ଛାତ୍ରୀଙ୍କୁ ଅସଦାଚରଣ ଅଭଯୋଗ ଶିକ୍ଷକଙ୍କୁ ମାଡ଼ | ମାରିଲେ ଗ୍ରାମବାସୀ

ଛାତ୍ରୀଙ୍କୁ ଅସଦାଚରଣ ଅଭଯୋଗ ଶିକ୍ଷକଙ୍କୁ ମାଡ଼ | ମାରିଲେ ଗ୍ରାମବାସୀ
ମୋରଡ଼ା/ରାସଗୋବିନ୍ଦପୁର, ୬/୩
ମୟୂରଭଞ୍ଜ ଜିଲ୍ଲା ରାସଗୋରିନ୍ଦପୁର ବ୍ଲକ୍ ଅଧୀନ ଖଟିଅଡ଼ା ପଞ୍ଚାୟତରେ ଥିବା ଏକ ବିଦ୍ୟାଳୟର ଜଣେ ଶିକ୍ଷକ ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି ଉଭ୍ୟକ୍ତ ଗ୍ରାମବାସୀ ସମ୍ପୃକ୍ତ ଶିକ୍ଷକଙ୍କୁ ଉତ୍ତମ ମଧ୍ୟମ ଦେଇଛନ୍ତି ଜଣେ ଅଭିଭାବକଙ୍କ ଅଭିଯୋଗକ୍ରମେ ଥାନାରେ ଏକ ମାମଲା(ନଂ.୯୧/୨୬) ରୁଜ ହୋଇଛି। ଶିକ୍ଷକଙ୍କୁ ପୋଲିସ
ଉଭ୍ୟକ୍ତ ଲୋକେ ଶିକ୍ଷକଙ୍କୁ ମାଡ଼ ମାରି ଘୋଷାରି ନେଉଛନ୍ତି।
ଅଟକ ରଖି ପଚରାଉଚରା କରୁଛି। ଅଭିଯୋଗ ଅନୁଯାୟୀ, ଶିକ୍ଷକ ଜଣଙ୍କ ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଲାଳସା
ଦେଖାଇ ଅସଦାଚରଣ କରି ଆସୁଥିଲେ। ଏନେଇ ଗତ ଜାନୁଆରୀ ୩୦ ଓ ଫେବୃଆରୀ ୨ରେ ବିଦ୍ୟାଳୟରେ ବୈଠକ ଅନୁଷ୍ଠିତ
ହୋଇଥିଲା। ତେବେ ଏହାପରେ ମଧ୍ୟ ଶିକ୍ଷକ ଜଣଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ନ ହେବାରୁ ଗୁରୁବାର ସ୍ଥାନୀୟ ଗ୍ରାମବାସୀ ଉଭ୍ୟକ୍ତ ହୋଇ ସମ୍ପୃକ୍ତ ଶିକ୍ଷକଙ୍କୁ ଅଟକ ରଖୁବା ସହ ମାଡ଼ ମଧ୍ଯ ମାରିଥିଲେ। ଖବରପାଇ ରାସଗୋବିନ୍ଦପୁର ପୋଲିସ ପହଞ୍ଚି ଶିକ୍ଷକ ଜଣଙ୍କୁ ଉଦ୍ଧାର କରିଥିଲା। ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ) ବିଜୟ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଏଲିଇଓ ସୁକୁମାର ରାଉତ ବିଦ୍ୟାଳୟରେ ପହଞ୍ଚି ଘଟଣା ବାବଦରେ ତଦନ୍ତକରି ରିପୋର୍ଟ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ବିଇଓ ପାଣିଗ୍ରାହୀଙ୍କୁ ପଚାରିବାରୁ ତଦନ୍ତ ରିପୋର୍ଟ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ ଏବଂ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି



