District

ଦୈନିକ ବଜାରରେ ହେବ ବହୁତଳ ସପିଂ ମଲ୍ ମିଳିଛି ୧୦କୋଟି ଅନୁଦାନ, ସରିଲା ସର୍ଭେ

ଦୈନିକ ବଜାରରେ ହେବ ବହୁତଳ ସପିଂ ମଲ୍ ମିଳିଛି ୧୦କୋଟି ଅନୁଦାନ, ସରିଲା ସର୍ଭେ

ନବରଙ୍ଗପୁର, ୧୪/୩: ନବରଙ୍ଗପୁର କୃଷକ ବଜାର ପରିସରରେ ନିର୍ମାଣ ହେବ ବହୁ ତଳ ସପିଂ ମଲ୍ ଏଥି ଲାଗି ବିଭାଗ ପକ୍ଷରୁ ମିଳିଛି ୧୦କୋଟି ଅନୁଦାନ ସର୍ଭେ ସରିଥିବା ବେଳେ ଡିପିଆର ଆସିବା ପରେ ଅନୁମୋଦନ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଠାଯିବ ।

ବ୍ୟବହାର ଅଭାବରୁ ଏବେ ସଂଜୟ ଦୈନିକ ବଜାର ଅସାମାଜିକଙ୍କ ଆଡାସ୍ଥଳୀ ପାଲଟିଛି। ୯ବର୍ଷ ହେଲା ଦୈନିକ ବଜାର ମଧ୍ୟରେ ଥିବା ୩୦ଟି ଷ୍ଟଲ୍‌ ଅବ୍ୟବହୃତ ଭାବେ ପଡ଼ି ରହିଛି। ପିଣ୍ଡି ବିପଦସଂକୁଳ ଅବସ୍ଥାରେ ସହରରେ ଆମିଷ ବିକ୍ରି ପାଇଁ ସ୍ବତନ୍ତ୍ର ବଜାର ନଥିବା ବେଳେ ଏହି ବଜାର କାର୍ଯ୍ୟକ୍ଷମ ନଥିବାରୁ ବିଭିନ୍ନ ଛକରେ

ଆମିଷ ବିକ୍ରି ହେଉଛି।

ସହର ମଧ୍ୟରେ ଥିବା ଏତେ ବଡ଼ ସ୍ଥାନର ରକ୍ଷଣାବେକ୍ଷଣ ସହ ନୂତନ ସପିଂ ମଲ୍ ତୁରନ୍ତ ।

ନିର୍ମାଣ କରିବାକୁ ଦାବି କରିଛନ୍ତି ଦୈନିକ ବଜାରର ପୂର୍ବତନ ସଭାପତି ରାକେଶ ଗୁପ୍ତା ସମ୍ପୂର୍ଣ୍ଣ ବଜାରକୁ ଭାଙ୍ଗି ନୂଆ ନିର୍ମାଣ ପାଇଁ ପୌର ବୈଠକରେ ଆଲୋଚନା ହୋଇଥିବା

କହିଛନ୍ତି କାଉନସିଲର ଏ. ସତୀଶ ଚାମ୍ବର ଅଫ କମର୍ସ ପକ୍ଷରୁ ମଧ୍ୟ ସପିଂ ମଲ୍ ନିର୍ମାଣ ପାଇଁ ଦାବିପତ୍ର ଦିଆଯାଇଥିବା କହିଛନ୍ତି ସଭାପତି କାହ୍ନୁ ଦାସ। ସହରବାସୀଙ୍କ ପ୍ରସ୍ତାବକୁ ସମର୍ଥନ କରି ବିଧାୟକ ଗୌରୀଶଙ୍କର ମାଝୀ ରାଜ୍ୟ ନଗର ଉନ୍ନୟନ ଓ ଗୃହ ବିଭାଗକୁ ଅବଗତ କରିବା ପରେ ରାଜ୍ୟ ସରକାର ନୂଆ ସପିଂ ମଲ୍ ନିର୍ମାଣ ପାଇଁ ୧୦କୋଟି ଟଙ୍କା ମଞ୍ଜୁର କରିଥିବା କହିଛନ୍ତି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବୈଷୟିକ ଟିମ୍ ଦୈନିକ ବଜାର ପରିଦର୍ଶନ କରି ସର୍ଭେ କରିଛନ୍ତି I ଡିପିଆର୍ ଆସିବା ପରେ ଅନୁମୋଦନ ପାଇଁ ପଠାଯିବା

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button