ଆର୍ଆଇଙ୍କୁ ମାଡ଼ ଅଭିଯୋଗ, ଥାନାରେ ମାମଲା

ଆର୍ଆଇଙ୍କୁ ମାଡ଼ ଅଭିଯୋଗ, ଥାନାରେ ମାମଲା
ନନ୍ଦପୁର,୧୨/୩
ସଦର କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଳକ ମହକୁମାରେ ଜଣେ ରାଜସ୍ୱ ନିରୀକ୍ଷକ ମଧୁସୁଦନ ଖେମୁଣ୍ଡୁଙ୍କୁ କେତେଜଣ ଲୋକ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହ ସର୍ବସମ୍ମୁଖରେ ଆରଆଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି I ଏ ନେଇ ଆପ ଖେମୁଣ୍ଡୁ ନନ୍ଦପୁର ଥାନାରେ ଏତଲା ଦେଇଛନ୍ତି। ନନ୍ଦପୁର ପୋଲିସ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଥାନାକାରୀ ତ୍ରିନାଥ ତୋଟାପାଡ଼ିଆ
BANDAPUR POLICE STATION
ସୂଚନା ଦେଇଛନ୍ତି । ନନ୍ଦପୁର ତହସିଲଦାର ଦେବବ୍ରତ ମହାରଣା, ଜିଲ୍ଲା ରାଜସ୍ୱ ନୀରିକ୍ଷକ କର୍ମଚାରୀ ସଂଘ କର୍ତ୍ତୃପକ୍ଷ ଥାନାରେ ପହଞ୍ଚୁ ଘଟଣାକୁ ନିନ୍ଦା କରିବା ସହ ଏଭଳି ଅଶୋଭନୀୟ ଆଚରଣ ପାଇଁ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ନନ୍ଦପୁର ତହସିଲ ଅଧୀନ ଖାଲୁଆ ଗ୍ରାମର ବଲୁ ଖେମୁଣ୍ଡଙ୍କ ପୁଅ
ଲଇଛନ ଖେମୁଣ୍ଡୁ ନିଜ ପୁଅର ଅନୁସୂଚିତ ଜାତି ପ୍ରମାଣପତ୍ର ପାଇଁ ଅନ୍ଲାଇନ ଆବେଦନ କରିଥିଳେ ଥିଲେ। ନନ୍ଦପୁର ରାଜସ୍ବ ନୀରିକ୍ଷକ ଖେମୁଣ୍ଡୁ ଆବେଦନପତ୍ରର ତଦନ୍ତ କରୁଥିଲେ। ତଦନ୍ତ ବେଳେ ପରିବାର ଲୋକେ ଖ୍ରୀଷ୍ଟ ଧର୍ମ ପରିବର୍ତ୍ତନ କରିଥିବା ଜାଣିବାକୁ ପାଇ ଧର୍ମାନ୍ତିକରଣ ଦର୍ଶାଇ ରିପୋର୍ଟ ପ୍ରଦାନ କରିଥିଲେ। ଫୋପଡ ଏହି ରିପୋର୍ଟ ଆଧାର ରେ ଜାତିଗତ ଆବେଦନପତ୍ର ନାକଚ ହୋଇଯାଇଥିଲା। ଯାହାକୁ ନେଇ ଲଇଛନ ଓ ତାଙ୍କ ବାପା ବଲୁ ଉତ୍ପ୍ତ ହୋଇ ବୁଧବାର ରାଜସ୍ବ ନିରୀକ୍ଷ କଙ୍କ କାର୍ଯ୍ୟାଳୟକୁ ଆସି ପ୍ରଥମେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହ କାର୍ଯ୍ୟାଳୟରେ ଫାଇଲପତ୍ର ପିଙ୍ଗା ପୋପଡା କରିଥିଲେ। କିଛି ସମୟ ପରେ ରାଜସ୍ବ ନିରୀକ୍ଷକ ବସ୍ ଷ୍ଟାଣ୍ଡ ଆସିବା ପରେ ସେଠାରେ ଉଭୟ ପହଞ୍ଚି ସର୍ବସମ୍ମୁଖରେ ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ। ନନ୍ଦପୁର ପୁର ପୋଲିସ ବସ୍ଷ୍ଟାଣ୍ଡ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିଥିବା ସିସି ଟିଭି ଫୁଟେଜ ସଂଗ୍ରହ କରି ଘଟଣାରେ ସଂପୃକ୍ତ ଲଇଛନଙ୍କୁ ଅଟକ ରଖି ତଦନ୍ତ କରୁଛି । ଅନ୍ୟପକ୍ଷେ ଜିଲ୍ଲା ରାଜସ୍ବ ନୀରିକ୍ଷକ ସଂଘର କର୍ମକର୍ତ୍ତା ଥାନାରେ ପହଞ୍ଚି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଜିଲ୍ଲା ରାଜସ୍ୱ ନିରୀକ୍ଷକ ସଂଘର କର୍ମକର୍ତ୍ତା।



