District
ବାପୁଜୀ ପବ୍ଲିକ ସ୍କୁଲର ୧୪ ତମ ବାର୍ଷିକ ଉତ୍ସବ ପାଳିତ*

*ବାପୁଜୀ ପବ୍ଲିକ ସ୍କୁଲର ୧୪ ତମ ବାର୍ଷିକ ଉତ୍ସବ ପାଳିତ*
ନବରଙ୍ଗପୁର:-ଡାବୁଗାଁ ବାପୁଜୀ ପବ୍ଲିକ ସ୍କୁଲରେ ୧୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ଯକ୍ଷା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତ ବକ୍ତା ଭାବେ ଭୈର ଭିରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୟାଳୟର ଅଧ୍ଯକ୍ଷ ରମେଶ ଚନ୍ଦ୍ର ନାହାକ ଓ ସମ୍ମାନିତ ଅତିଥି ଭାବେ ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ ପ୍ରମୁଖ ମଞ୍ଚାସିନ ଥିଲେ । ବାପୁଜୀ ପବ୍ଲିକ ସ୍କୁଲର ଅଧ୍ଯକ୍ଷା ସାବନା ଆଜମି ବାନୁ ଅତିଥି ପରିଚୟ ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟବକ୍ତା ରମେଶ ଚନ୍ଦ୍ର ନାହାକ ଶିଶୁମାନଙ୍କୁ ଶୃଙ୍ଖଳିତ ଓ ସମୟାନୁ ବର୍ତିତା ହେବାକୁ କହିଥିଲେ।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର



