District

ଚିକିତ୍ସା ନାମରେ ଗ୍ରାମରୁ ଲୋକଙ୍କୁ ବିଶାଖାପାଟଣାକୁ ନେବା ଅଭିଯୋଗ, ପ୍ରଶାସନର ତୁରନ୍ତ ପଦକ୍ଷେପ ନେବାକୁ ଦାବି

ଚିକିତ୍ସା ନାମରେ ଗ୍ରାମରୁ ଲୋକଙ୍କୁ ବିଶାଖାପାଟଣାକୁ ନେବା ଅଭିଯୋଗ, ପ୍ରଶାସନର ତୁରନ୍ତ ପଦକ୍ଷେପ ନେବାକୁ ଦାବି

(ଓଡି଼ଶା ଷ୍ଟେଟ୍ ନ୍ୟୁଜ୍ ରିପୋର୍ଟ ର ଦିଲ୍ଲୀପ ଖରା)କୋରାପୁଟ ଜିଲ୍ଲାରେ ପୁଣିଥରେ ସ୍ୱାସ୍ଥ୍ୟ ବିଭାଗ ଉପରେ ପ୍ରଶ୍ନ ଉଠିଛି। ଚିକିତ୍ସା ନାମରେ ଗ୍ରାମରୁ ରୋଗୀମାନଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ନେବା ଘଟଣା ସାମ୍ନାକୁ ଆସିଛି।ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ଗାଡି ନମ୍ବର ଥିବା ଏକ ଘରେଇ ବସ AP39WC-8411 କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ବନମାଲୀପୁଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗାଦିଆଝୋଲା ଗ୍ରାମ ସହିତ ଅନ୍ୟାନ୍ୟ କିଛି ଦୁର୍ଗମ ଗ୍ରାମକୁ ଯାଇ ପ୍ରାୟ ୩୦ ରୁ ଅଧିକ ଲୋକଙ୍କୁ ବସ ଯୋଗେ ବିଶାଖାପାଟଣା ନେଉଥିବା ଦେଖାଯାଇଥିଲା।ଏହି ସମୟରେ ସ୍ଥାନୀୟ ସମିତିସଭ୍ୟ ତଥା ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ହନ୍ତାଳ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରିଥିଲେ। ଲୋକମାନଙ୍କୁ ନେଇଯାଉଥିବା ବ୍ୟକ୍ତିମାନେ ମୁକ୍ତ ଚିକିତ୍ସା ପାଇଁ ବିଶାଖାପାଟଣାକୁ ନେଉଥିବା କହିଥିଲେ।ତେବେ ପ୍ରଶ୍ନ ଉଠୁଛି, ଯେଉଁ ଲୋକମାନଙ୍କୁ ଚିକିତ୍ସା ପାଇଁ ନିଆଯାଉଛି ସେମାନଙ୍କ ଚିକିତ୍ସା କିଏ ଓ କେମିତି ଭାବରେ ମୁକ୍ତରେ କରୁଛନ୍ତି ଏହା ସମ୍ପର୍କରେ ସରକାର କିମ୍ବା ସ୍ଥାନୀୟ ପ୍ରଶାସନଙ୍କୁ ଜଣା ଅଛି କି ଏବଂ ଏଭଳି ଭାବେ ଲୋକମାନଙ୍କୁ ନେବା ପାଇଁ କାହାର ଅନୁମତି ନିଆଯାଇଛି ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସନ୍ଦେହ ଓ ଚର୍ଚ୍ଚା ବଢ଼ିଛି।ଏହା ପଛରେ କୌଣସି ଦାଦନ ଶ୍ରମିକ ଖଟାଇବା ଚକ୍ର କାମ କରୁଛି କି ନାହିଁ ବୋଲି ମଧ୍ୟ ସନ୍ଦେହ ଉଠୁଛି।
ତେଣୁ ଏହି ଘଟଣାର ସଠିକ୍ ତଦନ୍ତ କରିବା ସହିତ ଓଡିଶା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button