ପେଟ୍ରୋଲ ନ ପାଇ ଗ୍ରାହକ ନିରାଶ

ପେଟ୍ରୋଲ ନ ପାଇ ଗ୍ରାହକ ନିରାଶ
ଲମତାପୁଟ, ୧୧।୩
ଲମତାପୁଟ ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ ଅଭାବ ଦେଖାଦେଇଛି । ଦୁଇଦିନ ହେବ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକରେ ତେଲ ମିଳୁ ନ ଥିବା ଅଭିଯୋଗ ହୋଇଛି । ବାଇକ୍ ଚାଳକଙ୍କଠାରୁ ଆରମ୍ଭ କରି ବଡ଼ ଗାଡ଼ି ମାଲିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲମତାପୁଟ ଅଞ୍ଚଳର ପେଟ୍ରୋଲ ପମ୍ପ୍ ଖାଁ ଖାଁ ହୋଇପଡିଛି । ଗତ ଦୁଇଦିନ ହେବ ଅଞ୍ଚଳରେ ଥିବା
ଫିଲିଂ ଷ୍ଟେସନଗୁଡିକରେ ତେଲ ସରି ଯାଇଛି । ଲୋକେ ଗାଡ଼ି ଧରି ପକେ.ଇବ।କୁ ଆସୁଛନ୍ତି ସତ ହେଲେ ନିରାଶ ହୋଇ ଫେରୁଛନ୍ତି ।
ପେଟ୍ରୋଲ ଅଭାବରୁ ଅନେକ ଗାଡ଼ି ମଝି ରାସ୍ତାରେ ଅଟକି ରହିଛି ।
ଜରୁରୀ କାର୍ଯ୍ୟରେ ଯାଉଥିବା
ଲୋକେ ଅଧିକ ହଇରାଣ ହେଉଛନ୍ତି ।
ଲମତାପୁଟରେ ଦୁଇଟି ପେଟ୍ରୋଲ ପମ୍ପରେ ତେଲ ନ ଥିବାରୁ କଳାବଜାର ମଧ୍ୟ ବୃଦ୍ଧି ପାଉଥିବା ଗ୍ରାହକ ଅଭିଯୋଗ କରିଛନ୍ତି ।
ବାଇକ୍ ଠେଲି ଠେଲି ଲୋକେ ପେଟ୍ରୋଲ ପମ୍ପକୁ ଆସି ବନ୍ଦ ଥିବା ଦେଖ୍ ନିରାଶ ହୋଇପଡୁଛନ୍ତି । ପେଟ୍ରୋଲ ପମ୍ପ୍ ମାଲିକ ମୁହଁ ଖୋଲୁ ନାହାନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ପେଟ୍ରୋଲ ମିଳୁଥିବା ବେଳେ ଲମତାପୁଟ ଅଞ୍ଚଳରେ ଏଭଳି ସ୍ଥିତି କେମିତି ସୃଷ୍ଟି ହୋଇଛି । ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ଲମତାପୁଟ ବ୍ଲକରେ ଥିବା ୩ ପେଟ୍ରୋଲ ପମ୍ପରେ ପେଟ୍ରୋଲ ସରି ଯାଇଛି । ଅନ୍ୟପଟେ ବ୍ଲକର ବିଭିନ୍ନ ଅଞ୍ଚଳରେ କଳାବଜାର ଦେଖିବାକୁ ମିଳିଛି। ବିଭିନ୍ନ ପେଟ୍ରୋଲ ପମ୍ପରୁ ତେଲ ଆଣି ରାସ୍ତା କଡରେ ବିକ୍ରି କରାଯାଉଥିବା ଗ୍ରାହକ ଅଭିଯୋଗ କରିଛନ୍ତି । କିଛି ସ୍ଥାନରେ ଡିଜେଲ ମିଳୁଥିବା ଦେଖିବାକୁ ମିଳିଛି । ଲମତାପୁଟ ଅଞ୍ଚଳରେ ପ୍ରଥମ ଥର ପାଇଁ ପେଟ୍ରୋଲ ସମସ୍ୟା ଦେଖାଯାଇଥିବା ଅଭିଯୋଗ ହେଉଛି ।
ଗୋବିନ୍ଦ ତ୍ରିପାଠୀ ନବରଙ୍ଗପୁର



