District

ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ତିନି ଗ୍ରାମବାସୀ

ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ତିନି ଗ୍ରାମବାସୀ

ଅବକାରୀ କାର୍ଯ୍ୟାଳୟ, ତହସିଲଦାର ଓ ଥାନାରେ ଦାବିପତ୍ର ପ୍ରଦାନ

ପାପଡାହାଣ୍ଡି /ଚାବୁଗାଁ, ୧୩/୩: ମଦ ଯୋଗୁଁ ପରିବାରରେ ଅଶାନ୍ତି ଦେଖାଦେବା ସହିତ ଅନେକ ପରିବାର ସର୍ବମୃତ ହୋଇଯାଇଛି। ତେଣୁ ମଦ କାରବାର ବନ୍ଦ କରିବା ପାଇଁ ପାପଡାହାଣ୍ଡି ବ୍ଲକ ଯାତ୍ରୀ ଗ୍ରାମପଞ୍ଚାୟତରେ ନାୟକମୁଣ୍ଡାଗୁଡ଼ା, ବରଗୁଡ଼ା, ନରଖଜିଗୁଡ଼ା ଗ୍ରାମବାସୀ ଅଣ୍ଡା ଭିଡ଼ିଛନ୍ତି। ଏନେଇ ଗାଁରେ ବୈଠକ କରିବା ସହ ଲୋକଙ୍କୁ ସଚେତନ କରାଯାଇଛି। ଯଦି ଆଗକୁ ମଦ ନିକ୍ରି କରିଲେ ଦଶ ହଜାଇ, ମଦ ପିସରେ ତନାରେ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି

ନାୟକମୁଣ୍ଡାଗୁଡା, ବରଗୁଡ଼ା, ହରଡ଼ାଖଟିଗୁଡ଼ା ଗ୍ରାମରେ ୧୨ଶହରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି। ଏହି ତିନୋଟି ଗାଁରେ ଅବାଧରେ ମଦ ବିକ୍ରି ହେଉଥିବାରୁ ମହିଳା, ପୁରୁଷ କାମଧନ୍ଦା ଛାଡ଼ି ମଦ୍ୟପାନ କରୁଛନ୍ତି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନ ଯାଇ ମଦ ପିଇ ଭବିଷ୍ୟତ ନଷ୍ଟ କରୁଛନ୍ତି

ପୁରୁଷମାନେ କାମଧନ୍ଦା ଛାଡି ମଦ ପିଇବା ସହ ଘରେ ଓ ଗାଁରେ ଝଗଡ଼ା କରୁଛନ୍ତି ଫଳରେ ଅଶାରିକର ପରିବେଶ ସୃଷ୍ଟି ହେଉଛି। ଗତ କିଛି ବର୍ଷ ମଧ୍ୟରେ ୧୦ରୁ ଉର୍ଚ୍ଚ

ଯୁବକ ଓ ନାବାଳକ ମଦ ପିଇ ମୃତ୍ୟୁବରଣ କରିସାରିଲେଣି ଏହି ତିନି ଗାଁରେ କିଛି ପରିବାର ଦେଶ ଓ ବିଦେଶୀ ମଦ ବିକ୍ରି କରୁଛନ୍ତି ତେଣୁ ମଦ କାରବାର ବନ୍ଦ କରିବା

ପାଇଁ ୧୦ଦିନ ତଳେ ଗ୍ରାମବାସୀ ଏକତ୍ରିତ ହୋଇ ବୈଠକ କରିଥିଲେ। ବୈଠକରେ ଗ୍ରାମର ମଦ ବିକ୍ରି କରିଲେ ଦଶ ହଜ।ର ଟକଂ।ଓ ମଦ ପିଇଲେ ହଜାରେ

ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ସ୍ଥିର ହୋଇଥିଲା ଏଥିସହ ମହିଳାମାନେ ଠେଙ୍ଗାବାଡ଼ି ଧରି ଗାଁରେ ପଳରା ଦେଉଛନ୍ତି ଏହାମତ୍ତ୍ବେ କିଛି ପରିବାର ମଦ ବିକ୍ରି

କରୁଛନ୍ତି ମଦ କାରବାର ବନ୍ଦ କରିବାକୁ କହିଲେ ମାରିବାକୁ ଧମକ ଦିଆଯାଉଛି ତେଣୁ ଗୁରୁବାର ଦିନ ଗ୍ରାମବାସୀ ପାପଡ଼ାହାଣ୍ଡି ଅବକାରୀ ବିଭାଗ, ତହସିଲଦାର ଓ ଡାବୁଗାଁ ଆନାରେ ଲିଖିତ ଅଭିଯୋଗ କରି ମଦ ବନ୍ଦ ନିମନ୍ତେ ଗ୍ରାମବାସୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଅଭିଯୋଗ ଦେବା ସମୟରେ ୱାର୍ଡସଭ୍ୟା ଅମ୍ବିକା ପ୍ରଧାନ, ପରକା ସମାନ ସଭାପତି ପଦ୍ମନ କାଳା, ସଦନ ଜାନୀ, ଅଗାହୁ ଜାନୀ, କମଳା ଜାନା, ଡମିନି ନାନ, ସ୍ମୃତି ଜାନୀ, ଚାଦେଇ ନାନା, ବିମଳା ଜାନ, ମନକ, ଜାନା, ଗୋମତୀ ଜାନୀ, ବୁଦେଇ ନାନୀ, ସତେଇ ଜାନା, ଧନେଇ ଜାଳୀ ଉପସ୍ଥିତ ରହିଥିଲେ। ଏନେଇ ଅବକାରୀ ଅଧିକାରୀ ସମୀର ସ୍ବାଇଁଙ୍କୁ ଯୋଗାଯୋଗ କରିବାରୁ ତିନୋଟି ଗ୍ରାମରେ ଚଡ଼ଉ କରାଯିବା ସହ ତୋଷୀକୁ ଆଇନ ଅନୁଯାୟୀ ଦଶିତ ନରାଯିବ ବୋଲି ସେ କହିଛନ୍ତି

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button