District

ଜେନେରେଟର ଚୋରୀ ଅଭିଯୋଗରେ ୧ ଗିରଫ

ଜେନେରେଟର ଚୋରୀ ଅଭିଯୋଗରେ ୧ ଗିରଫ

ଡାବୁଗାଁ, ୬/୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାରେ ଜେନେରେଟର ଚୋରୀ ଅଭିଯୋଗରେ ମଙ୍ଗଳବାର ପୋଲିସ ଜଣେ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:-ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମର ଲିଙ୍କି ପ୍ରିୟଦର୍ଶନୀ ସାମଲ ବରିମୁଣ୍ଡା ଗ୍ରାମ ନିକଟରେ ଏକ ନୂତନ ଘର ତିଆରି – କରୁଛନ୍ତି | ସେଠାରେ ବିଦ୍ୟୁତ ନଥିବାରୁ କାମ କରିବା ପାଇଁ ବିଦ୍ୟୁତ ଆବଶ୍ୟକ

ଥିବାରୁ ସେ ଏକ ଜେନେରଟର କ୍ରୟ କରି ରଖୁଥିଲେ ଏବଂ ଜେନେରେଟର

ସାହାଯ୍ୟରେ କାମ କରାଯାଉଥିଲା ।

ନିଜର ନୂତନ ଘରକୁ କାମ କେତେ ହୋଇଛି ବୋଲି ଦେଖୁବାକୁ ଯାଇଥିଲେ । ସେଠାରେ ଯାଇ ଜାଣିବାକୁ ପାଇଥିଲେ ଯେ ୨୧/୨/୨୬ ଦିନ ରାତିରେ ତାଙ୍କର ଜେନେରେଟର ଚୋରୀ ହୋଇଯାଇଛି । ଶେଷରେ ସୋମବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିରି କରି ଥାନା କେସ ନଂ ୩୬/୨୬ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା । ୬/୩/୨୬ ତାରିଖ ସୋମବାର ରାତିରେ ଡାବୁଗାଁ ଥାନା ପୋଲିସ ଉମରକୋଟ ଥାନା ଅଧୀନ ପୁର୍ଲା ଗ୍ରାମର

ଆଲୋକ ବରୋଇ (୪୦) ଙ୍କ ଘଙ୍ଗେ ଚଢାଉ କରି ତାଙ୍କ ଘରୁ ଚୋରୀ ହୋଇଥିବ ଜେନେରେଟର ଜବତ କରି ଆଲୋକ ଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ ଆଲୋକ ଙ୍କୁ ପଚରାଉଚରା କରିବାରୁ ସେ ଓ ତାଙ୍କର ଅନ୍ୟ ଜଣେ ସାଥ୍‌ ଦୁସ୍ମନ ଗୌ ସହ ମିଶି ଚୋରୀ କରିଥିବା ମାନିଥିଲେ ମଙ୍ଗଳବାର ଅପରାହ୍ନରେ ପୋଲିସ ଆଲୋକ ବରୋଇ ଙ୍କୁ କୋର୍ଟ ଚାଲାଣ କରିଛି ଅନ୍ୟ ଜଣେ ଅଭିଯୁକ୍ତ ଦୁସ୍ମନ ଗୌ ଫେରାର ରହିଛି । ଥାନା ଏଏସଆ ଶସ୍ମିତା ଦାଶ ମାମଲାର ତଦନ୍ତ କରୁଛନ୍ତି

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button