କୋରାପୁଟ ଜବାହାର ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀର ତିନି ଛାତ୍ର ପାଣିରେ ବୁଡ଼ି ମୃତ।

କୋରାପୁଟ ଜବାହାର ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀର ତିନି ଛାତ୍ର ପାଣିରେ ବୁଡ଼ି ମୃତ।
କୋରାପୁଟ ଜବାହାର ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀର ତିନି ଛାତ୍ର ପାଣିରେ ବୁଡ଼ି ମୃତ। ସୂଚନା ଯୋଗ୍ୟ ଯେ ଆଜି ଅପରାହ୍ନ ନବୋଦୟ ବିଦ୍ୟାଳୟ ନିକଟ କୋଲାବ ଜଳଭଣ୍ଡାରରେ ଗାଧେଇ ଯାଇଥିବା ସମୟରେ ପାଣିରେ ବୁଡ଼ିଯାଇଥିଲେ। ସ୍ଥାନୀୟ ବାସିନ୍ଦା ତିନି ଛାତ୍ରଙ୍କୁ ଉଦ୍ଧାର କରି କୋରାପୁଟ ସହିଦ ଲକ୍ଷ୍ମୀଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ମେଡିକାଲରେ ଡାକ୍ତର ମୃତ ଘୋଷଣା କରିବା ପରେ ଶୋକର ଛାୟା ଖେଳିଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ଅଧୂକ ତଦନ୍ଧ କରୁଛି। କେଉଁ ପରିସ୍ଥିତି ରେ ଛାତ୍ର ମାନେ ନଦୀ କୁ ଗାଧୋଇ ଧୋଇବା ପାଇଁ ଯାଇଥିଲେ ତାହା ଏବେ ଜଣା ପଡି ନାହିଁ। ମୃତକ ଛାତ୍ର ମାନେ ହଷ୍ଟେଲ ରେ ରହି ପଢୁଥିଲେ। ବିଦ୍ୟାଳୟର ତିନି ଛାତ୍ର ଲିଙ୍ଗରାଜ ଖିଲ, ଓମ୍ ପ୍ରକାଶ ବେହେରା ଓ ସ୍ୱସ୍ତିକ ହାଲୁଆ କୋଲାବ ଜଳଭଣ୍ଡାରରେ ବୁଡ଼ି ପ୍ରାଣ ହରାଇଥିବା ଖବର ଅତ୍ୟନ୍ତ ଦୁଃଖଦ। ଦିବଙ୍ଗତ ଛାତ୍ରମାନଙ୍କ ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ଗଭୀର ସମବେଦନା। ଘଟଣାର ତଦନ୍ତ କରି ଦାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରୁଛି ।



