District

୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକ ଗିରଫ

୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକ ଗିରଫ

ଫୁଲବାଣୀ, ୬/୩

ଶିକ୍ଷକଙ୍କ ନାଁରେ କଳଙ୍କ । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଗୋଛାପଡା ଥାନା ଅଞ୍ଚଳରେ ଜଣେ ଶିକ୍ଷକ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଘଟଣା ସାମ୍ନାକୁ ଆସିଛି । କଟ୍ରିଙ୍ଗିଆରେ ଥିବା ଏକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଜଣଙ୍କ ଏକାଧିକ ଥର ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ସମ୍ପୃକ୍ତ ଶିକ୍ଷକ କୁନୁ ଭୋଇଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେ ଉକ୍ତ ବିଦ୍ୟାଳୟରେ ପାଠ ପଢ଼ାଇବା ସହ ଛାତ୍ରାବାସ ଦାୟିତ୍ଵରେ ଥିଲେ। ଶିକ୍ଷକଙ୍କ ଏଭଳି ଘୃଣ୍ୟ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି

ମିଳିଥିବା ସୂଚନା ଅନୁଯାୟୀ । ଫୁଲବାଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ନଭେମ୍ବର ୨୧ ତାରିଖରେ ହୋଇଥୁବା ବିଜ୍ଞାନ ମେଳାକୁ ଅଭିଯୁକ୍ତ ଶିକ୍ଷକ ଜଣଙ୍କ ଛାତ୍ରୀଙ୍କୁ ପ୍ରକଳ୍ପ ସହ ନେଇ ସେଠାକୁ ଯାଇଥିଲେ । ଫେରିବା ବେଳେ ରାତି ହୋଇ ଯାଇଥିବାରୁ ଅନ୍ଧାରର ସୁଯୋଗ ନେଇ ସେ ଛାତ୍ରୀଙ୍କୁ ଭୟ ଦେଖାଇ ବଳାତ୍କାର କରିଥିଲେ । ପରେ ତାଙ୍କୁ ନେଇ ଘର ପାଖରେ ଛାଡ଼ିବା ସହ ଏ ବିଷୟରେ କାହାକୁ କିଛି ନ କହିବାକୁ ଧମକ ଦେଇଥିଲେ। ଅଭିଯୁକ୍ତ ଶିକ୍ଷକ ଛାତ୍ରାବାସ ଦାୟିତ୍ୱରେ ଥିବାରୁ ସେ ବିଦ୍ୟାଳୟରେ ରହୁଥିଲେ । ଗତ ୧୮ ତାରିଖରେ ପୀଡ଼ିତା ଛାତ୍ରୀଙ୍କୁ ଡାକି ଏକାଧିକ ଥର ବଳାତ୍କାର କରିଥିଲେ । ଘଟଣା ସମ୍ପର୍କରେ ଛାତ୍ରୀଙ୍କ ସାଙ୍ଗମାନେ ଜାଣିବା ପରେ ପ୍ରଧାନଶିକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ନ ଥିଲେ । ଛାତ୍ରୀଙ୍କ ଅବସ୍ଥା ବିଗିଡିବାର ଅନ୍ୟ ଜଣେ ଶିକ୍ଷକ ତାଙ୍କ

ଅଭିଯୁକ୍ତ ଶିକ୍ଷକ କୁନୁ ଭୋଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୀଡିତା ଘର ଲୋକଙ୍କ ଆଗରେ ସବୁ କଥା କହିବା ପରେ ତାଙ୍କ ମା’ ଗୋଚ୍ଛାପଡା ଥାନାରେ ଏତଲା ଦେଇଥିଲେ । ଏ ନେଇ ପ୍ରଧାନଶିକ୍ଷକ ରାଜା କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, କୁନୁ ସାର୍ ଅସଦାଚରଣ କରୁଥିବା ନେଇ ବୁଧବାର ଛାତ୍ରୀମାନେ ଅଭିଯୋଗ କରିଥିଲେ। ଏ ବିଷୟରେ ବିଦ୍ୟାଳୟ କମିଟି ମେମ୍ବେରଙ୍କୁ ଡାକି କଥା ହେବାକୁ କହିଥିଲେ । ତେବେ ସମ୍ପୃକ୍ତ ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି। ପୋଲିସ ଘଟଣାର ତଦନ୍ତ କରୁଛି, ଅଧିକ କିଛି କହିବି ନାହିଁ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି । ଅନ୍ୟପକ୍ଷରେ ଥାନାଧିକାରୀ ସଞ୍ଜିତ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣାର ତଦନ୍ତ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ପୀଡ଼ିତା ଛାତ୍ରୀଙ୍କୁ ଶିଶୁ ମଙ୍ଗଳ କମିଟିରେ ହାଜର ପରେ ଘରେ ଛଡାଯାଇଥିବା ସୂଚନା ଦେଇଛନ୍ତି। ଏ ନେଇ ଥାନାରେ ନଂ.୩୫/୨୬ରେ ମାମଲା ରୁଜୁ ହୋଇଛି। ସ୍ଥାନୀୟ ସରପଞ୍ଚ ପ୍ରତିଭା କହଁରଙ୍କ ସମେତ ଅନ୍ୟମାନେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଦୃଷ୍ଟାନ୍ତ ମଳକ ଦଣ୍ଡ ବିଧାନ କରିବାକୁ ଦାବି କରିଛନ୍ତି।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button