି (SC), ଅନୁସୂଚୀତ ଜନଜାତି (ST) ଓ ଓବିସି ବର୍ଗର ହଜାର ହଜାର ଲୋକ ଏକତ୍ରିତ ହୋଇ ଆନ୍ଦୋଳନ କରିଥିଲେ। ସେମାନେ ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ କୋରାପୁଟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସଂଗଠନର ସଦସ୍ୟମାନେ ବହୁ ସଂଖ୍ୟାରେ ଜମା ହୋଇଥିଲେ।ଉଚ୍ଚଶିକ୍ଷା ସଂସ୍ଥାନଗୁଡ଼ିକରେ ଘଟୁଥିବା ଜାତିଗତ ଭେଦଭାବ ଓ ନିର୍ଯ୍ୟାତନା ବିରୋଧରେ କଠୋର ଆଇନ ଲାଗୁ କରିବା ପାଇଁ ସେମାନେ ଦାବି ଉଠାଇଥିଲେ।ଆନ୍ଦୋଳନକାରୀମାନଙ୍କ କହିବା ଅନୁସାରେ, ୨୦୧୨ ମସିହାରେ ପାରିତ ୟୁଜିସି ନିୟମରେ ଅନେକ ଦୁର୍ବଳତା ଥିବାରୁ ଉଚ୍ଚଶିକ୍ଷା ସଂସ୍ଥାନମାନେ ଜାତିଗତ ଭେଦଭାବ ଓ ନିର୍ଯ୍ୟାତନା ଘଟଣା ଅବ୍ୟାହତ ରହିଛି। ୟୁଜିସି ତଥ୍ୟ ଅନୁଯାୟୀ ବିଗତ କିଛି ବର୍ଷରେ ଏପରି ଘଟଣାରେ ୧୧୮ ଶତାଙ୍ଶ ବୃଦ୍ଧି ହୋଇଥିବା ମଧ୍ୟ ସେମାନେ ଉଲ୍ଲେଖ କରିଥିଲେ।ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ୨୦୨୬ ମସିହାରେ ନୂତନ ୟୁଜିସି ନିୟମ ପାରିତ କରିଥିବା କୁହାଯାଇଛି। ଏହି ନିୟମ ଅନୁଯାୟୀ ପ୍ରତ୍ୟେକ ଉଚ୍ଚଶିକ୍ଷା ସଂସ୍ଥାନରେ ସମାନ ସୁଯୋଗ କେନ୍ଦ୍ର (EOC) ସ୍ଥାପନ କରାଯିବା ସହ ଭେଦଭାବ ଘଟଣାର ତଦନ୍ତ ପାଇଁ ବିଶେଷ କମିଟି ଗଠନ କରାଯିବ। ଏହା ସହିତ ଅନଲାଇନ୍ ଅଭିଯୋଗ ବ୍ୟବସ୍ଥା ରହିବ ଓ ୨୪ ଘଣ୍ଟା ମଧ୍ୟରେ ଅଭିଯୋଗ ଗ୍ରହଣ କରାଯାଇ ୧୫ ଦିନ ମଧ୍ୟରେ ତଦନ୍ତ ସମାପ୍ତ କରିବା ବ୍ୟବସ୍ଥା ରହିବ।ଏହି ନିୟମକୁ ଶୀଘ୍ର କାର୍ଯ୍ୟକାରୀ କରିବା ଦାବିରେ କୋରାପୁଟ ଜିଲ୍ଲାର ଏସି, ଏସଟି ଓ ଓବିସି ବର୍ଗର ଲୋକମାନେ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button