ଘରକୁ ଆସିବେ ମା’ ପ୍ରସ୍ତୁତି ଜୋରଦାର

ଘରକୁ ଆସିବେ ମା’ ପ୍ରସ୍ତୁତି ଜୋରଦାର
ଉମରକୋଟ, ୧୩।୩: ନବରଙ୍ଗପୁର ଜିଲ୍ଲା ଉମରକୋଟର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା ଠାକୁରାଣୀଙ୍କ ନବଦିନ କଳସ ଯାତ୍ରା ପାଇଁ ନିମନ୍ତେ ଗାନ୍ଧୀ ଛକଠାରେ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି । ଘରକୁ ଘର ଆସି ଦର୍ଶନ ଦେବେ ମା’ । ଏଥିପାଇଁ ପ୍ରସ୍ତୁତି ଜୋରସୋର ରେ ଚାଲିଥିବା ବେଳେ, ଶୁଭଖୁଣ୍ଟି ସ୍ଥାପନ ସମୟରେ ମା ମଙ୍ଗଳା ମନ୍ଦିର ପୂଜକ ଭୁବନ ପୂଜାରୀ ନୀତି ନିୟମରେ ପୂଜାର୍ଚ୍ଚନା କରିବା ପରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା । ଚଳିତ ମାସ ମାର୍ଚ୍ଚ ୨୩ ତାରିଖରୁ ମାଆଙ୍କର ଏହି
ପ୍ରସିଦ୍ଧ କଳସ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ମାଆଙ୍କ କଳସ ଓ ବିମାନ ପ୍ରତ୍ୟେକ ଦିନ ଭକ୍ତଙ୍କ
ଦ୍ଵାରକୁ ଯାଇ ଦର୍ଶନ ଦେବାର ପରମ୍ପରା ରହିଛି। ଆଜି ଶୁଭଖୁଣ୍ଟି ସ୍ଥାପନ ପରେ ଯାତ୍ରା ପାଇଁ ସମସ୍ତ କାର୍ଯ୍ୟ ଆରମ୍ଭ
ହୋଇଥିବା ବେଳେ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି। ବିଶ୍ଵାସ ରହିଛି ଯେ, ମାଆଙ୍କ ଏହି ନବଦିନ କଳସ ଯାତ୍ରା ସମୟରେ ଭକ୍ତ ମାନସିକ କରିଥାନ୍ତି, ମାଆ ତାର ସବୁ ମନସ୍କାମନା ପୂର୍ଶ କରନ୍ତି । ଏଥିପାଇଁ କେବଳ ନବରଙ୍ଗପୁର ଜିଲା ନୁହେଁ, ବରଂ ପଡୋଶୀ ଜିଲ୍ଲା ସମେତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରୁ ମଧ୍ୟ ହଜାର ହଜାର ଭକ୍ତ ମାଆଙ୍କ ଆଶୀର୍ବାଦ ଭିକ୍ଷା କରିବାକୁ ଉମରକୋଟକୁ ଆସିଥାନ୍ତି। ତେବେ ଆଜିର ଏହି ଶୁଭଖୁଣ୍ଟି ସ୍ଥାପନ ସମୟରେ ନବ ଦିନ ଯାତ୍ରା କମିଟିର ସଭାପତି ବିନୋଦ କେଶରୀ ସିଂ ଉପ
ସଭାପତି ପି.ଆଶିଷ ରାଓ, ସମ୍ପାଦକ ମନୋଜ କୁମାର ନାୟକ ଓ କୋଷାଧ୍ୟକ୍ଷ ନେତ୍ର ହରିଜନ, ଚୂଡ଼ାମଣି ମାଳିଙ୍କ ସହ ବାରପାଲି ଗାଁର ଶିରା, ପୂଜାରୀ, ରଇତମାନଙ୍କ ସହ ପୌର ଅଧ୍ଯକ୍ଷା ରାଧା ଭତରା, ଏମପି ପ୍ରତିନିଧୁ ରାମ ନାୟକ, ସନ୍ତୋଷ ପରିଛା, ପୂର୍ବତନ କମିଟି ସଭାପତି ରାବଣା ରାଓ, ପୂର୍ବତନ ନଗରପାଳ ଝଡ଼େଶ୍ଵର ମହାନ୍ତି, ଅଶୋକ ଜ୍ୟୋର୍ତା, ରଜତ ସନ୍ତା, ବିଦ୍ୟାଧର ଜେନାଙ୍କ ସହ ଉମରକୋଟ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବୀ, ଯାତ୍ରା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



