District

ଅଭିଯୋଗ ସତ୍ତ୍ବେ ନଳକୂପ ମରାମତି ହେଉନି

ଅଭିଯୋଗ ସତ୍ତ୍ବେ ନଳକୂପ ମରାମତି ହେଉନି

ତେନ୍ତୁଳିଖୁଣ୍ଟି ଭତରାସାହିରେ ଜଳ ସଙ୍କଟ

ତେନ୍ତୁଳିଖୁଣ୍ଟି, ୧୨/୩: ବାରମ୍ବାର ଅଭିଯୋଗ

ସତ୍ତ୍ବେ ପ୍ରାୟ ମାସେ ହେଲା ଅଚଳ ନଳକୂପ ମରାମତି ହେଉନି। ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟା, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଓ ବ୍ଲକ ପ୍ରଶାସନ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏଣୁ ତେନ୍ତୁଳିଖୁଣ୍ଟି ସଦର ୫ନଂ ୱାର୍ଡର ଭତରାସାହି ବାସିନ୍ଦା ପାଣି ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ମାସ ଫେବ୍ରୁଆରି ୧୫ ତାରିଖରେ ଭତରାସାହି ଛକରେ ଥିବା ନଳକୂପ ଅଚଳ ହୋଇଥିଲା। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳସ୍ତର ହ୍ରାସ ପାଇବା ଫଳରେ ନଳକୂପରୁ ପାଣି ବାହାରୁନି। ଏହାର ମରାମତି ପାଇଁ ବ୍ଲକ ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତଥାପି ନଳକୂପ ମରାମତି ପ୍ରତି କାହାର ଆଗ୍ରହ ଦେଖିବାକୁ ମିଳୁନି। ନଳକୂପ ମରାମତି କରିବା ପାଇଁ ଆସିଥିବା ଏସିଏମ ପାଇପ୍, ଏକ୍ସିଲ, ବକେଟ୍ ଓ ବ୍ୟାରିଙ୍ଗ ଆବଶ୍ୟକ ରହିଥିବା ପ୍ରକାଶ କରି ସରଞ୍ଜାମ ଯୋଗେଇଦେଲେ ମରାମତି କରିଦେବୁ ବୋଲି କହିଛନ୍ତି। ଏପଟେ ପଞ୍ଚାୟତ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପରସ୍ପର ଉପର ଦୋଷାରୋପ କରି ଚୁପ୍ ରହିଛନ୍ତି। ଫଳରେ ଭତରାସାହି ବାସିନ୍ଦା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଅଭିଯୋଗର ମାସେ ପରେ ବି ସଦର ମହକୁମାର ଅଚଳ

ନଳକୂପ ମରାମତି ହୋଇପାରୁ ନାହିଁ। ତାହେଲେ ଦୁର୍ଗମ ଦୁର୍ଗ ଅଞ୍ଚଳର ଅବସ୍ଥା କେମିତି ଥିବ ତାହା ସାଧାରଣ ଅନୁମେୟା ଯଥାଶୀଘ୍ର ନଳକୂପ ମରାମତି କରି ଜଳ

ଯୋଗାଣ ବ୍ୟବସ୍ଥା ନହେଲେ ମହିଳାମାନେ ଗରା ହାଣ୍ଡି ଧରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଗୋବିନ୍ଦ ତ୍ରିପାଠୀ ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button