District

ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ମେଳା: ସୁନାବେଡା ସିଡିପିଓ ନଳିନୀ ବେହେରାଙ୍କୁ ବେଷ୍ଟ କପ୍ ପ୍ରଦାନ

ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ମେଳା: ସୁନାବେଡା ସିଡିପିଓ ନଳିନୀ ବେହେରାଙ୍କୁ ବେଷ୍ଟ କପ୍ ପ୍ରଦାନ

(ରିପୋର୍ଟର ଦିଲ୍ଲୀପ ଖରା ଓଡ଼ିଶା ଷ୍ଟେଟ୍ ନ୍ୟୁଜ୍) କୋରାପୁଟ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶହରା ପଡ଼ିଆରେ ସୁଭଦ୍ରା ଶକ୍ତି ଓ ଆତ୍ମନିର୍ଭର ସ୍ଵଦେଶୀ ମେଳା–୨୦୨୬ ଆୟୋଜିତ ହୋଇଯାଇଛି।ସ୍ଵଦେଶୀ ଉତ୍ପାଦ, ସଂସ୍କୃତି ଓ ଆତ୍ମନିର୍ଭରତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ମେଳାର ଆୟୋଜନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ରାଜ୍ୟ ଖାଉଟି କଲ୍ୟାଣ, ଖାଦ୍ୟ ଓ ଯୋଗାଣ ତଥା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାର ଉଦ୍‌ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଜିଲ୍ଲାପାଳ ମନୋଜ ସତ୍ୟଭାନ ମହାଜନ, ଓ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ବେଣୁଧର ଶବର ମଞ୍ଚାସୀନ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ, ଉପଜିଲ୍ଲାପାଳ ଆକବରାମ ସସ୍ୟା ରେଞ୍ଜୀ, ଏସଡିପିଓ ଅର୍ଚ୍ଚିତା ମିତ୍ତଲ, ଡିଏସଡବ୍ଲ୍ୟୁ ଜ୍ୟୋସ୍ନା ପାଢ଼ୀ, ଜୟପୁର ବିଡିଓ ଶକ୍ତି ମହାପାତ୍ର, ସିଡିପିଓ କାଞ୍ଚନ ପଣ୍ଡା, ବିଜେପି ନେତା ଗୌତମ ସାମନ୍ତରାୟ, ଜିଲ୍ଲା ବିଜେପି ସଭାନେତ୍ରୀ ସ୍ୱାତୀ ହୋତା ଓ ବରିଷ୍ଠ ନେତା ସୁମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଯେ,ଭୋକାଲ୍ ଫର୍ ଲୋକାଲ୍” ଅଭିଯାନ ମାଧ୍ୟମରେ ପାରମ୍ପରିକ ହସ୍ତଶିଳ୍ପ ଓ ହସ୍ତତନ୍ତକୁ ପ୍ରୋତ୍ସାହନ ଦେଇ ସ୍ଵୟଂ ସହାୟକ ଗୋଷ୍ଠୀ, କାରିଗର ଓ ସ୍ଥାନୀୟ ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ଏଭଳି ମେଳା ଆୟୋଜନ କରୁଛନ୍ତି। ସ୍ଵଦେଶୀ ଜିନିଷର ଅଧିକ ବ୍ୟବହାର ରାଜ୍ୟ ଓ ଦେଶର ଉନ୍ନତିକୁ ତ୍ୱରାନ୍ୱିତ କରିବ ବୋଲି ସେ କହିଥିଲେ।ସୁଭଦ୍ରା ମେଳା ୮ ମାର୍ଚ୍ଚରୁ ୧୪ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଓ ମେଳାରେ ପ୍ରାୟ ୨୫୦ଟି ଷ୍ଟଲ୍ ସ୍ଥାପିତ କରାଯାଇଛି।ଏହି ଅବସରରେ ସୁନାବେଡା ସିଡିପିଓ ନଳିନୀ ବେହେରାଙ୍କୁ ବେଷ୍ଟ କପ୍ ପ୍ରଦାନ କରାଯାଇଥିଲା। ତଥା କୋରାପୁଟ ଜିଲ୍ଲାର ୩,୧୧,୬୬୮ ହିତାଧିକାରୀଙ୍କୁ ଚତୁର୍ଥ କିସ୍ତିରେ ୫,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।ଜିଲ୍ଲାର କିଛି ଲକ୍ଷପତି ଦିଦିଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ ଏବଂ ବିଭିନ୍ନ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ଉଦ୍ୟୋଗୀମାନଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା।
ପରବର୍ତ୍ତୀ ସମୟରେ ଜୟପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟ ବଜେଟ୍ ୨୦୨୬–୨୭ ଉପରେ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଆୟୋଜିତ ହୋଇଥିଲା ଜୟପୁର–ବ୍ରହ୍ମପୁର ୨୮୭ କି.ମି. ରାଜପଥ ନିର୍ମାଣ ପାଇଁ ୯୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ସହ କୋରାପୁଟ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରଗୁଡିକର ବିକାଶ ପାଇଁ ସରକାର ତତ୍ପର ଥିବା କଥା ମନ୍ତ୍ରୀ କହିଥିଲେ
ସନ୍ଧ୍ୟା ସମୟରେ ସୁଭଦ୍ରା ଶକ୍ତି ମେଳାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଓ ମେଳାରେ ୨ ହଜାରରୁ ଅଧିକ ମହିଳା ଯୋଗଦେଇଥିଲେ।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button