District

ଜମିବାଡ଼ି ବିବାଦରୁ ବୃଦ୍ଧାଙ୍କୁ ହତ୍ୟା ୨ ଦୋଷୀଙ୍କୁ ଆଜୀବନ

ଜମିବାଡ଼ି ବିବାଦରୁ ବୃଦ୍ଧାଙ୍କୁ ହତ୍ୟା ୨ ଦୋଷୀଙ୍କୁ ଆଜୀବନ

ବଲାଙ୍ଗୀର, ୧୩/|୩ : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ରାମସିଂହା ଗାଁର ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିଲା । ଦୀର୍ଘ ୮ ବର୍ଷ ପରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ଦ୍ବିତୀୟ) ଏହି ମାମଲାର ବିଚାର କରି ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏଥିସହିତ ସେମାନଙ୍କୁ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ।

ଲୋଇସିଂହା ଥାନା ଖଲିଆପାଲି ରାମସିଂହା ଗାଁ ବୃଦ୍ଧା ନୀଳାଦ୍ରି ତ୍ରିପାଠୀ ଓ ଅନ୍ୟ ୩ଜଣଙ୍କୁ ୨୦୧୭ ଜୁନ ୧୭ରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗାଁର ସୁଜିତ ତ୍ରିପାଠୀ, ଅରକ୍ଷିତ ତ୍ରିପାଠୀ ଆକ୍ରମଣ କରିଥିଲେ । ଶ୍ରୀମତୀ ତ୍ରିପାଠୀଙ୍କ ସହ ପରିବାରର ସମସ୍ତ ସସଦ୍ୟଙ୍କୁ ହତ୍ୟା ଯୋଜନା କରିଥିଲେ। ତେବେ ସୁଜିତଙ୍କ ଟାଙ୍ଗିଆ ଚୋଟରେ ନୀଳାଦ୍ରି ଗୁରୁତର ହୋଇଥିଲେ | ୯ ଦିନ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ସଂପର୍କରେ ଲୋଇସିଂହା ପୁଲିସ ଗତ ୧୭ ଜୁନ୍ ୨୦୧୮ ମାମଲା ସଂଖ୍ୟା ୯୫ ରୁଜୁକରି ଅଭିଯୁକ୍ତ ସୁଜିତ ଓ ଅରକ୍ଷିତଙ୍କୁ ଗିରଫ କରିଥିଲେ। ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ ସୁଶ୍ରୀ ଅଞ୍ଜଳି କୁମାରୀ ପାଢ଼ୀ ୧୪ଜଣ ସାକ୍ଷୀ ଓ ୨୪ଟି ଦସ୍ତାବେଜକୁ ଆଧାର କରି ମାମଲାର ରାୟ ଶୁଣାଇଥିଲେ। ଦଫା ୩୦୨ ଓ ୩୨୪ରେ ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ | ଦଫା ୩୦୨ରେ ଆଜୀବନ ସହ ୧୦ ଖନା ଓ ଜରିମାନା ଅନାଦାୟ ଅତିରିକ୍ତ ଏକ ବର୍ଷ ଦଣ୍ଡ ଭୋଗିବେ ବୋଲି ନୟରେ ଦର୍ଶାଇଥିଲେ । ମାମଲାକୁ ସରକାରୀ ପିପି ସୁରଜିତ ସିଂ ନାୟକ ପରିଚାଳନା କରିଥିବା ବେଳେ ଜରିମାନା ଅର୍ଥ ମୂତକଙ୍କୁ ତକଙ୍କୁ କ୍ଷତିପୂରଣ ଭାବେପ୍ରଦାନ କରାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଆଜି ଏହି ହତ୍ୟାକାଣ୍ଡର ରାୟ ପ୍ରକାଶ ପରେ ମୃତ ବୃଦ୍ଧାଙ୍କ ପୁଅ କଳାକାହ୍ନୁ ତ୍ରିପାଠୀ ଖୁସି ପ୍ରକାଶ କରିଛନ୍ତି ।

ଗୋବିନ୍ଦ ତ୍ରିପାଠୀ

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button