District

ଛାତ୍ରଙ୍କୁ ବ୍ଲଡ଼ କ୍ୟାନସର ଚିକିତ୍ସାରେ ଅର୍ଥ ବାଧକ

ଛାତ୍ରଙ୍କୁ ବ୍ଲଡ଼ କ୍ୟାନସର ଚିକିତ୍ସାରେ ଅର୍ଥ ବାଧକ

ରମ୍ଭା, ତା୧୦/୩

ପଞ୍ଚାୟତ ଅଧୀନସ୍ଥ ପାଲୁର ଲାଗି ସହ।ଯତ।ଏ ପ।ଇ ନିବେଦନ

ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ଗ୍ରାମର ୧୨ ବର୍ଷର ନାବାଳକ ବ୍ଲକ କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି। ନାବାଳକ ଜଣଙ୍କ ହେଲେ ପାଲୁର ପଦ୍ମପୁର ସାହିର ଦୟାନିଧି ବେହେରାଙ୍କ ପୁଅ ଚିନ୍ମୟ ବେହେରା। ବର୍ତ୍ତମାନ ଚିନ୍ମୟ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ତାଙ୍କ ଚିକିତ୍ସାରେ ବାଧକ ଅର୍ଥ ସାଜିଛି। ସେ ଜଣେ ମେଧାବୀ ଛାତ୍ର ଓ ନବୋଦୟ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି । ବାପା ଦୟାନିଧୂ ଜଣେ ମତ୍ସ୍ୟଜୀବୀ ଓ ମା’ ସୁରଭି ଜଣେ ଗୃହିଣୀ । ଚିଲିକାରୁ ସେ ଯାହା ଆଦାୟ କରନ୍ତି ଦୁଇ ପିଲାଙ୍କ ପାଠପଢ଼ା ସହ ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ଦୈନିକ ୫୦ରୁ ୧୦୦ ଟଙ୍କା ବି ରୋଜଗାର ହେଉନଥିବା ଦୟାନିଧ୍ କହିଛନ୍ତି । ଏଭଳି ପରିସ୍ଥିତିରେ ଚିନ୍ମୟଙ୍କ ହଠାତ ଅସୁସ୍ଥ ଖବର ଶୁଣି ବ୍ରହ୍ମପୁର ଏମକେସିଜି ଓ ପରେ ସମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାକାର କିଛି ଲୋକଙ୍କ ପରାମର୍ଶ କ୍ରମେ ଭୁବନେଶ୍ବର ଏମ୍ସକୁ ନେଇ ଚିକିତ୍ସା କରୁଛନ୍ତି ।

ଚିନ୍ମୟଙ୍କ ଚିକିତ୍ସା ପାଇଁ ଋଣ କରି ଲକ୍ଷାଧୂକ ଟଙ୍କା ଖର୍ଚ ହେଲାଣି । ତଥାପି ସଂଘର୍ଷ କରି ବାପା ଦୟାନିଧି ଚିନ୍ମୟଙ୍କ ଚିକିତ୍ସା କରୁଛନ୍ତି। ଚିକିତ୍ସା ପାଇଁ ଅର୍ଥ ନଥିବାରୁ

ପରିବାର ବର୍ଗ ଭାଙ୍ଗି ପଡିଛନ୍ତି। ଚିନ୍ମୟଙ୍କ ଚିକିତ୍ସା ପାଇଁ ଯଦି କେହି ସ୍ଵଇଚ୍ଛାରେ ଦାନ କରିବାକୁ ଚାହୁଁଛନ୍ତି ତା’ ହେଲେ ଆକାଉଣ୍ଟ ନଂ ୩୪୦ ୪୦୩୬୧୫୭୧୨୦, ଆଇଏଫସି କୋଡ଼ ଏସବିଆଇଏନ୦୦୦୩୮୧୬ ଆକାଉଣ୍ଟ ହୋଲ୍ମର ଅଥବା ଚିନ୍ମୟଙ୍କ ମା’ ସୁରଭି ବେହେରାଙ୍କ ଆକାଉଣ୍ଟ ନମ୍ବରକୁ ପଠାଇ ପାରିବେ। ବିଭିନ୍ନ ସାମାଜିକ ସଂଗଠନ, ଟ୍ରଷ୍ଟ, ଗଞ୍ଜାମ ଜିଲ୍ଲାପାଳ ଓ ସରକାର ଆର୍ଥିକ ସହାୟତା ଯୋଗାଇବା ପାଇଁ ଚିନ୍ମୟଙ୍କ ବାପା ମା’ ପ୍ରାର୍ଥନା କରିଛନ୍ତି ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button