District

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ଦାବି

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ଦାବି

ଉମରକୋଟ, ୬୩ ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଶିଶୁ ଉଦ୍ୟାନରେ ପାଳିତ ହୋଇଛି! ଦଳୀୟ ନେତା ଓ କର୍ମୀମାନେ ସେଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ନବରଙ୍ଗପୁର ପୂର୍ବତନ ଏମ୍‌ସି ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ନେଇ ଦାବି କରିଥିଲେ ।

ବିଜୁ ବାବୁ ଆଧୁନିକ ଓଡ଼ିଶାର ବିଶ୍ୱକର୍ମା ଥିଲେ ବୋଲି ଉପସ୍ଥିତ ନେତାମାନେ କରିଥିଲେ । ବିଜୁ ବାବୁ ଜଣେ ବ୍ୟକ୍ତି ନ ଥିଲେ ବରଂ ଥିଲେ ଜଣେ ଅନୁଷ୍ଠାନ । ତାଙ୍କ ସମୟରେ ଓଡ଼ିଶାର ଜିଲ୍ଲା ସଂଖ୍ୟା ବଢିଥିଲା, ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ, ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା ବିଜୁ ବାବୁଙ୍କ ସମୟରେ ହୋଇଥିଲା। ତେଣୁ ଏବେ ପଞ୍ଚାୟତରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଜୁ ବାବୁଙ୍କ ଜୟନ୍ତୀ ପାଳନ କରାଯାଉଛି

ବିଜୁ ବୋଲି ଉପସ୍ଥିତ ବିଜେଡି ନେତାମାନେ କହିଥିଲେ। ଏହି ସମୟରେ ଉମରକୋଟ ପୌରାଧ୍ଯକ୍ଷା ରାଧା ଉତରା, ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ,

ବାବୁଙ୍କ ୧୧୦ ତମ ଜୟନ୍ତୀ ପାଳନ ଅବସରରେ ବିଜେଡି ନେତା ଓ କର୍ମୀମାନେ

ରାଇଘର ବ୍ଲକ ଅଧକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ପୂର୍ବତନ ରାଇଘର ବ୍ଲକ ଅଧ୍ୟକ୍ଷା ନଦୀନା ନାୟକ, କାଇନସିଲର ତପନ ଦେବନାଥ, ମନୋଜ ନାୟକ, ପୂର୍ବତନ

ନଗରପାଳ ଖଡ଼େଶ୍ବର ମହାକି ପ୍ରମୁଖଙ୍କ ସହ ଛାତ୍ର ବିଜେଡି ନେତାମାନେ ଉପସ୍ଥିତ ଥିଲେ | ଇମରକୋଟ ସହରର ୧୪ ୱାର୍ଜରୁ ପ୍ରାୟ ୧୦୦ ରୂ ଭର୍ଡ଼ କର୍ମୀ ଉପସ୍ଥିତ ଥିଲେ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button