District

ଅଫିମ ଚାଷ କରି ଜଣେ ଗିରଫ

ଅଫିମ ଚାଷ କରି ଜଣେ ଗିରଫ

ଉମରକୋଟ : ଅଫିମ ଚାଷ କରି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି । ଗିରଫ ବ୍ୟକ୍ତି ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ତାଳପଦର ଗ୍ରାମର ନନ୍ଦ କି ଶୋର ସାହୁ ( ୪୯)। ମିଳିଥିବା ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଓ ବନ ବିଭାଗର ଏସି ଏଫ୍ ସୁବାସ ଖୁ ଣ୍ଟି ଆଙ୍କ

ନେତୃତ୍ୱରେ ଏକ ଟିମ୍ ଗଠନ କରି ତାଳପଦର ଗ୍ରାମକୁ ଯାଇ ନନ୍ଦ କିଶୋର ସାହୁ ନିଜ ଜମିରେ ପ୍ରାୟ ଅଧା ଏକ ଏକର ଜମିରେ ଅଫିମ ଗଛ ଲଗାଇ ଚାଷ କରୁଥିଲା । ସେହି ଅଫିମ ଗଛ ଗୁଡିକକୁ ବନ ବିଭାଗ ଓ ଅବକାରୀ ବିଭାଗ ମିଳିତ ଭାବେ ୨୦୨୮୦ ଗଛକୁ ପୋଡି ନଷ୍ଟ କରିବା ସହ ଚାଷ କରୁଥିବା ନନ୍ଦ କିଶୋର ସାହୁକୁ ଗିରଫ କରି କୋର୍ଟ

ଚାଲାଣ କରିଥିଲେ। ୧୪୩୦୦ ଗ୍ରାମ ଅଫିମ ଫୁଲ ସଂଗ୍ରହ କରାଯାଇଛି, ଏବଂ ଏହି ଅଫିମ ଓ ଅଫିମ ଫୁଲର ଆନୁମାନିକ ବଜାର ମୂଲ୍ୟ ୧୦ କୋଟି ୧୪ ଲକ୍ଷ ୨୨ହଜାର ୪୮୦ ଟଙ୍କା ହେବ ବୋଲି ଅବକାରୀ ବିଭାଗୀୟ ଅଧିକାରୀ ବୃନ୍ଦାବନ ମଣ୍ଡଳ ସୂଚନା ଦେଇଛନ୍ତି ଉଛନ୍ତି । ଜାମିନ ନାମଞ୍ଜୁର ହେବାରୁ ନନ୍ଦ କିଶୋର ସାହୁକୁ ଦିଆଯାଇ ଜେଲ ହାଜତକୁ ପଠାଇ ପାଇଛି । ଏହି ଚଢ଼ାଉରେ ଏସିଏଫ୍ ସୁବାସ ସୁବାସ ଖୁଣ୍ଟିଆ, ଅବକାରୀ ବିଭାଗୀୟ ଅଧ୍କାରୀ ବୃନ୍ଦାବନ ମଣ୍ଡଳଙ୍କ ସହ ଲିନା ବଡ଼ନାୟ ରଂଜିତା ସିଂ, ଦେବେନ୍ଦ୍ର ସମରଥ, ଅଲେଖ ଶବର, ସୁବାସ ଗୌଡ଼, ଡାବୁଗାଁ ଓ ଉମରକୋଟ ଅବକାରୀ ବିଭାଗର କର୍ମଚାରୀ ସାମିଲ ଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button