District

ପଟାଙ୍ଗି ବ୍ଲକ ସଭାଗୃହରେ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

ପଟାଙ୍ଗି ବ୍ଲକ ସଭାଗୃହରେ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

(ଓଡି଼ଶା ଷ୍ଟେଟ୍ ନ୍ୟୁଜ ରିପୋର୍ଟର ଦିଲ୍ଲୀପ ଖରା) କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ସଭାଗୃହରେ “ଶିଶୁ ପାଇଁ ଦିନଟିଏ” ଅବସରରେ ଏକ ସମ୍ମିଳନୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମ କୃଷ୍ଣ ନାୟକ ଯୋଗଦେଇଥିଲେ।ସେହିପରି ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି, ସିଡିପିଓ ଭି. ଅର୍ଣପୁର୍ଣ୍ଣା ଓ ବିଭିନ୍ନ ଲାଇନ ବିଭାଗର କର୍ମଚାରୀମାନେ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ କନ୍ୟା ଶିକ୍ଷାର ପ୍ରୋତ୍ସାହନ, ଶିଶୁ ଅଧିକାର ସୁରକ୍ଷା, ପୋଷଣ ବୃଦ୍ଧି ଓ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା।
ଏହା ସହିତ ତଳଗୁଲୁର ଗ୍ରାମ ପଞ୍ଚାୟତର ପାନବାଡିଗୁଡା ଓ ଜାମଗୁଡା ଗ୍ରାମରେ ଦୀର୍ଘଦିନ ଧରି ମୌଳିକ ସୁବିଧା ନମିଳିବା ସମସ୍ୟା ପ୍ରିୟ ଖବର ଖବରକାଗଜରେ ପ୍ରକାଶ ପାଇବା ପରେ ଆଇସିଡିଏସ୍ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ଛୋଟ ପିଲାମାନେ ଓ ଗର୍ଭବତୀ ମହିଳାମାନଙ୍କୁ ପୋଷ୍ଟିକ ଖାଦ୍ୟ ଯଥା ଅଣ୍ଡା ଓ ଛତୁଆ ବଣ୍ଟନ କରାଯାଇଥିଲା।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button