ରେଙ୍ଗା ଆଶ୍ରମ ବିଦ୍ୟାଳୟରେ ଅଚେତ ଅବସ୍ଥାରେ ଅଷ୍ଟମ ଶ୍ରେଣୀ ଛାତ୍ର, କୁନ୍ଦୁଲି ମେଡିକାଲରେ ମୃତ୍ୟୁ ଘୋଷଣା

ରେଙ୍ଗା ଆଶ୍ରମ ବିଦ୍ୟାଳୟରେ ଅଚେତ ଅବସ୍ଥାରେ ଅଷ୍ଟମ ଶ୍ରେଣୀ ଛାତ୍ର, କୁନ୍ଦୁଲି ମେଡିକାଲରେ ମୃତ୍ୟୁ ଘୋଷଣା
(ଓଡି଼ଶା ଷ୍ଟେଟ୍ ନ୍ୟୁଜ୍ ରିପୋର୍ଟ ର ଦିଲ୍ଲୀପ ଖରା)କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଦଳେଇଗୁଡା ପଞ୍ଚାୟତ ତେନ୍ତୁଳିଗୁଡା ଗ୍ରାମର ସୁହାନ ଖରା (ବୟସ୍ ପ୍ରାୟ ୧୫–୧୬ ବର୍ଷ) ନାମକ ଜଣେ ଅନାଥ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ସେ ରେଙ୍ଗା ଆଶ୍ରମ ବିଦ୍ୟାଳୟରେ ପଢୁଥିବା ବେଳେ ଅଚେତ ଅବସ୍ଥାରେ ମିଳିଥିଲେ।ସ୍କୁଲ୍ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଛାତ୍ରଟି ନିଜ ସାଙ୍ଗମାନଙ୍କ ସହ ବିଦ୍ୟାଳୟ ନିକଟରେ ଥିବା ଏକ ନାଳାକୁ ଗାଧେଇବାକୁ ଯାଇଥିବା ସମୟରେ ଅଚେତ ହୋଇପଡିଥିବା ସନ୍ଦେହ କରାଯାଉଛି। ପରେ ତାଙ୍କୁ ତୁରନ୍ତ କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏପରିକି ମୃତକଙ୍କ ପରିବାର ପକ୍ଷରୁ ଏହାକୁ ନେଇ ହତ୍ୟା ଅଭିଯୋଗ ଆଣାଯାଇଛି। ଘଟଣାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।ଖବର ପାଇ ପଟ୍ଟାଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।ଘଟଣାସ୍ଥଳରେ ଜିଲ୍ଲା ମଙ୍ଗଳ ଅଧିକାରୀ, ବ୍ଲକ ମଙ୍ଗଳ ଅଧିକାରୀ ଓ ବ୍ଲକ ଅଧ୍ୟକ୍ଷା ମଧ୍ୟ ପହଞ୍ଚି ତଦନ୍ତ କରିଥିବା ସୂଚନା ମିଳିଛି।



