ବଡ଼ନାୟକଗୁଡ଼ାରେ ମିଳିଲା ପିଇବା ପାଣି

ବଡ଼ନାୟକଗୁଡ଼ାରେ ମିଳିଲା ପିଇବା ପାଣି
କଲ୍ଯାଣସିଂହପୁର,୧୪/୩ : ଦୀର୍ଘଦିନ ଧରି ଲାଗିରହିଥିବା ସମସ୍ୟାର ଅନ୍ତ ଘଟିଛି। ସଦର ବ୍ଳକ୍ ପୂଜାରୀଗୁଡ଼ା ପଞ୍ଚାୟତ ବଡ଼ନାୟକଗୁଡ଼ାବାସୀଙ୍କୁ ମିଳିଛି ପିଇବା ପାଣି। ବ୍ଲକ ପ୍ରଶାସନ ପକ୍ଷରୁ ଏଠାରେ ର ସୌରଚାଳିତ ଜଳଯୋଗାଣ ପ୍ରକଳ୍ପ କରାଯିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ରେ ଖୁସିର ଲହରି ଖେଳିଯାଇଛି।
ସୂଚନା ଅନୁଯାୟୀ, ଏହି ଗାଁରେ ପୂର୍ବରୁ ୨ଟି ନଳକୂଅ ରହିଛି। ଅଥଚ ସେଗୁଡ଼ିକ ଦୀର୍ଘ ଦିନ ଧରି ଅଚଳ ପଡ଼ିଥିବାରୁ ଗ୍ରାମବାସୀ ପାନୀୟ ଜଳ ପାଇଁ ସମସ୍ୟା ଭୋଗୁଥିଲେ। ଏ ନେଇ ମାଝିଗୁଡ଼ା ମଣ୍ଡଳ ବିଜେପି ସଭାପତି ଅନିଲ କୁମାର ଜାଡ଼ି ଜାଣିବାକୁ ପାଇଥିଲେ। ଗ୍ରାମବାସୀଙ୍କ ସମସ୍ୟା ଦୂର କରିବା ପାଇଁ ବିଡିଓ ମନୀଷା ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅନିଲ। ବୃକ୍ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ଗାଁରେ
ସୌରଚାଳିତ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଲୋକଙ୍କ ପିଇବା ପାଣି ସମସ୍ୟା ଦୂର ହୋଇଥିବା ଗ୍ରାମବାସୀ କହିଛନ୍ତି। ଗାଁର ଲାସୁ ପ୍ରାସ୍କା, ମଦନ ପ୍ରାସ୍କା, ଗୋପୀ ପ୍ରାସ୍କା,
ପୂତନ ପ୍ରାସ୍କା, ପୂର୍ଣ୍ଣ ପ୍ରାସ୍କା, ଇନ୍ଦ୍ରମଣି ପ୍ରାସ୍କା, ବ୍ଳସୀ ନଣଙ୍କ, ସୁରେନ୍ଦ୍ର ପ୍ରାସ୍କା, ରାଧା ପ୍ରାସ୍କା, ଦାମ କାଡ୍ରାକା, ଶିରି କାଡ୍ରାକା ଓ ରାମଦାସ ପ୍ରାସ୍କା ପ୍ରମୁଖ ଧନ୍ୟବାଦ ଜଣାଇଛନ୍ତି।



