ସ୍ୱାଧୀନତା ପରେ ବି ୪ ଖଣ୍ଡ ଗାଁରେ ପହଞ୍ଚି ପାରୁନି ସରକାରଙ୍କ ମୌଳିକ ସୁବିଧା।

ସ୍ୱାଧୀନତା ପରେ ବି ୪ ଖଣ୍ଡ ଗାଁରେ ପହଞ୍ଚି ପାରୁନି ସରକାରଙ୍କ ମୌଳିକ ସୁବିଧା।
(ରିପୋର୍ଟର ଦିଲ୍ଲୀପ ଖରାଙ୍କ ଓଡି଼ଶା ଷ୍ଟେଟ୍ ନ୍ୟୁଜ୍)କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ତଳଗଲୁରୁ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ୪ ଖଣ୍ଡ ଗାଁରେ ସ୍ୱାଧୀନତା ପାଇବାର ଦୀର୍ଘ ବର୍ଷ ପରେ ମଧ୍ୟ ସରକାରଙ୍କ ମୌଳିକ ସୁବିଧା ପହଞ୍ଚି ପାରୁନି। ଗାଁରେ ରାସ୍ତା, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧାର ଅଭାବ ଦେଖାଯାଉଛି। ଏହା ସହ ପିଲାମାନଙ୍କ ପାଇଁ ଅଙ୍ଗନବାଡି ସେବା ଓ ଗର୍ଭବତୀ ମହିଳାଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥା ମଧ୍ୟ ସଠିକ୍ ଭାବେ ମିଳୁନଥିବାରୁ ଗ୍ରାମବାସୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ସ୍ଥାନୀୟ ଲୋକମାନେ ଅନେକଥର ପ୍ରଶାସନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନି।ବିକାଶର ବିଭିନ୍ନ ଯୋଜନା କାଗଜ କଲମରେ ରହିଥିଲେ ମଧ୍ୟ ପାହାଡ଼ି ଅଞ୍ଚଳର ଏହି ଗାଁମାନଙ୍କୁ ସେହି ସୁବିଧା ମିଳୁନଥିବାରୁ ଗ୍ରାମବାସୀମାନେ ଦୁଃଖ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି।ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଯଦି ଏଭଳି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚି ପାରୁନି, ତେବେ ଏହା ପ୍ରଶାସନର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଉଛି ବୋଲି ଲୋକମାନେ କହିଛନ୍ତି। ଏହି ଗାଁମାନଙ୍କ ଉନ୍ନତି ପାଇଁ ଶୀଘ୍ର ପଦକ୍ଷେପ ନିଆଯାଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।ଏହି ଅଞ୍ଚଳର ଦୁଃଖଦ କାହାଣୀଙ୍କୁ ନେଇ ପଟାଙ୍ଗି ବିଧାୟକ ତଥା ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ପଚାରି ବାରୁ କହିଛନ୍ତି ସେହି ଅଞ୍ଚଳରେ ନିହାତି ପହଂଚିବ ସରକାରଙ୍କ ମୈାଳିକ ସୁଭିଧା।ପରେ ଏହି ବିଷୟରେ ପଟାଙ୍ଗି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସଂଘର୍ଷ ଟିଭିର ପ୍ରତିନିଧି ପଚାରିବାରୁ ସେ ଫୋନ୍ ମାଧ୍ୟମରେ କହିଥିଲେ ଯେ ସେହି ଅଞ୍ଚଳ ପାଇଁ ପ୍ରସ୍ତାବ ପଠାଯାଇଛି ଓ ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ।



