District

ଡାବୁଗାଁ ବ୍ଲକରେ ଆଣ୍ଠେଇ ପଡ଼ିଲାଣି ମେଗା ପାନୀୟ ଜଳ ପ୍ରକଳ୍ପ*

*ଡାବୁଗାଁ ବ୍ଲକରେ ଆଣ୍ଠେଇ ପଡ଼ିଲାଣି ମେଗା ପାନୀୟ ଜଳ ପ୍ରକଳ୍ପ*

ନବରଙ୍ଗପୁର :=ଡାବୁଗାଁ ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ କାମ ଅଧାପନ୍ତରିଆ ପଡ଼ି ରହିଛି। ଅବଧି ସରିବାକୁ ବସୁଲାଣି ପଚାଶ ପ୍ରତିଶତ କାମ ସରିଥିବାରୁ ପ୍ରକଳ୍ପ ସଂପୂର୍ଣ୍ଣକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଯାହାଫଳରେ ଡାବୁଗାଁ ବ୍ଳକବାସୀ ସ୍ବଚ୍ଛ ପାନୀୟ ଜଳ ପାଇବା ପାଇଁ ଯେଉଁ ଆଶା ବାନ୍ଧିଛନ୍ତି ତାହା ଚଳିତ ଗ୍ରୀଷ୍ମ ଋତୁ ପୂର୍ବରୁ ପାଇବା ଆଶା କ୍ଷୀଣ ପାଲଟିଛି। ଡାବୁଗାଁ ବ୍ଲକର ୧୨ଟି ଗ୍ରାମ ପଞ୍ଚାୟତ ସହ ଝରିଗାଁ ବ୍ଳକର ୧୨ଟି ପଞ୍ଚାୟତରେ ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଭୂତଳ ପାଇପ୍ ବିଛାଯାଇ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଏଲଆଣ୍ଡଟି ଠିକା କମ୍ପାନି କାର୍ଯ୍ୟ ହାତକୁ ନେଇଛି। ଇନ୍ଦ୍ରାବତୀ ନଦୀର ଟିକିରାଛୁଆଁରେ ଇନଟେକ୍ ୱେଲ୍‌ କରି ଡାବୁଗାଁ ବ୍ଲକର ୧୩୫ ଗାଁ ତଥା ପାଖାପାଖି ୪ ହଜାର ଘରକୁ ପାଣି ଯୋଗାଣ ଯୋଜନା ରହିଥିଲା। ଏଥିପାଇଁ ରାଜ୍ୟ ସରକାର ଙ୍କ ୨୬୧କୋଟି ୨୭ଲକ୍ଷ ବ୍ୟୟ ହେବାର ସୂଚନା ରହଇଛି। ଏଲଆଣ୍ଡଟି କମ୍ପାନି ୭ ବର୍ଷ ହେଲା ଏହି ମେଗା ପ୍ରକଳ୍ପ କାର୍ଯ୍ୟ କରୁଥିବା ବେଳେ ୨୦୨୫ ମଇ ମାସରେ ନିର୍ମାଣ ଅବଧି ଶେଷ ହୋଇଯାଇଥିଲା। ମାତ୍ର ୫୦ ପ୍ରତିଶତ କାର୍ଯ୍ୟ ସାରିଛି। ଏହାକୁ ନେଇ ତତ୍କାଳୀନ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ବାଇଁ ଏଲଆଣ୍ଡଟି କମ୍ପାନି ଉପରେ ଜରିମାନା ନିର୍ଦ୍ଦେଶ ଦେଇଥିବା ଏବଂ ଆଗାମୀ ମଇ ୨୦୨୬ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହାସତ୍ତ୍ବେ ବହୁ ସ୍ଥାନରେ ପାଣି ଟାଙ୍କି କାର୍ଯ୍ୟ ଅଧାରେ ରହିଛି। କିନ୍ତୁ ଏଲଆଣ୍ଡଟି ଠିକା କମ୍ପାନି ସରକାର ସହ ସ୍ଥାନୀୟ ଲୋକଙ୍କୁ ଠକି ଚାଲିଛି। କାରଣ ଦ୍ବିତୀୟ ଅବଧି ସରିବାକୁ ଆଉ କାମ ଦିନ ରହିଥିବାରୁ ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ ପଡ଼ି ରହିଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଗ୍ରୀଷ୍ମ ଋତୁରେ ଜଲସଙ୍କଟ ହୋଇନ ଥାନ୍ତା ବୋଲି ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବୀ ମାନେ ଆଲୋଚନା କରୁଛନ୍ତି। ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button