District

ବୟସ ଅଶୀ ପାର , ମିଳୁନି ବଦ୍ଧିତ ଭତ୍ତା

ବୟସ ଅଶୀ ପାର , ମିଳୁନି ବଦ୍ଧିତ ଭତ୍ତା

କେନ୍ଦୁଝର, ୯/୩ : ଆଜିକାଲି ଅଶୀ ବର୍ଷ ହେଲେ ସରକାର ବର୍ହିତ ଭତ୍ତା ୩୫୦୦ ଟଙ୍କା ମାସିକ ଦେବେ ବୋଲି ଘୋଷଣା କଲେ, ହେଲେ ଏହା ବାସ୍ତବତାରୁ ଦୂରରେ ବୋଲି ପ୍ରମାଣିତ ହେଉଛି। ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଲୋକେ

ପ୍ରଶାସନ ତୁମ ଚାରି ଖୁରାକୁ ଦଣ୍ଡବତ

ଦରଖାସ୍ତ ଦେଇ ମଧ୍ଯ ଏହା ନପାଇ ହତାଶ ହେଉଥ‌ିବାର ଅଭି ଯୋଗ ହେଉଛି। ସୂଚନା ମିଳିଛି କି ଖଣିଜ ସମ୍ପଦରେ ଭରପୁର ଚମ୍ପୁଆ ଉପଖଣ୍ଡର ଜଡ଼ିପଦା ଗ୍ରାମର ସ୍ୱର୍ଗତ ରନ୍ଧାକର ମହାନ୍ତଙ୍କ ବିଧବା ସ୍ତ୍ରୀ ପଦ୍ମିନୀ ମହାନ୍ତଙ୍କୁ ଏବେ ୮୨ବର୍ଷ ଚାଲିଛି | ସେ ବିଧବା ଭତ୍ତା ବାବଦକୁ ହଜାରେ ଟଙ୍କା ପାଉଛନ୍ତି | କିନ୍ତୁ ଜାନୁଆରୀ ୨୦୨୫ରେ ତାଙ୍କର ବୟସ ଅଶୀ ପାର ହେବା ପରେ ସେ ସରପଞ୍ଚ ଅଞ୍ଜଳି ଓରାମଙ୍କୁ ଭେଟି ବୟସ ସଂକ୍ରାନ୍ତ କାଗଜପତ୍ର ପ୍ରଦାନ କରି ସରକାରଙ୍କ ବଦ୍ଧିତ ଭତ୍ତା ପ୍ରଦାନ କରିବାକୁ ନିବେଦନ କରିଥିଲେ I ସେ ମଧ୍ଯ ଭତ୍ତା ହେଇଯିବ କହିଥିଲେ ହେଲେ ଚାରି ମାସ ବିତିଲା ପରେ କିଛି ନହେବାରୁ ସେ ପୁଣି ବ୍ଲକର ଭତ୍ତା ସଂକ୍ରାନ୍ତୀୟ କର୍ମଚାରୀଙ୍କୁ ଦାବି ଜଣେଇ ଦରଖାସ୍ତ ଦେଇଥିଲେ I ହେଲେ ବର୍ଷେ ବିତିଲାଣି ଏଯାଏ ବଦ୍ଧିତ ଭତ୍ତା କେବେ ମିଳିବ ବୃଦ୍ଧା ପଦ୍ମିନୀ ଜାଣିପାରୁନାହାନ୍ତି। ଅଭାବୀ ପରିବାର ଭିତରେ ଥିବାରୁ ଏହି ଭତ୍ତା ଟଙ୍କା ତାଙ୍କର ଅନେକ ସୁବିଧା କରନ୍ତା ହେଲେ କେହି ମୋ କଥା ଶୁଣୁନାହାନ୍ତି ।ସେ ବଦ୍ଧିତ ଭତ୍ତା ୩୫୦୦ଟଙ୍କା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button