District

ଝରିଗାଁ-ଚନ୍ଦାହାଣ୍ଡି ଘାଟି ରାସ୍ତା ମରଣଯନ୍ତା

ଝରିଗାଁ-ଚନ୍ଦାହାଣ୍ଡି ଘାଟି ରାସ୍ତା ମରଣଯନ୍ତା

ଡିପିଆରରେ ସୀମିତ ପ୍ରଶସ୍ତୀକରଣ କାମ

ଘାଟି ଆରମ୍ଭ ଧୀରେ ଚଲାନ୍ତୁ

ନବରଙ୍ଗପୁର, ୧୩/୩: ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଝରିଗାଁ-ଚନ୍ଦାହାଣ୍ଡି ଘାଟି ରାସ୍ତା ମରଣଯନ୍ତା ପାଲିଟିଛି। ବ୍ଲାକ୍ ସ୍ପଟ୍ ଭାବେ ଚିହ୍ନଟ ଘାଟି ରାସ୍ତାରେ ୧୦ ବର୍ଷ ମଧ୍ୟରେ ୩ଟି ବଡ଼ ଦୁର୍ଘଟଣାରେ ୧୬ଜଣଙ୍କ ମୃତ୍ୟୁ ହେଲାଣି ତେଣୁ ଘାଟି ରାସ୍ତାକୁ ପ୍ରଶସ୍ତୀକରଣ ପାଇଁ ନିଷ୍ପତ୍ତା ହୋଇଥିଲା। ଏଥି ପାଇଁ ୧୩କୋଟିର ଡିପିଆର ପ୍ରସ୍ତୁତ ହୋଇଥିବା ବେଳେ କାମ ଆରମ୍ଭ ହୋଇପାରିନି

ଅପରପକ୍ଷରେ ରେ ୪୨କୋଟି ବ୍ୟୟବରାଦରେ ଉମରକୋଟ ବ୍ଲକର ସେମଳା ଠାରୁ ଚନ୍ଦାହାଣ୍ଡି ବ୍ଳକର ଦେଓବନ୍ଦ ଯାଏଁ ୩୩.୫କିମି ରାସ୍ତାର ପ୍ରଶସ୍ତୀକରଣ କାମ ଆରମ୍ଭ ହୋଇଛି। ୫.୫ମିଟର

ରାସ୍ତାକୁ ପ୍ରଶସ୍ତୀକରଣ କରି ୧୦ମିଟର ରାସ୍ତା ତିଆରି କରାଯିବା ତେବେ ରାସ୍ତା ପ୍ରଶସ୍ତୀକରଣରୁ ଘାଟି ରାସ୍ତାକୁ ବାଦ୍ ଦିଆଯାଇଛି। ଉମରକୋଟରୁ ଝରିଗାଁ ୧୮କିମି ଓ ଚନ୍ଦାହାଣ୍ଡି ୫୨କିମି ଦୂରରେ ରହିଛି। ଝରିଗାଁରୁ ୧୨କିମି ଦୂର ଘାଟି ରାସ୍ତା ଅତିକ୍ରମ କରିଲା ପରେ ଚନ୍ଦାହାଣ୍ଡିରେ ପହଞ୍ଚି ହୁଏ । ଘଞ୍ଚ ଜଙ୍ଗଲରେ ୨କିମି ଏହି ଅଙ୍କାବଙ୍କା ଘାଟି ରାସ୍ତା ନିର୍ମାଣରେ ହଠାତ ଗଡ଼ାଣିଆ ସହ ବୈଷୟିକ ତ୍ରୁଟି ଯୋଗୁଁ ନିର୍ଦ୍ଦିଷ୍ଟ ଶହେ ମିଟର ରାସ୍ତାରେ ଅଧିକ ସଂଖ୍ୟାରେ ଦୁର୍ଘଟଣା ହୋଇଥାଏ | ଘାଟି ଆରମ୍ଭରେ ପୁଣି ଘାଟି ଶେଷରେ ସୂଚନା ଫଳକ ଲାଗିଛି। ଫଳରେ ବାହାର ଜିଲ୍ଲା ତଥା ପଡ଼ୋଶୀ ରାଜ୍ୟରୁ ଆସୁଥିବା ଗାଡ଼ି ଚାଳକମାନେ

ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି| ପ୍ରତିଦିନ ଘାଟି ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ହେଉଛି ୨୦୧୫ ଦଶହରାରେ ଡାବୁଗାଁ ବ୍ଲକର ଆଦିବାସୀ ନାଟକ ଦଳ ଭ୍ୟାନ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା। ଫଳରେ ୧୧ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୮ ନଭେମ୍ବର ୧୧ରେ ଉମରକୋଟ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରରୁ ଚନ୍ଦାହାଣ୍ଡି ଅରବିନ୍ଦ ପାଠଚକ୍ର ସମ୍ମିଳନୀକୁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୪ଜଣଙ୍କ ମୃତ୍ୟୁ ହୋଇଥିଲା | ୨୦୨୫ରେ ସ୍କୁଲ୍ ବସ୍ ଦୁର୍ଘଟଣାରେ ଜଣେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା। ୨କିମି ଘାଟି ରାସ୍ତାକୁ ପ୍ରଶସ୍ତୀକରଣ ପାଇଁ ୧୩କୋଟିର ଡିପିଆର ପ୍ରସ୍ତୁତ ହୋଇଛି। ରାଜ୍ୟ ସରକାରଙ୍କ ଠାରୁ ଅନୁମୋଦନ ସହ ଅନୁଦାନ ଆସିବା ପରେ ଟେଣ୍ଡର କରାଯିବ ବୋଲି କହିଛନ୍ତି ପୂର୍ବ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ କ୍ଷୀରଧର କନ୍ଦପାଣି।

ଗୋବିନ୍ଦ ତ୍ରିପାଠୀ

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button