ପଟାଙ୍ଗି ଗିର୍ଲିଗୁଡା ଗ୍ରାମ ରେ ସି,ଏସ,ଏନ ଆର ଦ୍ୱାରା ମହିଳା ଦିବସ ପାଳନ।

ପଟାଙ୍ଗି ଗିର୍ଲିଗୁଡା ଗ୍ରାମ ରେ ସି,ଏସ,ଏନ ଆର ଦ୍ୱାରା ମହିଳା ଦିବସ ପାଳନ।
(ଓଡି଼ଶା ଷ୍ଟେଟ୍ ନ୍ୟୁଜ୍ ରିପୋର୍ଟ ର ଦିଲ୍ଲୀପ ଖରା)ଆନ୍ତର୍ଜାତୀୟ ମହିଳା ଦିବସ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଗିର୍ଲିଗୁଡା ଗ୍ରାମ ଠାରେ ମହିଳା ଦିବସ ପାଳନ ମହିଳାମାନଙ୍କର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ରାଜନୈତିକ ସଫଳତାକୁ ସମ୍ମାନ ଜଣାଇବାର ଦିନ ଅବସରରେ ବୈଠକ ହୋଇଥିଲା। ଏହା ସହିତ ସମାଜରେ ସମାନ ଅଧିକାର ଏବଂ ନାରୀଶକ୍ତିର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ମହିଳା ଦିବସ ପାଇଁ କିଛି ବିଶେଷ ବିଚାର: ୧.ସମ୍ମାନ ଓ ଗୌରବ ଜଣେ ମାଆ, ଭଉଣୀ, ସ୍ତ୍ରୀ କିମ୍ବା ବନ୍ଧୁ ଭାବରେ ମହିଳାମାନେ ସମାଜର ଗଠନରେ ଅମୂଲ୍ୟ ଅବଦାନ ଦେଇଥାନ୍ତି। ସେମାନଙ୍କର ତ୍ୟାଗ ଏବଂ ସଂଘର୍ଷକୁ ସ୍ୱୀକୃତି ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ୨. ଶିକ୍ଷା ଓ ସଚେତନତା କନ୍ୟା ସନ୍ତାନର ଶିକ୍ଷା ଏବଂ ସୁରକ୍ଷା ହିଁ ଏକ ସୁସ୍ଥ ସମାଜର ଭିତ୍ତିଭୂମି। ଯେତେବେଳେ ଜଣେ ନାରୀ ଶିକ୍ଷିତ ଓ ସଚେତନ ହୁଏ, ସେ ପୂରା ପରିବାରକୁ ସଶକ୍ତ କରିଥାଏ। ୩.ଅଧିକାର ଓ ସୁରକ୍ଷା ମହିଳାମାନଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ସେମାନଙ୍କର ଆଇନଗତ ଅଧିକାର ଏବଂ ସୁରକ୍ଷା ବିଷୟରେ ଜାଣିବା ଏବଂ ଅନ୍ୟମାନଙ୍କୁ ସଚେତନ କରିବା ଜରୁରୀ ବୋଲି ବୈଠକ ରେ ଆଲୋଚନା କରିଥିଲେ ଇଣ୍ଟନ ମହେଶ ଜୟପୁରିଆ ସି,ଏସ,ଏନ୍,ଆର ର ସଂଯୋଜକ ସାଦେବ ବାଘ ଉପସ୍ଥିତ ଗ୍ରାମ ର ମହିଳା ମାନେ ଉତ୍ସାହିତ ହୋଇ ପ୍ରାଞ୍ଜଳ ଭାବରେ ବୁଝିଥିଲେ।



