ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ ପରେ ୩ ପିଲାଙ୍କୁ ମିଳିନି ଅନୁକମ୍ପା ସହାୟତା

ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ ପରେ ୩ ପିଲାଙ୍କୁ ମିଳିନି ଅନୁକମ୍ପା ସହାୟତା
ନନ୍ଦପୁର, ୧୨୩
ସୂଚନାନୁଯାୟୀ, ନନ୍ଦପୁର ବ୍ଳକ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନ ମାଳିବେଲଗାଁ
ର କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ତଳଗେରୁପୁଟ ଅଙ୍ଗନଓ୍ବାଡି କର୍ମୀ ଗୌରୀ ସୀସା (୩୮)ଙ୍କ -ଣ ମୃତ୍ୟୁ ପରେ ସ୍ବାମୀ ରଘୁନାଥ ମୁଦୁଲି ଓ ୩ ସନ୍ତାନ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କୌଣସି ସହାୟତା ଓ ଅନୁକମ୍ପା ମିଳି ନ ଥିବା କହିଛନ୍ତି। ୩ ଶିଶୁ ଯଶୋଦା, ବାତ୍ସଲ୍ୟ ଓ ସୁକନ୍ୟା ସମୃଦ୍ଧି ଭଳି ଯୋଜନାରେ ସାମିଲ ହୋଇପାରି ନାହାନ୍ତି। ରଘୁନାଥ ପାତ୍ରପୁଟ ଗ୍ରାମରୁ ସେମିଳିଗୁଡା ଓ ସୁନାବେଡ଼ା ଅଞ୍ଚଳରେ ଦୈନିକ ଶ୍ରମିକ କାର୍ଯ୍ୟ କରି ୩ ସନ୍ତାନଙ୍କ ଲାଳନ ପାଳନ କରୁଛନ୍ତି। କାମ ମିଳିଲେ ଘରେ ଚୁଲି ଜଳୁଥିବା ସେ କହିଛନ୍ତି। ନ ହେଲେ ୪ ସଦସ୍ୟ ଭୋକରେ ରହୁଥୁବା ରଘୁନାଥ କହିଛନ୍ତି । ନନ୍ଦପୁର ଓ ସେମିଳିଗୁଡା ବ୍ଳକର ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, କୋରାପୁଟ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଆଦିବାସୀ ବର୍ଗର ୩ ସନ୍ତାନଙ୍କ ଦୁଃଖ ବୁଝି ସେମାନଙ୍କ ଭବିଷ୍ୟତ ଗଠନରେ ସହାୟତା କରିବାକୁ ସେ ଅନୁରୋଧ କରିଛନ୍ତି।
ପଞ୍ଚାୟତ କଦମଗୁଡା ଗ୍ରାମର ଗୌରୀ ତଳଗେରୁପୁଟ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ସେମିଳିଗୁଡ଼ା ବ୍ଲକ ରାଜପୁଟ ପଞ୍ଚାୟତ ପାତ୍ରପୁଟ ଗ୍ରାମର ରଘୁଙ୍କ ସହ ବିବାହ କରିଥିଲେ। ଉଭୟଙ୍କ ୩ ସନ୍ତାନ ରହିଛନ୍ତି । ଗୌରୀଙ୍କ ମୃତ୍ୟୁ ବେଳେ ସେ ଅଙ୍ଗନୱାଡି କର୍ମୀ ଥିଲେ। ପ୍ରସବକାଳୀନ ଛୁଟିଠାରୁ ଉର୍ଦ୍ଧ
ଝିଅ ପୁଅଙ୍କ ସହ ରଘୁନାଥ ମୁଦୁଲି।
ଦିନ କାର୍ଯ୍ୟରେ ଅନୁପସ୍ଥିତ ରହିଥିବାରୁ ନନ୍ଦପୁର ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ଦରମା ବନ୍ଦ କରାଯାଇଥିଲା। ନିୟମିତ ଦରମା ପାଇଁ ଆବଶ୍ୟକ କାଗଜପତ୍ର(ମେଡିକାଲ ସାର୍ଟିଫିକେଟ) ପ୍ରସ୍ତୁତ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। କାର୍ଯ୍ୟରେ ଅନିୟମିତତା ଦର୍ଶାଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗୌରୀଙ୍କ
ପରିବାରକୁ କୌଣସି ଆର୍ଥିକ ସହାୟତା କିମ୍ବା ଅନୁକମ୍ପା ରାଶି ପ୍ରଦାନ କରାଯାଇ ନ ଥିଲା । ସ୍ତ୍ରୀଙ୍କ ମୃତ୍ୟୁ ପରେ ରଘନାଥଙ୍କ ଉପରେ ୩ ସନ୍ତାନଙ୍କ ଦାୟିତ୍ଵ । ୩ ସନ୍ତାନଙ୍କ ଭବିଷ୍ୟତ ନେଇ ବାପା ରଘୁ ଓ ଗୌରୀଙ୍କ ବାପା ଗୋବର୍ଦ୍ଧନ ସୀସା ଚିନ୍ତାରେ ଥିବା କହିଛନ୍ତି । ୩ ପିଲାଙ୍କୁ ଯଶୋଦା, ବାତ୍ସଲ୍ୟ ଓ କନ୍ୟା ସମୃଦ୍ଧି ଯୋଜନାରେ ସାମିଲ କରିବାକୁ ନନ୍ଦପୁର, ସେମିଳିଗୁଡା ବ୍ଲକର ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲା ସମାଜ ମଙ୍ଗଳ ବିଭାଗ, ଜିଲାପାଳ, ଉପଜିଲାପାଳ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ସେମିଳିଗୁଡା ବ୍ଲକ ରାଜପୁଟ ପଞ୍ଚାୟତରେ ରହୁଥିବାରୁ ସେମାନଙ୍କୁ ସରକାରଙ୍କ ସମସ୍ତ ଯୋଜନାରେ ସାମିଲ କରିବାକୁ ସେମିଳିଗୁଡା ସିଡିପିଓ, ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ନନ୍ଦପୁର ସିଡିପିଓ ମିନତିବାଳା ପଟ୍ଟନାୟକ କହିଛନ୍ତି। ରାଜପୁଟ ପଞ୍ଚାୟତ ସରପଞ୍ଚ ପିତାମ୍ବର କିର୍ସାନୀ ମଧ୍ୟ ୩ ଶିଶୁଙ୍କୁ ସରକାରଙ୍କ ସମସ୍ତ ଯୋଜନାରେ ସାମିଲ କରି ଉତ୍ତମ ଭବିଷ୍ୟ ଗଠନ କରିବାକୁ ସେ ସେମିଳିଗୁଡା ବିଡିଓ, ସିଡିପିଓ ଏବଂ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଗୋବିନ୍ଦ ତ୍ରିପାଠୀ



