ପି ଏମ ଶ୍ରୀ ସରକାରୀ (ଏସଏସଡି) ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ପି ଏମ ଶ୍ରୀ ସରକାରୀ (ଏସଏସଡି) ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ
କୋରାପୁଟ, ସୁନାବେଡ଼ା, ୦୭/୦୨/୨୬; ସୁନାବେଡ଼ା ସ୍ଥିତ ପି.ଏମ.ଶ୍ରୀ ସରକାରୀ (ଏସଏସଡି) ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୫- ୨୦୨୬ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମମତା ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ ଆଇ ଟି ଡି ଏ, ର ପ୍ରକଳ୍ପ ପ୍ରଶାସକ ସ୍ନେହ ପ୍ରଭା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାକୁ ପ୍ରଥମ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଶିକ୍ଷାନିରିକ୍ଷକ କୋରାପୁଟ ଅଜୟ ମିଶ୍ର ଯୋଗ ଦେଇ ପାଠ ପଢା ସହିତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ସମ୍ମାନ ଦେବାକୁ ବୁଝାଇ ଥିଲେ । ସମ୍ମାନିତ ଅତିଥ୍ ଭାବେ ଡ଼ବ୍ଲ୍ୟୁଇଓ, ସେମିଳିଗୁଡା, ହରପ୍ରସାଦ ଦାସ, ସୁବାଇ ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ବବିତା ରାଣୀ ନାୟକ, ମିଗ୍ -୩ ର ସିଆରସିସି ଋତୁପର୍ଣ୍ଣା ଦାସ,ବିଦ୍ୟାଳୟର ସଭାପତି ମାମି ପ୍ରଧାନ, ସେମିଳିଗୁଡା ପ୍ରେସ କ୍ଲବ ସଭାପତି ଡଃ ଅଜୟ କୁମାର ସାହୁ, ସମାଜ ସେବୀ ଭାନୁ ହନ୍ତାଳ ଯୋଗ ଦେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ଅତିଥ୍ ଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଚଳିତ ବର୍ଷ ବିଦ୍ୟାଳୟ ର ଶ୍ରେଷ୍ଠ ଛାତ୍ର ଓ ଛାତ୍ରୀ ଭାବେ ରାହୁଲ ହୁଇକା ଓ ମହେଶ୍ବରୀ ହନ୍ମାଳ, ବିଦ୍ୟାଳୟ ଦଶମ ଙ୍କୁ ଅତିଥ୍ ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଶିକ୍ଷକ ପ୍ରଭାତ ପରୀକ୍ଷା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଡମ୍ବରୁ ଜାନୀ ପଣ୍ଡୁ ସାହୁ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟତ୍ରୀ ରୂପାମ୍ବିକା ରାଉତ ରାୟ, ବନ୍ଦିତା ପ୍ରିୟଦର୍ଶନୀ ନାୟକ, ଶିଳ୍ପା ନାୟକ, ଅନିତା ସ୍ବାଇଁ, ପ୍ରିୟତମା ଖାଡଙ୍ଗା, କରନ କୁମାର ବରାଡ, ଗୋବିନ୍ଦ ଚନ୍ଦ୍ର ଦାସ, ଭକ୍ତବନ୍ଧୁ ସାହୁ, ସଂଗ୍ରାମ କେଶରୀ ରାଉତ, ଗୀତାଞ୍ଜଳି ଭଟ୍ଟ, ସନ୍ଧ୍ୟା ରାଣୀ ପାଢୀ, ରଶ୍ମି ରଂଜନ ପରିଡ଼ା, ସାଗନିକା ନାହାକ, ପ୍ରତାପ କୁମାର ମହାନ୍ତି, ଲକ୍ଷ୍ମୀ ପ୍ରିୟା ଦାସ, ଚିନ୍ମୟୀ ବେହେରା, ପୁରାତନ ଛାତ୍ର ସଂଘ ସମ୍ପାଦକ ଏ ସୁନୀଲ କୁମାର ସହଯୋଗ କରିଥିଲେ । ଶିକ୍ଷକ ଅଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।



